Posted inଜାତୀୟ

ଭାଇରାଲ ଫିଭର୍‌, ସପ୍ତାହେ ମଧ୍ୟରେ ୨୬ ଶିଶୁଙ୍କ ସମେତ ୫୦ ମୃତ…

ଲକ୍ଷ୍ନୌ,୨୯।୮: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାର ନାଁ ଧରୁନି। ଅପରପକ୍ଷରେ ତୃତୀୟ ଲହର ଆତଙ୍କରେ ଲୋକଙ୍କମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ପଶ୍ଚିମ ଉତ୍ତରପ୍ରଦେଶରେ ଭାଇରାଲ ଫିଭର୍‌ରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୬ ଜଣ ଶିଶୁ ରହିଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ବେଡ୍‌ର ଅଭାବ ସୃଷ୍ଟି ହୋଇଛି। ସ୍ବାସ୍ଥ୍ୟ ବିଭାଗର ସରକାରୀ ଆକଳନ ଅନୁସାରେ ଗତ ଏକ ସପ୍ତାହ ମଧ୍ୟରେ ଅଧିକ ଜ୍ୱର, ଡିହାଇଡ୍ରେସନ ଏବଂ ହଠାତ୍‌ ପ୍ଲେଟଲେଟ ଗଣନାରେ ହ୍ରାସ ଯୋଗୁ ଆଗ୍ରା, ଫିରୋଜାବାଦ, ମଥୁରା, ମୈନପୁରୀ, ଏଟା ଏବଂ କାସଗଞ୍ଜ ଜିଲ୍ଲାରେ ୫୦ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତ ହେଉଥିବା ଲୋକେ ସୁସ୍ଥ ହେବାକୁ ୧୨ ଦିନରୁ ଅଧିକ ସମୟ ନେଉଛନ୍ତି।

ପୂର୍ବ ଉତ୍ତରପ୍ରଦେଶର ଗୋଣ୍ଡା, ବସ୍ତି, ଦେଓରିଆ, ବାଲିଆ, ଆଜମଗଡ, ସୁଲତାନପୁର, ଜୈନପୁର ଏବଂ ଗାଜିପୁରରେ ମଧ୍ୟ ଲୋକେ ଭାଇରାଲ ଫିଭରରେ ଆକ୍ରାନ୍ତ ହେଉଛନ୍ତି। ଫିରୋଜାବାଦରେ ସର୍ବାଧିକ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଫିରୋଜାବାଦ ସିଏମଓ ଡ ନୀତା କୁଲଶ୍ରେଷ୍ଠ କହିଛନ୍ତି ଯେ ଭାଇରାଲ ଫିଭର୍‌ରେ ମୃତ୍ୟୁ ଘଟିଥିବା ଲୋକଙ୍କ ମଧ୍ୟରୁ କେହି କରୋନା ପଜିଟିଭ ନୁହଁନ୍ତି। ଏହି ମୃତ୍ୟୁର କାରଣ କ’ଣ ଥିଲା, ଏହାର ଅନୁସନ୍ଧାନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ, ଗ୍ରାମାଞ୍ଚଳରେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ୧୨ ଜଣିଆ ଟିମ୍‌କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ସମସ୍ତ ସହାୟକ ନର୍ସ ଏବଂ ଆଶା କର୍ମଚାରୀ ମଧ୍ୟ ଏଥି ପାଇଁ ଦିନରାତି କାମ କରୁଛନ୍ତି। ଡାକ୍ତରମାନେ କହିଛନ୍ତି ଏହା ଚିନ୍ତାର ବିଷୟ ଯେ ଭାଇରାଲ ଫିଭରରୁ ସୁସ୍ଥ ହେବା ସମୟ ୪ ରୁ ୫ ଦିନ ପରିବର୍ତ୍ତେ ଏବେ ଏହା ୧୦-୧୨ ଦିନରୁ ଅଧିକ ରହୁଛି। ଫିରୋଜାବାଦ ମେଡିକାଲ କଲେଜର ପ୍ରତ୍ୟେକ ଡାକ୍ତରଖାନାରେ ଦୁଇରୁ ତିନି ଜଣ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଛି। ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡ. ହଂସରାଜ ସିଂ କହିଛନ୍ତି ,ଭାଇରାଲ ଫିଭରରେ ଆକ୍ରାନ୍ତ ହୋଇ ୧୦୦ ରୁ ଅଧିକ ଶିଶୁ ଏଠାରେ ଚିକିତ୍ସିତ ହେଉଛନ୍ତି। ଆଗ୍ରାର ଜିଲା ହସ୍ପିଟାଲର ଅଧୀକ୍ଷକ ଡ ଏ.କେ ଅଗ୍ରୱାଲ କହିଛନ୍ତି, ଆମେ ପ୍ରତିଦିନ ଅତି କମରେ ୨୦୦ ଆକ୍ରାନ୍ତଙ୍କୁ ଯାଞ୍ଚ୍‌ କରୁଛୁ। ଗତ ୩ ସପ୍ତାହ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇଛି। ପିଲାମାନେ ଭାଇରାଲ ଫିଭରରେ ସବୁଠାରୁ ଅସୁରକ୍ଷିତ ରହିଛନ୍ତି। ଗ୍ରାମାଞ୍ଚଳରେ ପରିସ୍ଥିତି ଅଧିକ ଖରାପ ରହିଛି। ଗତ ବର୍ଷ ଲୋକମାନେ ଘରେ ରହି ସ୍ବଚ୍ଛତା ରକ୍ଷା କରୁଥିବାରୁ ଭାଇରାଲ ଫିଭର୍‌ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ଥିଲା। ତେବେ ଚଳିତ ବର୍ଷ ଏହା ବଢ଼ିଥିବା ଚିକିତ୍ସକମାନେ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri