ଭାଜପାରେ ସାମିଲ ହେଲେ କାରଖାନା ଭାଉଜ

ଭୁବନେଶ୍ୱର,୧୫।୪: ରାଜଧାନୀ ଭୁବନେଶ୍ୱରରେ କାର୍‌ରେ ଖାଦ୍ୟ ବିକି ଚର୍ଚ୍ଚାକୁ ଆସିଥିବା ଦୁଇ ଯା’ ନେହା ଏବଂ ରଶ୍ମିତା ପାଣିଗ୍ରାହୀ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ଭାଜପାର ମିଶ୍ରଣ ପର୍ବରେ ଏହି ଦୁଇ ଯା’ ଭାଜପାର ସଦସ୍ୟତା ହାସଲ କରିଥିଲେ। ଏହି ସମୟରେ ଭାଜପା ଏମ୍‌ପି ବସନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ଦାସ, ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
କାରଖାନା ବେଶ କିଛି ମାସ ହେଲାଣି ଲୋକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଭୁବନେଶ୍ୱର ବି.ଏମ.ସି କାର୍ଯ୍ୟାଳୟ ତରଫରୁ ମଧ୍ୟ ଉକ୍ତ ମହିଳାଙ୍କ ଦୋକାନକୁ ବାରମ୍ବାର ବନ୍ଦ କରିବା ପାଇଁ ଚାପ ପକାଯାଉଛି। ଏହାସତ୍ତ୍ୱେ ଏହି ୨ ଯା’ ହାର ନ ମାନି ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି।