Posted inଜାତୀୟ

ମଣିପୁରରେ ପୁଣି ବ୍ୟାପିଲା ହିଂସା

ଇମ୍ଫାଲ,୩।୮: ଗୋଟିଏ ପଟେ ମଣିପୁରର ଜିରିବାମରେ ଶାନ୍ତି ବଜାୟ ରଖିବା ପାଇଁ ମୋତେଇ ଏବଂ ହମାର ସମ୍ପ୍ରଦାୟ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଚୁକ୍ତିନାମାର ୨୪ ଘଣ୍ଟା ମଧ୍ୟରେ ଜିରିବାମରେ ହିଂସା ଆରମ୍ଭ ହୋଇଥିଲା। ଏଠାରେ ମୋତେଇ କଲୋନୀରେ ଗୁଳି ଚାଳନା କରାଯାଇଥିଲା। ଲାଲପାନି ଗାଁରେ ଏକ ଘରେ ନିଆଁ ଲାଗିଯାଇଥିଲା।
ସୂଚନାଯୋଗ୍ୟ, ମଣିପୁର ହିଂସା ପ୍ରଭାବିତ ଜିରିବମ ଜିଲାରେ ସ୍ଥିତି ସୁଧାରିବା ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ମୋତେଇ ଏବଂ ହମାର ସମ୍ପ୍ରଦାୟର ପ୍ରତିନିଧିମାନେ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ। ଗୁରୁବାର ଆସାମର କାଚର ସ୍ଥିତ ସିଆରପିଏଫ ସୁବିଧା କେନ୍ଦ୍ରରେ ଆୟୋଜିତ ଏକ ବୈଠକରେ ମୁହାଁମୁହିଁ ଠିଆ ହୋଇଥିବା ଉଭୟ ପକ୍ଷ ମଧ୍ୟରେ ଏକ ଚୁକ୍ତି ହୋଇଥିଲା।
ସ୍ବାଭାବିକତା ଆଣିବା ଏବଂ ଅଗ୍ନିକାଣ୍ଡ ଏବଂ ଗୁଳି ବିନିମୟ ବନ୍ଦ କରିବା ପାଇଁ ଉଭୟ ପକ୍ଷ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଜିରିବାମ ଜିଲାରେ ନିୟୋଜିତ ସମସ୍ତ ସୁରକ୍ଷା ବାହିନୀକୁ ଉଭୟ ପକ୍ଷ ସହାୟତା ପ୍ରଦାନ କରିବେ। ଉଭୟ ପକ୍ଷ ନିୟନ୍ତ୍ରିତ ଏବଂ ସମନ୍ବିତ ଗତିବିଧିକୁ ସହଜ କରିବେ। ସମସ୍ତ ଅଂଶଗ୍ରହଣକାରୀ ସମ୍ପ୍ରଦାୟର ପ୍ରତିନିଧୀମାନେ ଏହି ସମୟ ମଧ୍ୟରେ ପ୍ରତିଜ୍ଞା ସହ ଜଡିତ ବିବୃତ୍ତି ପ୍ରଦାନ କରିଥିଲେ। ଏଥିରେ ସମସ୍ତଙ୍କ ଦସ୍ତଖତ ଥିଲା।
ଏହି ଚୁକ୍ତିନାମାର ୨୪ ଘଣ୍ଟା ମଧ୍ୟରେ ଜିରିବାମର ଲାଲପାନି ଗ୍ରାମରେ ହିଂସା ଘଟିଥିଲା। ଶୁକ୍ରବାର ରାତିରେ ସଶସ୍ତ୍ର ଲୋକମାନେ ଗାଁର ଏକ ଘରେ ନିଆଁ ଲଗାଇ ଦେଇଛନ୍ତି। ଗାଁକୁ ଟାର୍ଗେଟ କରି ଅନେକ ରାଉଣ୍ଡ ଗୁଳି ଚଳାଯାଇଥିଲା। ଏହି ଘଟଣା ପରେ ସେଠାକୁ ସୁରକ୍ଷା ବାହିନୀକୁ ପଠାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଦୁଷ୍କର୍ମକାରୀମାନେ ଅଗ୍ନିକାଣ୍ଡ ଘଟାଇ ଏହି ଅଞ୍ଚଳରେ ସୁରକ୍ଷା ଅଭାବର ସୁଯୋଗ ନେଇଥିଲେ। ସେମାନଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ୧୦ ଭରି ସୁନା ଗହଣା ସହ…

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଆମପାଣି ଗ୍ରାମର ବ୍ୟବସାୟୀ ସନ୍ତୋଷ କୁମାର ସାହୁ ତାଙ୍କ ପରିବାର ଲୋକଙ୍କ ସହିତ ବୁଧବାର ଘରେ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri