Posted inଜାତୀୟ

ମଣିପୁରରେ ସାନି ହିଂସା: ୩ ମୃତ

ଗୁଆହାଟୀ/ନୂଆଦିଲ୍ଲୀ, ୧୦ା୬: ମଣିପୁର ହିଂସା ଥମିବା ନାଁ ନେଉନି। କିଛିଦିନର ନୀରବତା ପରେ ଶୁକ୍ରବାର ସେଠାରେ ସାନି ହିଂସାକାଣ୍ଡ ଦେଖାଦେଇଛି। ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। କୁକି ବହୁଳ କଙ୍ଗପୋକ୍‌ପି ଜିଲା ଏବଂ ମେଇତି ବହୁଳ ଇମ୍ଫାଲ ଇଷ୍ଟ ଜିଲା ସୀମାବର୍ତ୍ତୀ ଖୋକେନ ଗ୍ରାମରେ ଭୋର ୪ଟା ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ଘଟିଥିଲା। ସେନା ପୋଷାକରେ ଅଜଣା ବନ୍ଧୁକଧାରୀମାନେ ଗ୍ରାମରେ ଧସେଇ ପଶିଥିଲେ। ସେମାନେ ତଲାସି ଅଭିଯାନରେ ଆସିଥିବା ସୈନ୍ୟ ବୋଲି ଗାଁ ଲୋକେ ଧରିନେଇଥିଲେ। କିନ୍ତୁ ସେମାନେ ହଠାତ୍‌ ଗୁଳି ଚଳାଇବାରୁ ଗାଁର ୩ ଜଣଙ୍କ ଜୀବନ ଯିବା ସହ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ଇଣ୍ଡିଜେନିଅସ୍‌ ଟ୍ରାଇବାଲ ଲିଡର୍ସ ଫୋରମ୍‌ (ଆଇଟିଏଲ୍‌ଏଫ୍‌) ଏହି ଆକ୍ରମଣର ନିନ୍ଦା କରିଛି।
ମାସେରୁ ଊର୍ଦ୍ଧ୍ୱ ସମୟ ଧରି ମଣିପୁରରେ ହିଂସା ଲାଗିରହିଥିବାବେଳେ ଶତାଧିକ ଲୋକଙ୍କ ଜୀବନ ଗଲାଣି। ୩୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଘରଦ୍ୱାର ହରାଇ ଅସ୍ଥାୟୀ ଶିବିରରେ ମୁଣ୍ଡ ଗୁଞ୍ଜିଛନ୍ତି। ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତାକୁ ବିରୋଧ କରି ଗତ ମାସ ୩ ତାରିଖରେ କୁକି ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ଶୋଭାଯାତ୍ରା ବାହାର କରାଯାଇଥିବାବେଳେ ଏହା ହିଂସାର ରୂପ ନେଇଥିଲା। କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ (ସିବିଆଇ)କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ସିବିଆଇ ୬ଟି ଏତଲା ଦାଏର କରିବା ସହ ହିଂସା ପଛର ଷଡ଼ଯନ୍ତ୍ରର ତଦନ୍ତ ଲାଗି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଛି। ସାମ୍ପ୍ରଦାୟିକ ହିଂସା ଯୋଜନାବଦ୍ଧ ଥିଲା କି ନାହିଁ, ଏହା ପଛର ଷଡ଼ଯନ୍ତ୍ର ଆଦି ୬ଟି ବିଷୟର ତଦନ୍ତ କରିବାକୁ ମଣିପୁର ସରକାର ସିବିଆଇକୁ କହିଛନ୍ତି। ରାଜ୍ୟରେ ହିଂସାକାଣ୍ଡ ଘଟିବା ଦିନଠାରୁ ୩,୭୦୦ରୁ ଅଧିକ ଏତଲା ଦାଏର ହେଲାଣି। ଇମ୍ଫାଲ ଇଷ୍ଟ ଜିଲାରେ ସର୍ବାଧିକ ଏତଲା ଦାଏର ହୋଇଥିବାବେଳେ ଏହା ପଛକୁ କାଙ୍ଗପୋକ୍‌ସି ଏବଂ ବିଷ୍ଣୁପୁର ରହିଛି।
ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ନାଗା ବିଧାୟକମାନଙ୍କ ସହ ଆଲୋଚନା କରି କୁକି ଏବଂ ମେଇତି ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କର ସେତୁ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି। କୁକି ବିଧାୟକମାନେ ସ୍ବତନ୍ତ୍ର ପ୍ରଶାସନ ପାଇଁ ଦାବି କରୁଥିବାବେଳେ ନାଗା ବିଧାୟକମାନେ ଏହି ଦାବିଠାରୁ ଦୂରେଇ ରହିଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ସେମାନଙ୍କୁ ମଣିପୁରରେ ଶାନ୍ତି ସ୍ଥାପନ ଲାଗି ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।
ହିଂସା ପ୍ରଭାବିତ ମଣିପୁରରେ ଇଣ୍ଟରନେଟ ସେବା ବନ୍ଦ ରହିଥିବାବେଳେ ଏହାକୁ ବିରୋଧକରି ଦାଏର ପିଟିଶନ୍‌ର ଜରୁରୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ମଣିପୁରର ୨ ଜଣ ବ୍ୟକ୍ତି ଏହି ପିଟିଶନ ଦାଏର କରିଥିଲେ। ହାଇକୋର୍ଟରେ ଏଭଳି ଏକ ମାମଲାର ଶୁଣାଣି ସ୍ଥଗିତ ରହିଥିବା ଜଷ୍ଟିସ୍‌ ଅନିରୁଦ୍ଧ ବୋଷ ଏବଂ ରାଜେଶ ବିନ୍ଦଲଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ପୁନର୍ବାର ଶୁଣାଣିର ଆବଶ୍ୟକତା କ’ଣ ବୋଲି ଖଣ୍ଡପୀଠ ପ୍ରଶ୍ନ କରିବା ସହ ନିୟମିତ ଖଣ୍ଡପୀଠ ନିକଟରେ ଆବେଦନ କରିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?