ମେକ୍ସିକୋରେ ବିକ୍ଷୋଭ ବେଳେ ହିଂସା

ମେକ୍ସିକୋ ସିଟି,୧୭ା୧୧: ମିଚୋଆକାନ୍‌ ମେୟର କାର୍ଲୋସ ମାଞ୍ଜୋଙ୍କୁ ହତ୍ୟା ଘଟଣା ପରେ ମେକ୍ସିକୋରେ ଜେନ୍‌ ଜି ଆନ୍ଦୋଳନ ଜୋର୍‌ଦାର ହୋଇଛି। ସାରା ମେକ୍ସିକୋରେ ଅନେକ ହଜାର ବିକ୍ଷୋଭକାରୀ ଶନିବାର ‘ଜେନେରେଶନ ଜି’ ବ୍ୟାନରରେ ହିଂସା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଅପରାଧ, ଦୁର୍ନୀତି ଏବଂ ଦଣ୍ଡମୁକ୍ତି ବିରୋଧରେ ମେକ୍ସିକୋ ସିଟିରେ ଜେନ୍‌ ଜି ସଦସ୍ୟମାନେ ବିକ୍ଷୋଭ କରୁଥିବାବେଳେ ଏହାକୁ ବିରୋଧୀ ଦଳଗୁଡ଼ିକର ପୁରୁଣା ସମର୍ଥକମାନେ ଦୃଢ଼ ସମର୍ଥନ ଜଣାଇଛନ୍ତି। ଆନ୍ଦୋଳନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବାବେଳେ ଶେଷ ମୁହୂର୍ତ୍ତରେ ପୋଲିସ ସହ ବିକ୍ଷୋଭକାରୀଙ୍କ ସଂଘର୍ଷ ହୋଇଥିଲା। ବିକ୍ଷୋଭକାରୀ ଢେଲା, ଲାଠି, ଚେନ୍‌ରେ ପୋଲିସକୁ ଆକ୍ରମଣ କରିବା ସହ ପୋଲିସ ଢାଲ ଓ ଅନ୍ୟାନ୍ୟ ଉପକରଣ ଛଡ଼ାଇ ନେଇଥିଲେ। ଏହି ସଂଘର୍ଷରେ ୧୦୦ ପୋଲିସ ଅଫିସରଙ୍କ ସମେତ ୧୨୦ ଜଣ ଆହତ ହୋଇଥିବା ରାଜଧାନୀର ସୁରକ୍ଷା ସମ୍ପାଦକ ପାବ୍‌ଲା ଭାଜ୍‌ଭୁଏଜ୍‌ କହିଛନ୍ତି। ୨୦ ଜଣଙ୍କୁ ଗିରଫ କରାଯାଇଛି।
ବିଭିନ୍ନ ଦେଶରେ ୯୦ ଦଶକ ଶେଷଭାଗ ଏବଂ ୨୦୧୦ ଦଶକ ପ୍ରଥମ ଭାଗ ମଧ୍ୟରେ ଜନ୍ମିତ ଯୁବଗୋଷ୍ଠୀ ଅସମାନତା, ଗଣତାନ୍ତ୍ରିକ ପତନ ଏବଂ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରୁଛନ୍ତି। ଗତ ସେପ୍ଟେମ୍ବରରେ ନେପାଳରେ ବହୁସଂଖ୍ୟାରେ ଜେନ୍‌ ଜି ବିକ୍ଷୋଭରେ ସାମିଲ ହେବାରୁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଦୁର୍ନୀତି ଏବଂ ହିଂସ୍ର ଅପରାଧ ଘଟଣାରେ ଦଣ୍ଡ ମୁକ୍ତି ଭଳି ବ୍ୟବସ୍ଥାଗତ ସମସ୍ୟାକୁ ନେଇ ବହୁସଂଖ୍ୟାରେ ଯୁବବର୍ଗ ନିରାଶ ହୋଇପଡ଼ିଥିବା କହିଛନ୍ତି। ଆମେ ଅଧିକ ସୁରକ୍ଷା ଚାହୁଁ ବୋଲି ୨୯ ବର୍ଷୀୟ ବିଜ୍‌ନେସ୍‌ କନ୍‌ସଲ୍ଟାଣ୍ଟ ଆଣ୍ଡେସ୍‌ ମାସା କହିଛନ୍ତି। ଜେନ୍‌ ଜି ବିକ୍ଷୋଭର ବୈଶ୍ୱିକ ପ୍ରତୀକ ଖପୁରି ଥିବା ପତାକା ସେ ଧରିଥିବା ଦେଖାଯାଇଥିଲା। ମିଚୋଆକାନ୍‌ର ଲୋକପ୍ରିୟ ମେୟରଙ୍କ ସମେତ ନିକଟରେ ଦେଶରେ ବହୁ ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡ ଘଟିଥିବା ସତ୍ତ୍ୱେ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡ଼ିଆ ଶେଇନବମ୍‌ଙ୍କ ପ୍ରତି ଉଚ୍ଚ ଅନୁମୋଦନ ହାର ରହିଛି। ଦକ୍ଷିଣପନ୍ଥୀ ଦଳଗୁଡ଼ିକ ଜେନ୍‌ ଜି ଆନ୍ଦୋଳନରେ ଜବରଦସ୍ତ ସାମିଲ ହୋଇଥିବା ଶେଇନବମ୍‌ କହିଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌କୁ ନେଇ ଚାଇନାର ବଡ଼ ବୟାନ, ଯୁଦ୍ଧ ଭିତରେ ଚମକି ପଡିଲା ବିଶ୍ୱ!

ବେଜିଂ,୧୭।୩: ଆଫଗାନିସ୍ତାନର କାବୁଲରେ ପାକିସ୍ତାନୀ ସାମରିକ ଆକ୍ରମଣ ପରେ ପରିସ୍ଥିତି ଏତେ ଗମ୍ଭୀର ହୋଇଯାଇଛି। ଯାହାଯୋଗୁ ପାକ୍‌ର ଘନିଷ୍ଠ ସହଯୋଗୀ ଚାଇନା ମଧ୍ୟ ଚୁପ ରହିପାରି ନାହିଁ।…

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

ବଡ଼ ଦାବି କଲେ ରାଘବ ଚଢ଼ା: ୩ ବର୍ଷରେ ୧୯,୦୦୦ କୋଟି ଲୁଟିଲେଣି ବ୍ୟାଙ୍କ!

ନୂଆଦିଲ୍ଲୀ,୧୭।୫: ସଂସଦରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠିଛି। ସର୍ବନିମ୍ନ ଜମା ରାଶି ନ ରଖିପାରିବାରୁ ଦେଶର ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ…

ଇରାନର ଦ୍ୱିତୀୟ ଶକ୍ତିଶାଳୀ ନେତା ବି ନିହତ! ଇସ୍ରାଏଲ୍‌ କଲା ଦାବି

ତେହରାନ,୧୭।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ଇସ୍ରାଏଲ ଏବେ ତେହରାନର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ତଥା ଇରାନର ସର୍ବୋଚ୍ଚ ଜାତୀୟ…

LPG ସଙ୍କଟ: ୧୨ ହଜାର ସ୍ଥାନରେ ରେଡ୍, ୧୫ ହଜାର ସିଲିଣ୍ଡର ଜବତ

ନୂଆଦିଲ୍ଲୀ,୧୭।୫: ଦେଶରେ LPG ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇରାନ…

୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା TMC: ନନ୍ଦିଗ୍ରାମ ନୁହେଁ, ଏହି ଆସନରୁ ଲଢିବେ ମମତା ବାନାର୍ଜୀ

କୋଲକାତା,୧୭।୫: ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। କାଳିଘାଟସ୍ଥିତ ଟିଏମସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସୁପ୍ରିମୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri