ମେକ୍ସିକୋରେ ବିକ୍ଷୋଭ ବେଳେ ହିଂସା

ମେକ୍ସିକୋ ସିଟି,୧୭ା୧୧: ମିଚୋଆକାନ୍‌ ମେୟର କାର୍ଲୋସ ମାଞ୍ଜୋଙ୍କୁ ହତ୍ୟା ଘଟଣା ପରେ ମେକ୍ସିକୋରେ ଜେନ୍‌ ଜି ଆନ୍ଦୋଳନ ଜୋର୍‌ଦାର ହୋଇଛି। ସାରା ମେକ୍ସିକୋରେ ଅନେକ ହଜାର ବିକ୍ଷୋଭକାରୀ ଶନିବାର ‘ଜେନେରେଶନ ଜି’ ବ୍ୟାନରରେ ହିଂସା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଅପରାଧ, ଦୁର୍ନୀତି ଏବଂ ଦଣ୍ଡମୁକ୍ତି ବିରୋଧରେ ମେକ୍ସିକୋ ସିଟିରେ ଜେନ୍‌ ଜି ସଦସ୍ୟମାନେ ବିକ୍ଷୋଭ କରୁଥିବାବେଳେ ଏହାକୁ ବିରୋଧୀ ଦଳଗୁଡ଼ିକର ପୁରୁଣା ସମର୍ଥକମାନେ ଦୃଢ଼ ସମର୍ଥନ ଜଣାଇଛନ୍ତି। ଆନ୍ଦୋଳନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବାବେଳେ ଶେଷ ମୁହୂର୍ତ୍ତରେ ପୋଲିସ ସହ ବିକ୍ଷୋଭକାରୀଙ୍କ ସଂଘର୍ଷ ହୋଇଥିଲା। ବିକ୍ଷୋଭକାରୀ ଢେଲା, ଲାଠି, ଚେନ୍‌ରେ ପୋଲିସକୁ ଆକ୍ରମଣ କରିବା ସହ ପୋଲିସ ଢାଲ ଓ ଅନ୍ୟାନ୍ୟ ଉପକରଣ ଛଡ଼ାଇ ନେଇଥିଲେ। ଏହି ସଂଘର୍ଷରେ ୧୦୦ ପୋଲିସ ଅଫିସରଙ୍କ ସମେତ ୧୨୦ ଜଣ ଆହତ ହୋଇଥିବା ରାଜଧାନୀର ସୁରକ୍ଷା ସମ୍ପାଦକ ପାବ୍‌ଲା ଭାଜ୍‌ଭୁଏଜ୍‌ କହିଛନ୍ତି। ୨୦ ଜଣଙ୍କୁ ଗିରଫ କରାଯାଇଛି।
ବିଭିନ୍ନ ଦେଶରେ ୯୦ ଦଶକ ଶେଷଭାଗ ଏବଂ ୨୦୧୦ ଦଶକ ପ୍ରଥମ ଭାଗ ମଧ୍ୟରେ ଜନ୍ମିତ ଯୁବଗୋଷ୍ଠୀ ଅସମାନତା, ଗଣତାନ୍ତ୍ରିକ ପତନ ଏବଂ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରୁଛନ୍ତି। ଗତ ସେପ୍ଟେମ୍ବରରେ ନେପାଳରେ ବହୁସଂଖ୍ୟାରେ ଜେନ୍‌ ଜି ବିକ୍ଷୋଭରେ ସାମିଲ ହେବାରୁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଦୁର୍ନୀତି ଏବଂ ହିଂସ୍ର ଅପରାଧ ଘଟଣାରେ ଦଣ୍ଡ ମୁକ୍ତି ଭଳି ବ୍ୟବସ୍ଥାଗତ ସମସ୍ୟାକୁ ନେଇ ବହୁସଂଖ୍ୟାରେ ଯୁବବର୍ଗ ନିରାଶ ହୋଇପଡ଼ିଥିବା କହିଛନ୍ତି। ଆମେ ଅଧିକ ସୁରକ୍ଷା ଚାହୁଁ ବୋଲି ୨୯ ବର୍ଷୀୟ ବିଜ୍‌ନେସ୍‌ କନ୍‌ସଲ୍ଟାଣ୍ଟ ଆଣ୍ଡେସ୍‌ ମାସା କହିଛନ୍ତି। ଜେନ୍‌ ଜି ବିକ୍ଷୋଭର ବୈଶ୍ୱିକ ପ୍ରତୀକ ଖପୁରି ଥିବା ପତାକା ସେ ଧରିଥିବା ଦେଖାଯାଇଥିଲା। ମିଚୋଆକାନ୍‌ର ଲୋକପ୍ରିୟ ମେୟରଙ୍କ ସମେତ ନିକଟରେ ଦେଶରେ ବହୁ ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡ ଘଟିଥିବା ସତ୍ତ୍ୱେ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡ଼ିଆ ଶେଇନବମ୍‌ଙ୍କ ପ୍ରତି ଉଚ୍ଚ ଅନୁମୋଦନ ହାର ରହିଛି। ଦକ୍ଷିଣପନ୍ଥୀ ଦଳଗୁଡ଼ିକ ଜେନ୍‌ ଜି ଆନ୍ଦୋଳନରେ ଜବରଦସ୍ତ ସାମିଲ ହୋଇଥିବା ଶେଇନବମ୍‌ କହିଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ ପୂର୍ବରୁ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଖୋଲିଗଲା ପାକିସ୍ତାନର ପୋଲ୍‌

ଇସଲାମାବାଦ୍‌,୩୦।୧: ଭାରତରେ ଫେବୃଆରୀ ୭ରୁ ଆରମ୍ଭ ହେଉଥିବା T20 ବିଶ୍ୱକପ ପୂର୍ବରୁ ପଡ଼ୋଶୀ ପାକିସ୍ତାନ ନିପା ଭାଇରସ ସମ୍ପର୍କରେ ଭାରତ ବିରୋଧରେ ଏକ ନକଲି ଅଭିଯାନ ଚଳାଇଛି।…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ଖରାଦିନ ଆରମ୍ଭରୁ ସମସ୍ୟା: ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ୟୁବ୍‌ୱେଲରୁ ବାହାରୁଛି ଲୁଣାପାଣି

କେନ୍ଦ୍ରାପଡ଼ା,୩୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୯ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅବଧି ବହୁ ପୂର୍ବରୁ ସରିଛି। ମାତ୍ର ଗୋଟିଏ ବି ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ୍ଣ…

ପୁରୀ ଜିଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ

ପୁରୀ,୩୦ା୧: ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି। ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବନି ଜବାବ ତଲବ କରିଛନ୍ତି…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ମଧ୍ୟାହ୍ନ ଭୋଜନ ରୋଷେଇବେଳେ ସ୍କୁଲରେ ଘଟିଲା ଅଘଟଣ: ପ୍ରେସର କୁକର ଫାଟି…

ଆଠଗଡ଼,୩୦।୧: ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇବେଳେ ଘଟିଲା ଅଘଟଣ। ଗୋବିନ୍ଦ ମାଧବପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ରୋଷେଇ ସମୟରେ ପ୍ରେସର କୁକର ଫାଟି ୨ ପାଚିକା…

ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର: ଜାଣନ୍ତୁ କେତେ ବୟସ ହୋଇଥିବା ଆବଶ୍ୟକ

ଭୁବନେଶ୍ୱର,୩୦।୧: ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର। ୬୦ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ। ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri