ପିପିଲି ଉପନିର୍ବାଚନ ପୂର୍ବରୁ ହିଂସା

ପୁରୀ,୧୧।୪: ପୁରି ଜିଲା ଡେଲାଙ୍ଗ ଜେନାପୁର ପଞ୍ଚାୟତ ଅଞ୍ଚଳରେ ରବିବାର ପିପିଲି ଉପନିର୍ବାଚନ ହିଂସା ଦେଖା ଦେଇଛି। କିଛି ବିଜେଡି କର୍ମୀ ଗୋଡ଼ାଇ ଗୋଡାଇ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଭାଜପା କର୍ମୀ ଗୁରୁତର ଥିବା ଜଣାପଡିଛି। ଘଟଣାସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଛି ପୋଲିସ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବି କରି ଭାଜପା ଆନ୍ଦୋଳନକୁ ଓହ୍ଲାଇଛି।