ନିର୍ବାଚନ ପରେ ହିଂସା

ବାଲେଶ୍ୱର ଅଫିସ,୧୯।୨ ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ପାଉଂଶକୁଲି ବଜାରରେ ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଗତକାଲି ବସ୍ତା ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ଆଜି କୌଣସି କାରଣ ବଶତଃ ଦୁଇ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନଙ୍କମଧ୍ୟରେ ଗଣ୍ଡଗୋଳ ହୋଇଥିଲା । କିଛି ସମୟ ପରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିବାର ଦେଖିବାକୁ ମିଳିଛି ।