ଜିଏସ୍‌ଟି ନିୟମକୁ କେନ୍ଦ୍ରର ଅବମାନନା; ଅନ୍ୟତ୍ର ବ୍ୟବହାର ହୋଇଛି କ୍ଷତିପୂରଣ ସେସ୍‌:ସିଏଜି

ନୂଆଦିଲ୍ଲୀ: କେନ୍ଦ୍ର ଗୋଟିଏ ପଟେ କହୁଛି ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ଲାଗି ରାଜକୋଷରେ ଅର୍ଥ ନାହିଁ। ହେଲେ ନିକଟରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସମ୍ପର୍କରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଦେଇଥିବା ଏକ ରିପୋର୍ଟ କେନ୍ଦ୍ରର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ। ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି, କେନ୍ଦ୍ର ସରକାର ଜିଏସ୍‌ଟି ଆଇନକୁ ଅବମାନନା କରିଛନ୍ତି। ଜିଏସ୍‌ଟିରେ ଆଦାୟ ହୋଇଥିବା କ୍ଷତିପୂରଣ ସେସ୍‌ ରାଜ୍ୟଗୁଡ଼ିକୁ ଦେବା ବଦଳରେ ଅନ୍ୟ ଆଡ଼େ ବ୍ୟବହାର କରାଯାଇଛି। ଜିଏସ୍‌ଟି ଲାଗୁ ହେବାର ପ୍ରଥମ ୨ ବର୍ଷରେ କେନ୍ଦ୍ର ସରକାର ଏଭଳି କରିଥିବା ରିପୋର୍ଟରେ କୁହାଯାଇଛି। ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟଗୁଡ଼ିକ ସହୁଥିବା କ୍ଷତି ଭରଣା କରିବା ଲାଗି କ୍ଷତିପୂରଣ ସେସ୍‌ ଲାଗୁ କରାଯାଉଛି। ଏଥିରୁ ଆଦାୟ ହେଉଥିବା ଅର୍ଥ ରାଜ୍ୟଗୁଡ଼ିକୁ ଦେବା କେନ୍ଦ୍ରର ନୈତିକ ଦାୟିତ୍ୱ। ଏହା ସମ୍ବିଧାନରେ ଉଲ୍ଲେଖ ମଧ୍ୟ ରହିଛି। ହେଲେ ଏହି ଅବଧିରେ କେନ୍ଦ୍ର ସରକାର ଭୁଲ୍‌ ଭାବେ ପ୍ରାୟ ୪୭,୨୭୧ କୋଟି ଟଙ୍କା ଅନ୍ୟ କାର୍ଯ୍ୟ ଲାଗି ରଖି ନେଇଛନ୍ତି। ଏହି ଅର୍ଥ ଯଦି ଏକ ନିର୍ଦ୍ଦିଷ୍ଟ ଅବଧିରେ ଖର୍ଚ୍ଚ ନ ହେଲା ତେବେ ଏହାକୁ ଜିଏସ୍‌ଟି କ୍ଷତିପୂରଣ ପାଣ୍ଠିକୁ ପଠାଇଦେବାର ନିୟମ ରହିଛି। ଏହି ପାଣ୍ଠି ଏକ ସ୍ଥାୟୀ ପାଣ୍ଠି ଭାବେ କାମ କରିଛି ଯାହା ପବ୍ଲିକ ଆକାଉଣ୍ଟର ଏକ ଅଂଶ। ସରକାର ଏହାକୁ ଅବମାନନା କରିଥିବା ଜଣାପଡ଼ିଛି।
ସିଏଜିଙ୍କ କହିବା ଅନୁସାରେ ଯେଉଁ ବର୍ଷ ଯେତେ ପରିମାଣର ସେସ୍‌ ଆଦାୟ ହେଉଛି ତାହା କ୍ଷତିପୂରଣ ପାଣ୍ଠିକୁ ଆସିଯିବା କଥା। ଫଳରେ ରାଜ୍ୟଗୁଡିକୁ କ୍ଷତିପୂରଣ ଦେବା ସହଜ ହେବ। ୨୦୧୭-୧୮ରେ ପ୍ରାୟ ୬୨,୬୧୨ କୋଟି କ୍ଷତିପୂରଣ ସେସ୍‌ ଆଦାୟ ହୋଇଛି। ସେଥିମଧ୍ୟରୁ ସ୍ଥାୟୀ ପାଣ୍ଠି (ନନ୍‌ଲାପ୍ସେବଲ ଫଣ୍ଡ)କୁ ୫୬,୧୪୬ କୋଟି ଟଙ୍କା ପଠାଯାଇଛି। ସେହିଭଳି ୨୦୧୮-୧୯ରେ ୯୫,୦୮୧ ସେସ୍‌ ଆଦାୟ ହୋଇଥିଲେ ମଧ୍ୟ ୫୪,୨୭୫ କୋଟି ଟଙ୍କା ଉକ୍ତ ପାଣ୍ଠିକୁ ପଠାଯାଇଛି। ୨୦୧୭-୧୮ ରେ ୬୪୬୬ କୋଟି ଏବଂ ୨୦୧୮-୧୯ରେ ୪୦,୮୦୬ କୋଟି ଏହି ପାଣ୍ଠିକୁ ଆସିପାରିଲା ନାହିଁ। ଏଭଳି ବୃହତ୍‌ ପରିମାଣର କ୍ଷତିପୂରଣ ରାଶିକୁ କେନ୍ଦ୍ର ସରକାର ଅନ୍ୟ କାମ ପାଇଁ ଖର୍ଚ୍ଚ କରିଦେଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଫଳରେ ବିତ୍ତୀୟ ନିଅଣ୍ଟକୁ ଠିକ୍‌ ଭାବେ ଦେଖାଯାଇ ନାହିଁ ଏବଂ ରାଜସ୍ବ ସଂଗ୍ରହ ଉନ୍ନତ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। ସ୍ଥାୟୀ ପାଣ୍ଠିକୁ ଧାର୍ଯ୍ୟ ଅର୍ଥ ନ ପଠାଇ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ଆଇନ ୨୦୧୭କୁ ଅବମାନନା କରିଥିବା ଜିଏସ୍‌ଟି ରିପୋର୍ଟରୁ ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ, କଂଗ୍ରେସ, ବାମଦଳ, ତୃଣମୂଳ କଂଗ୍ରେସ ଏବଂ ଏଏପି ଭଳି ଦଳ କେନ୍ଦ୍ରର ଦୋମୁହଁା ନୀତିକୁ ବିରୋଧ କରି ଆସୁଛନ୍ତି। ରାଜ୍ୟଗୁଡିକୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇ ବର୍ତ୍ତମାନର ମହାମାରୀ ସ୍ଥିତିରେ ଅଧାବାଟରେ ଛାଡି ଦେବା କେନ୍ଦ୍ରର ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟଗୁଡିକୁ କନ୍‌ସୋଲିଡେଟେଡ ଫଣ୍ଡ ଅଫ୍‌ ଇଣ୍ଡିଆ(ସିଏଫ୍‌ଆଇ)ରୁ କ୍ଷତିପୂରଣ ଦିଆଯାଇପାରିବ ନାହିଁ ବୋଲି ନିକଟରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସ୍ପଷ୍ଟୀକରଣ ବର୍ତ୍ତମାନ ବିରୋଧାଭାସ ସୃଷ୍ଟି କରୁଥିବା ସିଏଜି ଜାଣିବାକୁ ପାଇଛନ୍ତି। ସେସ୍‌ ସଂଗ୍ରହ ଉନ୍ନତ ନ ହେଲେ କ୍ଷତିପୂରଣ ଦେବା ଲାଗି କେନ୍ଦ୍ର ବାଧ୍ୟ ନୁହେଁ ବୋଲି ଆଟର୍ନି ଜେନେରାଲ କହିବା ପରେ ଅର୍ଥମନ୍ତ୍ରୀ ଏଭଳି ମତ ରଖିଥିଲେ। ଆର୍ଥତ୍କ ବର୍ଷ ୨୦୧୭-୧୮ ଏବଂ ୨୦୧୮-୧୯ରେ କେନ୍ଦ୍ର ସରକାର ପ୍ରାୟ ୪୭,୨୭୧ କୋଟି ଟଙ୍କା ସ୍ଥାୟୀ ପାଣ୍ଠିକୁ କ୍ରେଡିଟ୍‌ ନ କରିବା ଫଳରେ ନିୟମକୁ ସିଧାସଳଖ ଅବମାନନା କରାଯାଇଛି ବୋଲି ରିପୋର୍ଟରୁ ଜଣାପଡିଛି।
ଜିଏସ୍‌ଟିରେ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ପ୍ରସଙ୍ଗକୁ ନେଇ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ଲାଗି ରହିଛି। କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୨ଟି ବିକଳ୍ପ ପ୍ରଦାନ କରିଛନ୍ତି। ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋରୁ ୯୭ ହଜାର କୋଟି ଋଣ କିମ୍ବା ବଜାରରୁ ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ଉଠାଣ ନେଇ ସ୍ପଷ୍ଟ କରିବାକୁ ରାଜ୍ୟଗୁଡିକୁ ସମୟ ଦିଆଯାଇଥିଲା। ପ୍ରାୟ ୨୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଥମ ବିକଳ୍ପ ସପକ୍ଷରେ ମତ ଦେଇଛନ୍ତି। ଆଗାମୀ ଜିଏସ୍‌ଟି ପରିଷଦ ବୈଠକରେ ଏହି ପ୍ରସଙ୍ଗ ଉପରେ ଚୂଡାନ୍ତ ନିଷ୍ପତ୍ତି ହେବ। କରୋନା ମହାମାରୀ ଯୋଗୁ ଚଳିତ ଆର୍ଥତ୍କ ବର୍ଷ ଜିଏସ୍‌ଟି ସଂଗ୍ରହ କମିଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ କ୍ଷତିପୂରଣ ରାଶି ପ୍ରଦାନ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। କେନ୍ଦ୍ରର ଏଭଳି ଆଭିମୁଖ୍ୟକୁ ବିଭିନ୍ନ ରାଜ୍ୟ ବିରୋଧ କରିଥିବା ବେଳେ ରାଜସ୍ବ କମିଥିବାରୁ ବାଧ୍ୟହୋଇ କୌଣସି ବିକଳ୍ପ ବାଛିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା କେରଳ ଭଳି ଆଉ କେତେକ ରାଜ୍ୟ ସେମାନଙ୍କ ମତ ରଖି ନାହାନ୍ତି। ଗତ କିଛିଦିନ ତଳେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର କହିଥିଲେ, କେନ୍ଦ୍ର ବଳପୂର୍ବକ ରାଜ୍ୟ ଉପରେ ଏଭଳି ନିଷ୍ପତ୍ତି ଲଦି ଦେଇଛି। ଅର୍ଥମନ୍ତ୍ରୀ ସୀତାରାମନ କୋଭିଡ୍‌କୁ ଆକ୍ଟ ଅଫ୍‌ ଗଡ୍‌ କହିବା ପରେ ଏହି ପ୍ରସଙ୍ଗକୁ ବିରୋଧୀ କଡ଼ା ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri