ଜିଏସ୍‌ଟି ନିୟମକୁ କେନ୍ଦ୍ରର ଅବମାନନା; ଅନ୍ୟତ୍ର ବ୍ୟବହାର ହୋଇଛି କ୍ଷତିପୂରଣ ସେସ୍‌:ସିଏଜି

ନୂଆଦିଲ୍ଲୀ: କେନ୍ଦ୍ର ଗୋଟିଏ ପଟେ କହୁଛି ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ଲାଗି ରାଜକୋଷରେ ଅର୍ଥ ନାହିଁ। ହେଲେ ନିକଟରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସମ୍ପର୍କରେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଦେଇଥିବା ଏକ ରିପୋର୍ଟ କେନ୍ଦ୍ରର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ। ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି, କେନ୍ଦ୍ର ସରକାର ଜିଏସ୍‌ଟି ଆଇନକୁ ଅବମାନନା କରିଛନ୍ତି। ଜିଏସ୍‌ଟିରେ ଆଦାୟ ହୋଇଥିବା କ୍ଷତିପୂରଣ ସେସ୍‌ ରାଜ୍ୟଗୁଡ଼ିକୁ ଦେବା ବଦଳରେ ଅନ୍ୟ ଆଡ଼େ ବ୍ୟବହାର କରାଯାଇଛି। ଜିଏସ୍‌ଟି ଲାଗୁ ହେବାର ପ୍ରଥମ ୨ ବର୍ଷରେ କେନ୍ଦ୍ର ସରକାର ଏଭଳି କରିଥିବା ରିପୋର୍ଟରେ କୁହାଯାଇଛି। ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟଗୁଡ଼ିକ ସହୁଥିବା କ୍ଷତି ଭରଣା କରିବା ଲାଗି କ୍ଷତିପୂରଣ ସେସ୍‌ ଲାଗୁ କରାଯାଉଛି। ଏଥିରୁ ଆଦାୟ ହେଉଥିବା ଅର୍ଥ ରାଜ୍ୟଗୁଡ଼ିକୁ ଦେବା କେନ୍ଦ୍ରର ନୈତିକ ଦାୟିତ୍ୱ। ଏହା ସମ୍ବିଧାନରେ ଉଲ୍ଲେଖ ମଧ୍ୟ ରହିଛି। ହେଲେ ଏହି ଅବଧିରେ କେନ୍ଦ୍ର ସରକାର ଭୁଲ୍‌ ଭାବେ ପ୍ରାୟ ୪୭,୨୭୧ କୋଟି ଟଙ୍କା ଅନ୍ୟ କାର୍ଯ୍ୟ ଲାଗି ରଖି ନେଇଛନ୍ତି। ଏହି ଅର୍ଥ ଯଦି ଏକ ନିର୍ଦ୍ଦିଷ୍ଟ ଅବଧିରେ ଖର୍ଚ୍ଚ ନ ହେଲା ତେବେ ଏହାକୁ ଜିଏସ୍‌ଟି କ୍ଷତିପୂରଣ ପାଣ୍ଠିକୁ ପଠାଇଦେବାର ନିୟମ ରହିଛି। ଏହି ପାଣ୍ଠି ଏକ ସ୍ଥାୟୀ ପାଣ୍ଠି ଭାବେ କାମ କରିଛି ଯାହା ପବ୍ଲିକ ଆକାଉଣ୍ଟର ଏକ ଅଂଶ। ସରକାର ଏହାକୁ ଅବମାନନା କରିଥିବା ଜଣାପଡ଼ିଛି।
ସିଏଜିଙ୍କ କହିବା ଅନୁସାରେ ଯେଉଁ ବର୍ଷ ଯେତେ ପରିମାଣର ସେସ୍‌ ଆଦାୟ ହେଉଛି ତାହା କ୍ଷତିପୂରଣ ପାଣ୍ଠିକୁ ଆସିଯିବା କଥା। ଫଳରେ ରାଜ୍ୟଗୁଡିକୁ କ୍ଷତିପୂରଣ ଦେବା ସହଜ ହେବ। ୨୦୧୭-୧୮ରେ ପ୍ରାୟ ୬୨,୬୧୨ କୋଟି କ୍ଷତିପୂରଣ ସେସ୍‌ ଆଦାୟ ହୋଇଛି। ସେଥିମଧ୍ୟରୁ ସ୍ଥାୟୀ ପାଣ୍ଠି (ନନ୍‌ଲାପ୍ସେବଲ ଫଣ୍ଡ)କୁ ୫୬,୧୪୬ କୋଟି ଟଙ୍କା ପଠାଯାଇଛି। ସେହିଭଳି ୨୦୧୮-୧୯ରେ ୯୫,୦୮୧ ସେସ୍‌ ଆଦାୟ ହୋଇଥିଲେ ମଧ୍ୟ ୫୪,୨୭୫ କୋଟି ଟଙ୍କା ଉକ୍ତ ପାଣ୍ଠିକୁ ପଠାଯାଇଛି। ୨୦୧୭-୧୮ ରେ ୬୪୬୬ କୋଟି ଏବଂ ୨୦୧୮-୧୯ରେ ୪୦,୮୦୬ କୋଟି ଏହି ପାଣ୍ଠିକୁ ଆସିପାରିଲା ନାହିଁ। ଏଭଳି ବୃହତ୍‌ ପରିମାଣର କ୍ଷତିପୂରଣ ରାଶିକୁ କେନ୍ଦ୍ର ସରକାର ଅନ୍ୟ କାମ ପାଇଁ ଖର୍ଚ୍ଚ କରିଦେଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଫଳରେ ବିତ୍ତୀୟ ନିଅଣ୍ଟକୁ ଠିକ୍‌ ଭାବେ ଦେଖାଯାଇ ନାହିଁ ଏବଂ ରାଜସ୍ବ ସଂଗ୍ରହ ଉନ୍ନତ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। ସ୍ଥାୟୀ ପାଣ୍ଠିକୁ ଧାର୍ଯ୍ୟ ଅର୍ଥ ନ ପଠାଇ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ଆଇନ ୨୦୧୭କୁ ଅବମାନନା କରିଥିବା ଜିଏସ୍‌ଟି ରିପୋର୍ଟରୁ ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ, କଂଗ୍ରେସ, ବାମଦଳ, ତୃଣମୂଳ କଂଗ୍ରେସ ଏବଂ ଏଏପି ଭଳି ଦଳ କେନ୍ଦ୍ରର ଦୋମୁହଁା ନୀତିକୁ ବିରୋଧ କରି ଆସୁଛନ୍ତି। ରାଜ୍ୟଗୁଡିକୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇ ବର୍ତ୍ତମାନର ମହାମାରୀ ସ୍ଥିତିରେ ଅଧାବାଟରେ ଛାଡି ଦେବା କେନ୍ଦ୍ରର ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟଗୁଡିକୁ କନ୍‌ସୋଲିଡେଟେଡ ଫଣ୍ଡ ଅଫ୍‌ ଇଣ୍ଡିଆ(ସିଏଫ୍‌ଆଇ)ରୁ କ୍ଷତିପୂରଣ ଦିଆଯାଇପାରିବ ନାହିଁ ବୋଲି ନିକଟରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସ୍ପଷ୍ଟୀକରଣ ବର୍ତ୍ତମାନ ବିରୋଧାଭାସ ସୃଷ୍ଟି କରୁଥିବା ସିଏଜି ଜାଣିବାକୁ ପାଇଛନ୍ତି। ସେସ୍‌ ସଂଗ୍ରହ ଉନ୍ନତ ନ ହେଲେ କ୍ଷତିପୂରଣ ଦେବା ଲାଗି କେନ୍ଦ୍ର ବାଧ୍ୟ ନୁହେଁ ବୋଲି ଆଟର୍ନି ଜେନେରାଲ କହିବା ପରେ ଅର୍ଥମନ୍ତ୍ରୀ ଏଭଳି ମତ ରଖିଥିଲେ। ଆର୍ଥତ୍କ ବର୍ଷ ୨୦୧୭-୧୮ ଏବଂ ୨୦୧୮-୧୯ରେ କେନ୍ଦ୍ର ସରକାର ପ୍ରାୟ ୪୭,୨୭୧ କୋଟି ଟଙ୍କା ସ୍ଥାୟୀ ପାଣ୍ଠିକୁ କ୍ରେଡିଟ୍‌ ନ କରିବା ଫଳରେ ନିୟମକୁ ସିଧାସଳଖ ଅବମାନନା କରାଯାଇଛି ବୋଲି ରିପୋର୍ଟରୁ ଜଣାପଡିଛି।
ଜିଏସ୍‌ଟିରେ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ପ୍ରସଙ୍ଗକୁ ନେଇ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ଲାଗି ରହିଛି। କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୨ଟି ବିକଳ୍ପ ପ୍ରଦାନ କରିଛନ୍ତି। ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋରୁ ୯୭ ହଜାର କୋଟି ଋଣ କିମ୍ବା ବଜାରରୁ ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ଉଠାଣ ନେଇ ସ୍ପଷ୍ଟ କରିବାକୁ ରାଜ୍ୟଗୁଡିକୁ ସମୟ ଦିଆଯାଇଥିଲା। ପ୍ରାୟ ୨୧ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଥମ ବିକଳ୍ପ ସପକ୍ଷରେ ମତ ଦେଇଛନ୍ତି। ଆଗାମୀ ଜିଏସ୍‌ଟି ପରିଷଦ ବୈଠକରେ ଏହି ପ୍ରସଙ୍ଗ ଉପରେ ଚୂଡାନ୍ତ ନିଷ୍ପତ୍ତି ହେବ। କରୋନା ମହାମାରୀ ଯୋଗୁ ଚଳିତ ଆର୍ଥତ୍କ ବର୍ଷ ଜିଏସ୍‌ଟି ସଂଗ୍ରହ କମିଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ କ୍ଷତିପୂରଣ ରାଶି ପ୍ରଦାନ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। କେନ୍ଦ୍ରର ଏଭଳି ଆଭିମୁଖ୍ୟକୁ ବିଭିନ୍ନ ରାଜ୍ୟ ବିରୋଧ କରିଥିବା ବେଳେ ରାଜସ୍ବ କମିଥିବାରୁ ବାଧ୍ୟହୋଇ କୌଣସି ବିକଳ୍ପ ବାଛିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା କେରଳ ଭଳି ଆଉ କେତେକ ରାଜ୍ୟ ସେମାନଙ୍କ ମତ ରଖି ନାହାନ୍ତି। ଗତ କିଛିଦିନ ତଳେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର କହିଥିଲେ, କେନ୍ଦ୍ର ବଳପୂର୍ବକ ରାଜ୍ୟ ଉପରେ ଏଭଳି ନିଷ୍ପତ୍ତି ଲଦି ଦେଇଛି। ଅର୍ଥମନ୍ତ୍ରୀ ସୀତାରାମନ କୋଭିଡ୍‌କୁ ଆକ୍ଟ ଅଫ୍‌ ଗଡ୍‌ କହିବା ପରେ ଏହି ପ୍ରସଙ୍ଗକୁ ବିରୋଧୀ କଡ଼ା ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ ବିଭାଗର ବିଶେଷ ରଦ୍ଦକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଚଳିତ ମାସ ୨୧ରେ ବିଶ୍ୱ ଯୋଗ ଦିବସର ମହତ୍ତ୍ୱ ପ୍ରତିପାଦନ ନିମିତ୍ତ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ବିଶେଷ ରଦ୍ଦକରଣ (ସ୍ପେଶାଲ କ୍ୟାନସେଲେଶନ)...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ;ଘର କ୍ରେତାଙ୍କ ଲାଗି ଏକକ ପ୍ରସ୍ତାବ ଆଣ

ନୂଆଦିଲ୍ଲୀ,୧୦-୭: ଲକ୍ଷ ଲକ୍ଷ ଘର କ୍ରେତାଙ୍କ ସମସ୍ୟା ଦୂର କରିବା ଲାଗି କେନ୍ଦ୍ର ସରକାର ଏକକ ପ୍ରସ୍ତାବ(ୟୁନିଫର୍ମ ପ୍ରପୋଜାଲ୍‌) ଆଣନ୍ତୁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ...

ବକ୍ସାଇଟ ଆମଦାନୀ ବିଲ୍‌ ଯୋଗାଣ ଚେନ୍‌ରେ ବିନିଯୋଗ ହେଉ

ନୂଆଦିଲ୍ଲୀ: ଆଲୁମିନିୟମ୍‌ ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା କଞ୍ଚାମାଲ ବକ୍ସାଇଟ୍‌ ଆମଦାନୀ ଯୋଗୁ ଭାରତ ବୃହତ୍ତ ପରିମାଣର ବିଦେଶୀ ମୁଦ୍ରା କ୍ଷତି ସହୁଛି। ୨୦୨୧ ଆର୍ଥିକ...

ପିଆଜ ଦର,ଉପଲବ୍ଧତା ସମୀକ୍ଷା କଲେ ପାଶ୍ୱାନ

ନୂଆଦିଲ୍ଲୀ,୭-୧୧: ଦେଶର ପିଆଜ ଦର ବୃଦ୍ଧି ଏବଂ ଉପଲବ୍ଧତା ସମ୍ପର୍କରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ ବୁଧବାର ସମୀକ୍ଷା କରିଛନ୍ତି। ବର୍ଷା...

କେନ୍ଦ୍ର ଋଣ ବୋଝ ୧୦୧ ଲକ୍ଷ କୋଟିକୁ ବଢ଼ିଲା

ନୂଆଦିଲ୍ଲୀ,୨୦।୯: ଚଳିତ ବର୍ଷ ଜୁନ୍‌ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ଲାଏବିଲିଟି ବା ଋଣ ବୋଝ ୧୦୧.୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ଏହା...

ଓଡ଼ିଶାକୁ ନିବେଶକ ଆଣିବାକୁ ୟୁସିସିଆଇଏଲ୍‌ର ପ୍ରୟାସ

ଭୁବନେଶ୍ୱର,୨୨।୨(ବ୍ୟୁରୋ) ରାଜ୍ୟର ଆର୍ଥିକ ବିକାଶ ଉପରେ ନଜର ରଖି ‘ଉତ୍କଳ ଚ୍ୟାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରୀ ଲିମିଟେଡ୍‌’ (ୟୁସିସିଆଇଏଲ୍‌) ପକ୍ଷରୁ ୟୁଏସ୍‌ଏର ନିବେଶକମାନଙ୍କୁ ଓଡିଶା...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୭୦.୫୩ %

ଭୁବନେଶ୍ୱର:  ଦେଶର ବିଭିନ୍ନ ବର୍ଗର ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ବୁଧବାର ପ୍ରକାଶ ପାଇଛି। ଏହି ସୂଚୀ ଅନୁସାରେ ୨୦୨୧ ଜାନୁୟାରୀରେ ଏହା ୧୧୮.୨...

୭୦ ହଜାର କୋଟିର ଦାବିଦାର ନାହାନ୍ତି

ନୂଆଦିଲ୍ଲୀ,୨୭-୪: ଜାଣି ଚକିତ ହେବେ ଯେ, ଦେଶର ବିଭିନ୍ନ ଆର୍ଥିକ ସଂସ୍ଥାରେ ପଡିରହିଛି ୭୦ ହଜାର କୋଟି ଟଙ୍କା। ଏତେ ବଡ଼ ଆକାରର ଟଙ୍କାର କେହି...

Advertisement
Archives

Model This Week