ବିଶ୍ୱବିଦ୍ୟାଳୟ ନିଯୁକ୍ତିରେ ସଂରକ୍ଷଣ ନିୟମ ଉଲ୍ଲଂଘନ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଆଇନର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ହାଇକୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ ହୋଇଛି। ହାଇକୋର୍ଟ ଏହାକୁ ଗ୍ରହଣ କରିବା ସହ ଜୁଲାଇ ୧୪କୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଅର୍ଥନୀତି ବିଭାଗରେ ମୋଟ ୨୪ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ଦେବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ଙ୍କୁ ଅନୁରୋଧ କରାଯାଇଥିଲା। ଏଥିମଧ୍ୟରୁ ୭ଟି ଅଣସଂରକ୍ଷିତ ପଦବୀ ଥିବାବେଳେ ୪ ଅଣସଂରକ୍ଷିତ ମହିଳା, ୨ ଏସ୍‌ଇବିସି, ୪ ଅନୁସୂଚିତ ଜାତି ଏବଂ ୭ଟି ଅନୁସୂଚିତ ଉପଜାତି ବର୍ଗ ପାଇଁ ସଂରକ୍ଷିତ ରହିଥିଲା। ବିଶ୍ୱବିଦ୍ୟାଳୟର ବିଭିନ୍ନ ପଦବୀ ପାଇଁ ଓପିଏସ୍‌ସି ବିଜ୍ଞାପନ ପ୍ରକାଶ କରିବା ସହ ଏକ ସ୍ବଚ୍ଛ ପ୍ରକ୍ରିୟାରେ ୨୧ଜଣ ପ୍ରାର୍ଥୀଙ୍କୁ ଚୟନ କରିଥିଲେ। ଏଥି ମଧ୍ୟରୁ ୭ଜଣ ଅଣସଂରକ୍ଷିତ, ୪ଜଣ ଅଣସଂରକ୍ଷିତ-ମହିଳା, ୨ଜଣ ଏସ୍‌ଇବିସି, ୨ ଜଣ ଅନୁସୂଚିତ ଜାତି ଏବଂ ୬ ଜଣ ଅନୁସୂଚିତ ଉପଜାତି ବର୍ଗରେ ଚୟନ ହୋଇଥିଲେ। ଏମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ବିଶ୍ୱବିଦ୍ୟାଳୟ ଆବଣ୍ଟନ କରାଗଲା। କିନ୍ତୁ ଯେଉଁମାନେ ଯେଉଁ ବର୍ଗରେ ମନୋନୀତ ହୋଇଥିଲେ ସେଥିରେ ସେମାନଙ୍କୁ ନିଯୁକ୍ତି ଦିଆଯାଇ ନ ଥିବା ଉକ୍ତ ରିଟ୍‌ ପିଟିଶନରେ ଉଲ୍ଲେଖ କରାଯାଇଛି।
ଡ. ବିଭୁନନ୍ଦିନୀ ଦାସ ତାଙ୍କ ପିଟିଶନରେ ଦର୍ଶାଇଛନ୍ତି ଯେ, ସେ ଅଣସଂରକ୍ଷିତ ମହିଳା ବର୍ଗରେ ଓପିଏସ୍‌ସିଙ୍କ ଦ୍ୱାରା ଚୟନ ହୋଇଛନ୍ତି। କିନ୍ତୁ ଉଚ୍ଚ ଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟ ଆବଣ୍ଟନବେଳେ ତାଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏକ ଅଣସଂରକ୍ଷିତ ପଦବୀରେ ନିଯୁକ୍ତି ଦେଇଛନ୍ତି। ସେହିପରି ଅନ୍ୟ କେତେଜଣ ପ୍ରାର୍ଥୀ ଅଣସଂରକ୍ଷିତ ବର୍ଗରେ ଚୟନ ହୋଇଥିଲେ ମଧ୍ୟ ସେମାନଙ୍କୁ ଏସ୍‌ଇବିସି ବର୍ଗରେ ଖାଲିଥିବା ପଦବୀରେ ନିଯୁକ୍ତି ଦିଆଯାଇଛି। ଏହା ସଂରକ୍ଷଣ ନିୟମର ବିରୁଦ୍ଧାଚରଣ କରୁଛି। ସେହିପରି ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଏକ ସ୍ବାଧୀନ ଏବଂ ସ୍ବତନ୍ତ୍ର ଅନୁଷ୍ଠାନ ହୋଇଥିବାରୁ ଏଠାରେ କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଙ୍କ କ୍ୟାଡର ନୀତି ଲାଗୁ ହୋଇପାରିବ ନାହିଁ। ଆର୍‌. କେ. ସଭରୱାଲ ଏବଂ ପଞ୍ଜାବ ସରକାରଙ୍କ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ୧୯୯୫ ମସିହାର ଶୁଣାଣି ଅନୁସାରେ ପଦବୀଭିତ୍ତିକ ସଂରକ୍ଷଣ ନୀତି ଲାଗୁ ହେବା କଥା। ଏହି ନୀତି ଅନୁସାରେ ଯେଉଁ ପ୍ରାର୍ଥୀ ଯେଉଁ ବର୍ଗରେ ଚୟନ ହୋଇଛନ୍ତି ସେହି ପ୍ରାର୍ଥୀ କେବଳ ସେହି ବର୍ଗରେ ହିଁ ନିଯୁକ୍ତି ପାଇବେ। ପୁଣି ଯେଉଁ ପଦବୀ ଯେଉଁ ବର୍ଗ ପାଇଁ ପ୍ରଯୁଜ୍ୟ ସେଠାରେ ସେହି ବର୍ଗରେ ଚୟନ ହୋଇଥିବା ପ୍ରାର୍ଥୀ ହିଁ ନିଯୁକ୍ତ ହୋଇପାରିବେ। ଏଠାରେ ତାହାକୁ ଗୁରୁତ୍ୱ ଦିଆଯାଇନାହିଁ। ଏଥିସହ ଉଚ୍ଚ ଶିକ୍ଷା ବିଭାଗ ଆଉ ଏକ ନିୟମ ଉଲ୍ଲଂଘନ କରିଥିବା ସେ ଦର୍ଶାଇଛନ୍ତି। ଅନ୍‌ଲାଇନ୍‌ ଦରଖାସ୍ତ ଦାଖଲ ପରେ ପ୍ରାର୍ଥୀମାନେ ସେମାନଙ୍କ ବିଶ୍ୱବିଦ୍ୟାଳୟ ପସନ୍ଦ ପରିବର୍ତ୍ତନ କରିବାର କୌଣସି ସୁଯୋଗ ନ ଥିଲା। କିନ୍ତୁ ଚୟନ ପ୍ରାର୍ଥୀଙ୍କ ସୂଚୀ ପ୍ରକାଶ ପରେ ୧୦ ନଂ. କ୍ରମରେ ଥିବା ଜଣେ ପ୍ରାର୍ଥୀଙ୍କୁ ଇମେଲ୍‌ ଓ ଫୋନ ମାଧ୍ୟମରେ ତାଙ୍କର ପସନ୍ଦ ପରିବର୍ତ୍ତନ କରିବାକୁ ଦିଆଗଲା। ତାଙ୍କ ବଦଳରେ ୧୩ ନଂ. କ୍ରମରେ ଥିବା ଆଉ ଜଣେ ପ୍ରାର୍ଥୀଙ୍କୁ ଅବସ୍ଥାପିତ କରାଗଲା। ଉଚ୍ଚ ଶିକ୍ଷା ବିଭାଗ ତରଫରୁ କୌଣସି ସାର୍ବଜନୀନ ବିଜ୍ଞାପନ ପ୍ରକାଶ କରା ନ ଯାଇ କେବଳ ଜଣେ ପ୍ରାର୍ଥୀଙ୍କୁ ଏହିପରି ସୁଯୋଗ କିପରି ଦିଆଗଲା ବୋଲି ଡ. ଦାସ ଅଭିଯୋଗରେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri