ନାବାଳିକା ଶାଳିଙ୍କୁ ଗର୍ଭବତୀ କରି ଜେଲ ଗଲେ ଭିଣୋଇ

ଭଦ୍ରକ ଅଫିସ, ୮।୪: ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଏକ ଆଶ୍ରମ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ନେଇ ତିହିଡ଼ି ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ. ୧୬୫/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ନାବାଳିକାଙ୍କୁ ଡାକ୍ତରୀମାଇନା ପରେ ଏକ ସ୍ବଳ୍ପ ରହଣୀ କେନ୍ଦ୍ରରେ ରଖାଯାଇଛି। ଘଟଣାରେ ସମ୍ପୃକ୍ତ ଥିବା କେନ୍ଦୁଝର ଅଞ୍ଚଳର ନାବାଳିକାଙ୍କ ଭିଣୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।