Posted inଖେଳ

ଭିନିସିୟସ୍‌ ଜୁନିୟରଙ୍କୁ ଜାତିଆଣ ଆକ୍ଷେପ

ମାଡ୍ରିଡ୍‌,୨୩ା୫(ପି.ଟି.): ସ୍ପାନିସ୍‌ ଲିଗ୍‌ ଫୁଟବଲରେ ବ୍ରାଜିଲର ଭିନିସିଅସ୍‌ ଜୁନିଅରଙ୍କୁ ଜାତିଆଣ ଆକ୍ଷେପର ଶିକାଶ ହେବାକୁ ପଡିଛି। ଭାଲେନ୍ସିଆ ବିପକ୍ଷରେ ରିୟଲ ମାଡ୍ରିଡ୍‌ର ୧-୦ ପରାଜୟରେ ଏମିତି ଘଟଣା ଘଟିଥିଲା। ମେଷ୍ଟାଲ୍ଲା ଷ୍ଟାଡିୟମରେ ଏଭଳି ଘଟଣା ଘଟିଥିବା ବେଳେ ଖେଳକୁ କିଛି ମିନିଟ୍‌ ପାଇଁ ବନ୍ଦ ରଖାଯାଇଥିଲା। ସ୍ପାନିଶ୍‌ ଲିଗ୍‌ରେ ଏଭଳି ଘଟଣା ପ୍ରଥମ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଓ ଟୁଇଟରରେ ସେ ଏହାକୁ ନେଇ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏକଦା ସ୍ପାନିଶ ଲିଗ୍‌ ରୋନାଲ୍ଡିନୋ, ରୋନାଲ୍ଡୋ, କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସିଙ୍କ ଲିଗ୍‌ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିଲା ତାହା ବର୍ତ୍ତମାନ ଜାତିଆଣ ବାଦୀଙ୍କ ଲିଗ୍‌ ପାଲଟିଛି ବୋଲି ସେ ଅଭିଯୋଗ କରିଥିଲେ। ୨ ବର୍ଷୀୟ ଭିନିସିଅସ୍‌ ୫ ବର୍ଷ ତଳେ ସ୍ପାନିଶ ଲିଗ୍‌ ଖେଳିବା ପାଇଁ ସ୍ପେନକୁ ସ୍ଥାନାନ୍ତରିତ ହୋଇଥିଲେ। ଦର୍ଶକ ମାନେ ଭିନିସିଅସଙ୍କୁ ମାଙ୍କଡ ବୋଲି ସମ୍ବୋଧନ କରିଥିବା ବେଳେ ଏହାକୁ ନେଇ ରିୟଲ ମାଡ୍ରିଡ୍‌ କୋଚ୍‌ କାର୍ଲୋ ଆନ୍ସେଲୋଟ୍ଟି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣା ପରେ କୋଚ୍‌ ଭିନିସିଅସଙ୍କୁ ପଡିଆରୁ ବାହାରକୁ ନେଇଥିଲେ। ପଡିଆରୁ ବାହାରକୁ ଯିବା ସମୟରେ ଭିନିସିଅସ୍‌ ଭାଲେନ୍ସିଆ ଦର୍ଶକଙ୍କ ଆଡକୁ ମଝି ଆଙ୍ଗୁଳି ଦେଖାଇଥିଲେ, ଯାହାକୁ ଅନେକ ଖେଳାଳି ବିରୋଧ କରିଛନ୍ତି। ଭିନିସିଅସ ଭାଲେନ୍ସିଆ ସମର୍ଥକଙ୍କୁ କ୍ଷମା ମାଗିବା ଉଚିତ୍‌ ବୋଲି କହିଛନ୍ତି ଭାଲେନ୍ସିଆ କୋଚ୍‌। ତେବେ ଏହି ମାମଲାରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍‌ ଇନାଇକୋ ଲୁଲା ଡି ସିଲ୍‌ଭା ଓ ଫିଫା ବିଶ୍ୱକପର ଗୋଲ୍ଡେନ୍‌ ବୁଟ୍‌ ବିଜେତା ତଥା ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌ ଷ୍ଟ୍ରାଇକର କିଲିଆନ୍‌ ଏମ୍‌ବାପେ ଭିନିସିଅସଙ୍କୁ ସମର୍ଥନ କରିଛନ୍ତି। ଏମ୍‌ବାପେ ଏକ ଚିଠି ଲେଖିବା ସହିତ ଏହି ଲଢେଇରେ ତୁମେ ଏକୁଟିଆ ନାହଁ ଆମେ ତୁମ ସହିତ ଅଛୁ ବୋଲି ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri