Posted inଖେଳ

ଭିନେଶ ଫୋଗଟଙ୍କୁ ମିଳିବନି ରୌପ୍ୟ ପଦକ, ଆବେଦନ ଖାରଜ

ନୂଆଦିଲ୍ଲୀ, ୧୪।୦୮: ମଉଳି ଯାଇଛି ଭିନେଶ ଫୋଗାଟଙ୍କ ସ୍ବପ୍ନ। ଶେଷ ଆଶା ମଧ୍ୟ ବ୍ୟର୍ଥ ଯାଇଛି। ରୌପ୍ୟ ପଦକ ଦାବିରେ କୋର୍ଟ ଅଫ ଆଵିଟ୍ରେସନ ଫ୍ର ସ୍ପୋର୍ଟ୍ସ(ସିଏଏସ)ରେ ଭିନେଶଙ୍କ ଆବେଦନ ଖାରଜ ହୋଇଯାଇଛି।ଭିନେଶଙ୍କ ଆବେଦନର ବିଚାର ପୂର୍ବରୁ ହୋଇସାରିଥିବା ବେଳେ କେବଳ ଶୁଣାଣି ବାକି ରହିଛି, କିନ୍ତୁ ରାୟ ଶୁଣାଣିର ତାରିଖ ବାରମ୍ବାର ଘୁଞ୍ଚି ଚାଲିଛି।

ହେଲେ ୧୪ ଅଗଷ୍ଟ ବୁଧବାର ଏହି ମାମଲାରେ ରାୟ ଆସିଛି। ସିଏଏସ ଭିନେଶଙ୍କ ଅପିଲ କୁ ଖାରଜ କରି ଦେଇଛି। ଏହାର ଅର୍ଥ ହେଉଛି ତାଙ୍କୁ ଆଉ ରୌପ୍ୟ ପଦକ ମିଳିବ ନାହିଁ। ଏହି ମାମଲାରେ ପୂର୍ବରୁ ୧୩ ତାରିଖରେ ରାୟ ଆସିବାର ଥିଲା। କିନ୍ତୁ ଖବର ଆସିଥିଲା ଯେ ରାୟ ଶୁଣାଣି ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ହେଲେ ଏହି ମାମଲାର ରାୟ ଏହା ପୂର୍ବରୁ ଏବେ ଆସି ସାରିଛି।

ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ର ସଭାପତି ପି.ଟି ଉଷା ମଧ୍ୟ ଏହି ପ୍ରସଙ୍ଗରେ ନିରାଶ ପ୍ରକାଶ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ନିଷ୍ପତ୍ତି ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ପ୍ୟାରିସ୍ ଅଲିମ୍ପିକ୍ସ ସମୟରେ ଭିନେଶ ୬ ଅଗଷ୍ଟରେ କ୍ରମାଗତ ୩ ମ୍ୟାଚ୍ ଖେଳିବା ପରେ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ୍ ରେସଲିଂରେ ପ୍ରବେଶ କରି ରୌପ୍ୟ ପଦକ ନିଶ୍ଚିତ କରିଥିଲେ। ସ୍ୱର୍ଣ୍ଣ ପଦକ ମ୍ୟାଚ୍ ୭ ଅଗଷ୍ଟ ରାତିରେ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ମ୍ୟାଚ୍ ପୂର୍ବରୁ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ସେହି ଦିନ ସକାଳେ ବିନେଶଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା।

ଏହା ପରେ ବିନେଶ ସିଏଏସ’ରେ ଏକ ମାମଲା ଦାୟର କରିଥିଲେ। ତାଙ୍କର ପ୍ରଥମ ଦାବି ଥିଲା ଯେ ତାଙ୍କୁ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଖେଳିବାକୁ ଅନୁମତି ଦିଆଯାଉ। କିନ୍ତୁ ନିୟମ ଦର୍ଶାଇ ତାଙ୍କ ଦାବି ତୁରନ୍ତ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହା ପରେ ବିନେଶ ଆବେଦନ କରି କହିଥିଲେ ଯେ ତାଙ୍କୁ ଏହି ଇଭେଣ୍ଟରେ ରୌପ୍ୟ ପଦକ ଦିଆଯାଉ। ବର୍ତ୍ତମାନ ଏହି ଆବେଦନ ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ରୋହିତଙ୍କ କଟିବ ଦରମା! କିଏ କେଉଁ କାଟାଗୋରୀରେ ରହିବେ? ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁରୁଷ କ୍ରିକେଟ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାକୁ ସୁଗମ କରିବାକୁ ପ୍ରସ୍ତୁତ ହେଉଛି। ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାକୁ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା...

ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri