Posted inଖେଳ

ଭିନେଶ ଫୋଗଟଙ୍କୁ ମିଳିବନି ରୌପ୍ୟ ପଦକ, ଆବେଦନ ଖାରଜ

ନୂଆଦିଲ୍ଲୀ, ୧୪।୦୮: ମଉଳି ଯାଇଛି ଭିନେଶ ଫୋଗାଟଙ୍କ ସ୍ବପ୍ନ। ଶେଷ ଆଶା ମଧ୍ୟ ବ୍ୟର୍ଥ ଯାଇଛି। ରୌପ୍ୟ ପଦକ ଦାବିରେ କୋର୍ଟ ଅଫ ଆଵିଟ୍ରେସନ ଫ୍ର ସ୍ପୋର୍ଟ୍ସ(ସିଏଏସ)ରେ ଭିନେଶଙ୍କ ଆବେଦନ ଖାରଜ ହୋଇଯାଇଛି।ଭିନେଶଙ୍କ ଆବେଦନର ବିଚାର ପୂର୍ବରୁ ହୋଇସାରିଥିବା ବେଳେ କେବଳ ଶୁଣାଣି ବାକି ରହିଛି, କିନ୍ତୁ ରାୟ ଶୁଣାଣିର ତାରିଖ ବାରମ୍ବାର ଘୁଞ୍ଚି ଚାଲିଛି।

ହେଲେ ୧୪ ଅଗଷ୍ଟ ବୁଧବାର ଏହି ମାମଲାରେ ରାୟ ଆସିଛି। ସିଏଏସ ଭିନେଶଙ୍କ ଅପିଲ କୁ ଖାରଜ କରି ଦେଇଛି। ଏହାର ଅର୍ଥ ହେଉଛି ତାଙ୍କୁ ଆଉ ରୌପ୍ୟ ପଦକ ମିଳିବ ନାହିଁ। ଏହି ମାମଲାରେ ପୂର୍ବରୁ ୧୩ ତାରିଖରେ ରାୟ ଆସିବାର ଥିଲା। କିନ୍ତୁ ଖବର ଆସିଥିଲା ଯେ ରାୟ ଶୁଣାଣି ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ହେଲେ ଏହି ମାମଲାର ରାୟ ଏହା ପୂର୍ବରୁ ଏବେ ଆସି ସାରିଛି।

ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ର ସଭାପତି ପି.ଟି ଉଷା ମଧ୍ୟ ଏହି ପ୍ରସଙ୍ଗରେ ନିରାଶ ପ୍ରକାଶ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ନିଷ୍ପତ୍ତି ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ପ୍ୟାରିସ୍ ଅଲିମ୍ପିକ୍ସ ସମୟରେ ଭିନେଶ ୬ ଅଗଷ୍ଟରେ କ୍ରମାଗତ ୩ ମ୍ୟାଚ୍ ଖେଳିବା ପରେ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ୍ ରେସଲିଂରେ ପ୍ରବେଶ କରି ରୌପ୍ୟ ପଦକ ନିଶ୍ଚିତ କରିଥିଲେ। ସ୍ୱର୍ଣ୍ଣ ପଦକ ମ୍ୟାଚ୍ ୭ ଅଗଷ୍ଟ ରାତିରେ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ମ୍ୟାଚ୍ ପୂର୍ବରୁ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ସେହି ଦିନ ସକାଳେ ବିନେଶଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା।

ଏହା ପରେ ବିନେଶ ସିଏଏସ’ରେ ଏକ ମାମଲା ଦାୟର କରିଥିଲେ। ତାଙ୍କର ପ୍ରଥମ ଦାବି ଥିଲା ଯେ ତାଙ୍କୁ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଖେଳିବାକୁ ଅନୁମତି ଦିଆଯାଉ। କିନ୍ତୁ ନିୟମ ଦର୍ଶାଇ ତାଙ୍କ ଦାବି ତୁରନ୍ତ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହା ପରେ ବିନେଶ ଆବେଦନ କରି କହିଥିଲେ ଯେ ତାଙ୍କୁ ଏହି ଇଭେଣ୍ଟରେ ରୌପ୍ୟ ପଦକ ଦିଆଯାଉ। ବର୍ତ୍ତମାନ ଏହି ଆବେଦନ ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri