ମହିଳା ମହାସଂଘ ଜମାଖାତାରୁ ୨୦ ଲକ୍ଷ ଟଙ୍କା ଆତ୍ମସାତ୍‌ କରିନେଲେ ସଭାନେତ୍ରୀ, ସମ୍ପାଦିକା

ବନ୍ତ,୧୪ା୮(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ପଧାନପଡ଼ା ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ଜମାଖାତାରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌ ନେଇ ଅଭିଯୋଗ ହୋଇଛି। ମହାସଂଘ ଅଧୀନରେ ଥିବା ସିଆର୍‌ପି ଓ ଏସଏଚ୍‌ଜିର ସଦସ୍ୟାମାନେ ବୁଧବାର ଏନେଇ ବିପିଏମ୍‌ (ବ୍ଲକ ପ୍ରୋଗ୍ରାମ ମ୍ୟାନେଜର) ଦୁର୍ଗା ପ୍ରସାଦ ଦାଶଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବନ୍ତସ୍ଥିତ ୟୁକୋ ବ୍ୟାଙ୍କ ଶାଖାରେ ଥିବା ମହାସଂଘର ଜମାଖାତାରୁ ସଭାନେତ୍ରୀ, ସମ୍ପାଦିକା ଓ ଏମ୍‌ବିକେ ମିଳିମିଶି ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବେଆଇନ ଭାବେ ଉଠାଇ ଆତ୍ମସାତ୍‌ କରିଛନ୍ତି। ଉକ୍ତ ଟଙ୍କା ଫେରସ୍ତ କରିବା ପାଇଁ ସିଆର୍‌ପି ଓ ଏସ୍‌ଏଚ୍‌ଜି ସଦସ୍ୟାମାନେ ବହୁବାର କହୁଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି।
ମହାସଂଘ ଅଧୀନରେ ଥିବା ଏକ ସ୍ବୟଂସହାୟକ ଗୋଷ୍ଠୀ ଦୀର୍ଘବର୍ଷ ହେବ ବନ୍ଦ ହୋଇଯାଇଥିବା ବେଳେ ଉକ୍ତ ଗ୍ରୁପ୍‌ ନାମରେ ଏକାଧିକବାର ବ୍ୟାଙ୍କ ଋଣ ଉଠାଯାଇ ହଡ଼ପ କରାଯାଇଛି। ଋଣ ଉଠାଣ ସମ୍ପର୍କରେ ସମ୍ପୃକ୍ତ ଏସ୍‌ଏଚ୍‌ଜିର ସଦସ୍ୟାମାନେ କୌଣସି ଟେର୍‌ ପାଇନାହାନ୍ତି। ଉକ୍ତ ଗୋଷ୍ଠୀ ନାମରେ ନକଲି ରିଜୋଲେସନ ତିଆରି କରାଯିବା ସହ ସଭାନେତ୍ରୀ, ସମ୍ପାଦିକା ଓ ସଦସ୍ୟାମାନଙ୍କ ଜାଲ୍‌ ଦସ୍ତଖତ କରାଯାଇ ଟଙ୍କା ଉଠାଯାଇଛି। ସେଲ୍ଫ ଚେକ୍‌ ଜରିଆରେ ବ୍ୟାଙ୍କରୁ ନଗଦ ଟଙ୍କା ଉଠାଇବା ଏବଂ ମହାସଂଘ ଜମାଖାତାରୁ ନିଜ ନିଜ ବ୍ୟକ୍ତିଗତ ଜମାଖାତାକୁ ଟଙ୍କା ଟ୍ରାନ୍ସଫର କରାଯାଇଛି। ସେହିପରି ଏସ୍‌ଏଚ୍‌ଜିମାନଙ୍କ ମାସିକ ଦେୟ ମହାସଂଘ ଜମାଖାତାରେ ଡିପୋଜିଟ କରା ନ ଯାଇ ହଡ଼ପ କରାଯାଇଥିବା ସିଆର୍‌ପି ଉମାରାଣୀ ଦାସ, କବିତା ନାୟକ, ସୁରଜିତା ବେହେରା, ଖଲିଦା ବିବି, ବୈଦେହୀ ସେଠୀ, ପ୍ରାଚୀ ତ୍ରିପାଠୀ, ମନୋରମା ତରେଇ, ଇସମାତୁନ୍‌ ଖାତୁନ, ପିଙ୍କି ଜେନା, ଏସ୍‌ଏଚ୍‌ଜି ସଦସ୍ୟା ତିଳୋତ୍ତମା ଯେନା, ମାନସୀ ଯେନା, ଜହ୍ନ ଯେନା, ସୁମତୀ ଜେନା, ସୁଲୋଚନା ଜେନା, ଜାନକୀ ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି। ହଡ଼ପ ହୋଇଥିବା ଟଙ୍କା ତୁରନ୍ତ ଆଦାୟ କରାଯିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବିପିଏମ୍‌ ଦୁର୍ଗା ପ୍ରସାଦ ଦାଶ ଆସନ୍ତା ବୁଧବାର ମଧ୍ୟରେ କାଗଜପତ୍ର ଯାଞ୍ଚ କରାଯିବା ପରେ ଯାହା ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

୨ ଛାତ୍ରବତ୍ସଳ ଶିକ୍ଷକଙ୍କ ଅବସର: ବିଦ୍ୟାଳୟ ପ୍ରତି ନିଷ୍ଠାକୁ ଭୂୟସୀ ପ୍ରଶଂସା

କେସିଙ୍ଗା,୧।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନୁର୍ଗତ ବାଲସି ଗ୍ରାମ ଅଧିନସ୍ଥ ଜବହାର ଉଚ୍ଚ ବିଦ୍ୟାପୀଠ-କର ଦୁଇଜଣ ଶିକ୍ଷକ ଚାକିରିରୁ ଅବସର ନେଇଛନ୍ତି। ଏହି ଉପଲକ୍ଷେ…

ଛାତ୍ରୀଛାତ୍ରଙ୍କ ପ୍ରେରଣାର ଉତ୍ସ ଥିଲେ ଶଙ୍କର ପ୍ରସାଦ: ସୁପ୍ରଶାସକଙ୍କ ଭାବପୂର୍ଣ୍ଣ ଅବସର

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜର ଅଧ୍ୟକ୍ଷ ମେଜର୍‌ ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କୁ ତାଙ୍କର…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୭: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri