ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଦାୟୀତ୍ୱ ନେବା ପରେ ଡିଜିପି ମିଶ୍ର ପ୍ରତିକ୍ରିୟାରେ ୪ଟି ବିନ୍ଦୁ ଉପରେ ଗୁରୁତ୍ୱ ଦେବାକୁ ଘୋଷଣା କରିଛନ୍ତି। ନାରୀ ସୁରକ୍ଷା, ନିଶାମୁକ୍ତ ଓଡ଼ିଶା ଗଠନ, ରାଜ୍ୟରେ ସଂଗଠିତ ଅପରାଧ ରୋକିବା, ସାଇବର ଅପରାଧ ଦୂର କରିବାକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ରାଜ୍ୟରୁ ମାଓବାଦୀ ସମସ୍ୟା ଦୂର ହୋଇ ସାରିଥିବା ବେଳେ ମାଓବାଦୀ ସଙ୍ଗଠନରେ ତଥାପି ଯେପରି ଆଉ କେହି ଯୋଡ଼ି ନ ହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି। ଏପରିକି ଲୋକ ସେବାକୁ ପ୍ରାଥମିକତା ଦିଆଯିବ ବୋଲି ମତପ୍ରକାଶ କରିଛନ୍ତି।

Share