ଡ୍ୟାମ ଠେଲା ପାଣିକୁ ନେଇ ଚିନ୍ତାରେ ଗ୍ରାମବାସୀ: ଆନ୍ଦୋଳନକୁ ଓହ୍ଲାଇଲେ

ବଲାଙ୍ଗୀର,୨୯।୯( ସୁନିଲ ମହାନ୍ତି): ଲଗାଣ ବର୍ଷା ଯୋଗୁ ଲୋୟର ସୁକତେଲ ଡ୍ୟାମ୍‌ରେ ଜଳସ୍ତର ବଢ଼ିବାରେ ଲାଗିଛି। ଏପରିକି ଶନିବାର ସକାଳୁ ଡ୍ୟାମ୍‌ର ଠେଲାପାଣି କୁମିଆପାଲି ଗାଁ ପାଖକୁ ଚାଲି ଆସିଥିବାରୁ ଗାଁ ଲୋକେ ଚିନ୍ତା ପ୍ରକଟ କରିଛନ୍ତି I ତେବେ ଗତ କିଛିଦିନ ହେଲା ଲଗାଣ ବର୍ଷା ହେବାରୁ ସୁକ୍‌ତେଲ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଡ୍ୟାମ୍‌ର ଠେଲା ପାଣି ଏବେ କୁମିଆପାଲି ଗାଁ ନିକଟକୁ ଚାଲିଆସିଛି ।

କୁମିଆଁପାଲିର ସୁକ୍‌ତେଲ ନଦୀ ଖଣ୍ଡିରେ ଥିବା ଧବଳେଶ୍ବର ଶିବମନ୍ଦିରକୁ ଡ୍ୟାମ ଠେଲା ପାଣି ମନ୍ଦିର ଚାରିପଟରେ ଘେରି ହୋଇରହିଛି। ଫଳରେ ଲୋକଙ୍କ ମନ୍ଦିରକୁ ଯିବା ଆସିବା ବନ୍ଦ ହୋଇଯାଇଛି। ନଦୀ ଖଣ୍ଡିଠାରୁ ଗାଁ ପାଖକୁ ଲାଗିଥିବା ଧାନକ୍ଷେତ ଉପରେ ଡ୍ୟାମ୍‌ର ଠେଲା ପାଣି ଭର୍ତ୍ତି ହୋଇ ରହିଛି। ଧାନ ଚାଷ କରିଥିବା ଚାଷ ଜମି ଏବେ ପୁରା ନଷ୍ଟ ହୋଇଯାଇଛି। କୁମିଆଁ ପାଲି ଗାଁର କେତେକଙ୍କ ଘର ଭିତରକୁ ପାଣି ପଶିଆସିଛି l ସେମାନଙ୍କର ଘରେ ଥିବା ଖାଦ୍ୟ ସାମଗ୍ରୀ ପାଣିରେ ଭାସିଯାଇଛି l ରନ୍ଧା ବଢ଼ା ବନ୍ଦ କରିଦେଇଛନ୍ତି। ରାତି ସାରା ନ ଶୋଇ ବଢୁଥିବା ଡ଼୍ୟାମ ପାଣିକୁ ଅନାଇ ବସିଛନ୍ତି l ଏପରି ପରିସ୍ଥିତିରେ ଗାଁ ଲୋକଙ୍କ ବିଭିନ୍ନ ଦାବୀକୁ ସରକାର ପୂରଣ ନ କରି ଡ଼୍ୟାମ ପାଣି ବାନ୍ଧି ଛାଡ଼ୁ ଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି l
ରବିବାର ଅସନ୍ତୋଷ ପ୍ରକାଶ କରି କୁମିଆପାଲିର ଗ୍ରାମବାସୀ ପାଣି ଭିତରେ ପଶି ଜଳ ସତ୍ୟାଗ୍ରହ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଜିଲା ପ୍ରଶାସନକୁ ଚେତାବନୀ ଦେଇ କହିଛନ୍ତି, ତାଙ୍କର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କୁମିଆ ପାଲିରେ ରହିଯାଇଥିବା ୭୦ ପରିବାରରୁ ଉଦ୍ଧର୍‌ବ ଗ୍ରାମବାସି ମରିଯିବେ ପଛେ ଗାଁ ଛାଡ଼ିବେ ନାହିଁ l ଦରକାର ପଡ଼ିଲେ ପାଣିରେ ବୁଡ଼ି ମରିଯିବେ ହେଲେ ଗାଁ ଛାଡ଼ିବେ ନାହିଁ ବୋଲି ଲୋକେ କହିଛନ୍ତି I କୁମିଆପାଲି ଗାଁର ୭୦ ରୁ ଉର୍ଦ୍ଧ ଆଦିବାସୀ ପରିବାରଙ୍କ ବିଭିନ୍ନ ଦାବି ପୂରଣ ହୋଇ ନ ଥିବାରୁ ସେମାନେ ଗାଁରୁ ବିସ୍ଥାପିତ ଏପର୍ଯ୍ୟନ୍ତ ହୋଇନାହାନ୍ତି। ସେମାନଙ୍କର ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଗାଁ ଛାଡିବେ ନାହିଁ ପ୍ରଶାସନକୁ ଜଣାଇଛନ୍ତି l ବିଭିନ୍ନ ସମୟରେ କୁମିଆ ପାଲି ଗ୍ରାମର ପ୍ରତିନିଧି ଦଳ, ଜିଲା ପ୍ରଶାସନ ଓ ଲୋୟର ସୁକ୍‌ତେଲ ପ୍ରକଳ୍ପ ଅଧିକାରୀଙ୍କ ସହ ଆଲୋଚନା କରିସାରିଥିଲେ ମଧ୍ୟ ସମାଧାନ ବାଟ ଆଜି ପର୍ଯ୍ୟନ୍ତ ବାହାରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।...

ଜଗନ୍ନାଥ କଲ୍ୟାଣ ମଣ୍ଡପ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଲେ ବିଧାୟକ ସିଦ୍ଧାନ୍ତ, ୪୪୧ ହିତାଧିକାରୀଙ୍କୁ ବାଣ୍ଟିଲେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ମଠ ସାହିରେ ୫୦ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା ବ୍ୟୟରେ ନବନିର୍ମିତ ଶ୍ରୀ ଜଗନ୍ନାଥ...

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri