ପ୍ରସ୍ତାବିତ ଗୋଳାବାରୁଦ କାରଖାନାକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ, ପ୍ରତ୍ୟାହାର କରା ନ ଗଲେ ଆଗାମୀ ଦିନରେ…

ଭଞ୍ଜନଗର,୧୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ନେତେରେଇ ପାହାଡ଼ ତଳେ ଏକ ଘରୋଇ କମ୍ପାନୀ ପକ୍ଷରୁ ଗୋଳାବାରୁଦ କାରଖାନା ନିର୍ମାଣ ପାଇଁ ଯୋଜନା ଚାଲିଛି। ତେଣୁ
ଏହାର ପ୍ରତିବାଦରେ ଏକ ସଭା ନେତେରେଇ ପାହାଡ଼ ତଳେ ବୁଧବାର ହୋଇଥିଲା। ଗୋଳାବାରୁଦ କାରଖାନା ପରି ଏକ ବିଷାକ୍ତ କାରଖାନାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ନଚେତ୍‌ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ। ତେଣୁ ସମସ୍ତେ ଦଳମତ ନିର୍ବିଶେଷରେ ଉକ୍ତ ପ୍ରକଳ୍ପ ବିରୋଧରେ ଏକାଠି ହେବାକୁ ସଭାରେ ଯୋଗ ଦେଇଥିବା ନେତାମାନେ ଉପସ୍ଥିତ ଲୋକଙ୍କୁ ଆହ୍ବାନ ଦେଇଥିଲେ। ଚାଷୀ ମୁଲିଆ ସଂଘ, ଓଡ଼ିଶା (ଏଆଇକେଏମ୍‌କେଏସ୍‌)ର ବ୍ଲକ କମିଟି ସାଥୀ ସଞ୍ଜୟ ନାୟକଙ୍କ ଆହ୍ବାନରେ ମାନବାଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ କୁମାର ଗୟା, ଅଲ୍‌ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭାର ରାଜ୍ୟ ନେତା ନିରାକାର ନାୟକ, ବ୍ଲକ ସମ୍ପାଦକ ଶିବରାମ ନାଇକ, ଲଡ଼ୁ ନାଇକ, ବସନ୍ତ କୁମାର ନାଇକ, ଶମ୍ଭୁ ନାୟକ, ଚିତ୍ରସେନ ପଲ୍ଲାଇ,ପୀତବାସ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବାରୁଦ କାରଖାନା ବିରୋଧରେ ବକ୍ତବ୍ୟ ରଖିଥିଲେ।

ସୂଚନାଯୋଗ୍ୟ, ପାହାଡ଼ ତଳେ ବାରୁଦ କାରଖାନା ନିର୍ମାଣ ହେଲେ ସମ୍ପୃକ୍ତ ଅଞ୍ଚଳର ୨୭ ଖଣ୍ଡ ରାଜସ୍ବ ଓ ଜଙ୍ଗଲ ଗ୍ରାମବାସୀ ପ୍ରଭାବିତ ହେବେ। ପରିବେଶ ପ୍ରଦୂଷଣ ବଢ଼ିବ। ଦୀର୍ଘ ବର୍ଷ ଧରି ଚାଷ କରି ଆସୁଥିବା ଲୋକେ ଜୀବନ ଜୀବିକା ହରାଇବେ। ବିଶେଷକରି ଗୋଛାବାଡ଼ି, ଘାଟିପଲ୍ଲୀ, ନଣ୍ଡେଇ ହିଲ, ହରଡ଼ାପଦର, କୁଡୁତାଇ, ବାଙ୍କତରା, ବେଙ୍ଗସର, ଗୁଡ଼ିପଲ୍ଲୀ, ଭଗବାନପୁର, ବଡଖଣ୍ଡା, ବରପଲ୍ଲୀ, କରଡ଼ାପଲ୍ଲୀ, ଚୁଡାଖାଇ,ନୁଆଁ ବାଙ୍କତାରା, ଖାଲିଆ, ତୁଳସୀ ପଲ୍ଲୀ, କେନ୍ଦୁପଲ୍ଲୀ, ରାମଚନ୍ଦ୍ରପୁର, ମହୁଲ ପଲ୍ଲୀ, କନ୍ଧ ନୂଆପଲ୍ଲୀ ପ୍ରମୁଖ ଗ୍ରାମର ଶହଶହ ପରିବାର ବାସହରା ହୋଇଯିବେ। ଘଞ୍ଚ ସବୁଜ ଜଙ୍ଗଲ ସମ୍ପୂର୍ଣ୍ଣ ଧୂଳି ପାଉଁଶରେ ପ୍ରଦୂଷିତ ହେବ। ସେହି ଧୂଳି ପାଉଁଶରେ ସାଧାରଣ ଲୋକ, ମହିଳା, କୋମଳମତି ଶିଶୁ ବିଭିନ୍ନ ରୋଗରେ ପଡ଼ି ଜୀବନ ହରାଇବେ। ଅନ୍ୟପଟେ ପୁରୁଷ ପୁରୁଷ ଧରି ନିଜ ଦଖଲରେ ଚାଷ କରି ଆସୁଥିବା ଗୋଷ୍ଠୀଗତ ଅଧିକାରରେ ଥିବା କିଛି ବେସରକାରୀ ଜମି ସହିତ ଶହ ଶହ ଜଙ୍ଗଲ ଜମି ଚାଲିଯିବ। ଲୋକେ ଜୀବିକା ହରାଇବେ, ଶହ ଶହ ଏକର ଜଙ୍ଗଲ ଜମି କମ୍ପାନୀ ହାତକୁ ଚାଲିଯିବ। ହଜାର ହଜାର ଆମ୍ବ, ପଣସ, କାଜୁ, ପିଜୁଳି, ଜାମୁ ଆଦି ଫଳନ୍ତି ଗଛ ନଷ୍ଟ ହୋଇଯିବ। ଯାହା ଫଳରେ ତାପମାନ ବୃଦ୍ଧି ହୋଇ ଧନଜୀବନ ସଂକଟରେ ପଡ଼ିବ। କାରଖାନା ନିର୍ମାଣ ହେଲେ ସାଧାରଣ ଲୋକେ ବିସ୍ଥାପିତ ହେବେ, ପିଇବା ପାଣି, ପନିପରିବା ଖାଦ୍ୟ ଇତ୍ୟାଦି ସମ୍ପୃକ୍ତ ଅଞ୍ଚଳରେ ବିଷାକ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବକ୍ତାମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri