ବାଲି ନିଲାମକୁ ଗ୍ରାମବାସୀଙ୍କ ବିରୋଧ: ସଙ୍କଟରେ ବୋଇତବାଙ୍କ ଗାଁ

ବାଲେଶ୍ୱର ଅଫିସ,୨୭।୩: ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ଘୁଙ୍ଗି ମୌଜାର ସୋନ ନଦୀକୂଳରେ ଅବସ୍ଥିତ ବୋଇତବାଙ୍କ ଗ୍ରାମ ଆଜି ସଂକଟରେ। ଭୌଗୋଳିକ ଅବସ୍ଥିତି ବଦଳିଲେ ସମ୍ପୂର୍ଣ୍ଣ ଗ୍ରାମ ନଦୀଗର୍ଭରେ ଲୀନ ହୋଇଯିବାର ଆଶଙ୍କା ଦେଖାଦେଇଛି। ତେଣୁ ଏହାପୂର୍ବରୁ ବୋଇତବାଙ୍କ ଘାଟରେ ଥିବା ବାଲି ଉତ୍ସ ନିଲାମ ନିଷ୍ପତ୍ତି ବନ୍ଦ କରିବାକୁ ଗ୍ରାମବାସୀ ଜିଲାପାଳଙ୍କଠାରେ ଦାବି କରିଛନ୍ତି। ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ନିଲାମ ପ୍ରକ୍ରିୟାକୁ ବାତିଲ୍‌ ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଜିଲାପାଳ, ବିଡିଓ ଓ ତହସିଲ ଅଫିସ୍‌ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଘୁଙ୍ଗି ମୌଜାରେ ବୋଇତବାଙ୍କର ପ୍ଲଟ ୯୯୭ ଓ ୮୬୦ ନିକଟରେ ଘରବାରି, ବଗିଚା, ଗୋଚର, ଶ୍ମଶାନ ତଥା ତେନ୍ତୁଳିଦା ଓ ପତ୍ରିପାଳ ପଞ୍ଚାୟତକୁ ଯୋଗାଉଥିବା ବୃହତ୍‌ ପାନୀୟଜଳ ପ୍ରକଳ୍ପ ରହିଛି। ବାଲି ନିଲାମ ହେଲେ ପାଣିର ଉତ୍ସ ବନ୍ଦ ହେବା ସହ ନଦୀ ବାଙ୍କରେ ଅବସ୍ଥିତ ଗ୍ରାମ ପ୍ରତି ବିପଦ ସୃଷ୍ଟି ହେବ। ବାଲି ଉଠିଗଲେ ବନ୍ୟା ସମୟରେ ନଦୀ ଗତିପଥ ବଦଳିବା ସହ ଗ୍ରାମ ନଦୀ ଗର୍ଭରେ ଲୀନ ହୋଇଯିବ। ଏଥିସହ ନୂତନ ଭାବେ ନିର୍ମାଣ ହେଉଥିବା ପୋଲ ପ୍ରତି ବିପଦ ଆଶଙ୍କା ରହିଛି। ତେଣୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ନିଲାମ ପ୍ରକ୍ରିୟାକୁ ବନ୍ଦ ରଖନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
ଗ୍ରାମର ବାସିନ୍ଦା ତଥା ଅବସରପ୍ରାପ୍ତ ଶିକ୍ଷକ ଅଶ୍ରୁ କୁମାର ସ୍ବାଇଁ କହିଛନ୍ତି, ପ୍ରାଚୀନ ଉକତ୍ଳୀୟ ନୌବାଣିଜ୍ୟ ସହ ଗ୍ରାମର ସମ୍ପର୍କ ଥିବାରୁ ଏହାର ନାମ ବୋଇତବାଙ୍କ ହୋଇଛି। ବାଲେଶ୍ୱରଠାରେ ଏକ ବନ୍ଦର ଥିବା ଓ ତାର ଏକ ଶାଖା ବୋଇତବାଙ୍କଠାରେ ଥିବା ଜନଶ୍ରୁତିରେ ଶୁଣିବାକୁ ମିଳେ। ସେହି ପ୍ରାଚୀନ ନୌବାଣିଜ୍ୟର ସ୍ମୃତି ବହନ କରୁଥିବା ବାଲି ସ୍ତୁପ ଦ୍ୱୟ ପ୍ଲଟ ୯୯୭ ଓ ୮୬୦ରେ ପ୍ରତିବର୍ଷ ଆଡ଼ମ୍ବର ସହକାରେ ୩ଦିନ ଧରି କାର୍ତ୍ତିକ ପୂର୍ଣ୍ଣିମା ଆୟୋଜିତ ହୋଇଆସୁଛି।
ଜୟନ୍ତ କୁମାର ପାଣିଗ୍ରାହୀ କହିଛନ୍ତି, ତଳିଆ ଅଞ୍ଚଳରୁ ବାଲି ଉଠିଯିବା ଫଳରେ ବନ୍ୟାରେ ଧୋଇ ହୋଇ ବର୍ତ୍ତମାନ ବାଲିର ସ୍ତର ମାତ୍ର ୧ ଫୁଟ୍‌ ରହିଛି। ଯଦି ବାଲି ସଇରାତ୍‌ ନିଲାମ ହୁଏ ତା’ହେଲେ ଏହି ପ୍ରାଚୀନ ସଂସ୍କୃତି ନଷ୍ଟ ହେବା ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri