ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ

ଲାଞ୍ଜିଗଡ଼,୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଞ୍ଜିଗଡ଼ ଓ ତ୍ରିଲୋଚନପୁର ରିଜର୍ଭ ଜଙ୍ଗଲ ଅଞ୍ଚଳରେ ଗ୍ୟାସ ଲାଇନ ଯିବାକୁ ନେଇ ମୂଲ୍ୟବାନ ଶତାଧିକ ଗଛ କଟା ଚାଲିଛି। ଏହାକୁ ବିରୋଧ କରି ଗଛକଟା ବନ୍ଦ କରିଛନ୍ତି ତ୍ରିଲୋଚନପୁର ଗ୍ରାମବାସୀ।

ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଜଙ୍ଗଲ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲଠୁ ଆରମ୍ଭ କରି ସ୍କୁଲ କଲେଜ ସମେତ ବିଭିନ୍ନ ପଞ୍ଚାୟତ ଓ ବିଭିନ୍ନ କାର୍ଯ୍ୟାଳୟ ପରିସରରେ ମଧ୍ୟ ବୃକ୍ଷ ରୋପଣ କରୁଛନ୍ତି। କିନ୍ତୁ ଶହଶହ ଗଛକଟାର ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନସ୍ଥ ଗନ୍ଧନୀ ରିଜର୍ଭ ଜଙ୍ଗଲରେ।

ଏହି ରିଜର୍ଭ ଜଙ୍ଗଲ ଲାଞ୍ଜିଗଡ଼ ବନବିଭାଗ ଅଧୀନରେ ୩ କିମି ଦୂର ରହିଥିବା ବେଳେ ବିଜେପୁର ବନ ବିଭାଗ ଅଧୀନରେ ୫ କିମି ଦୂର ରହିଛି। ବର୍ତ୍ତମାନ ଗ୍ୟାସ ଲାଇନ ପାଇଁ ଓଏଫ୍‌ଡିସି ବିଭାଗ ପକ୍ଷରୁ ୧ କିମି ପର୍ଯ୍ୟନ୍ତ ଶତାଧିକ ବଡ ବଡ ମୂଲ୍ୟବାନ ଗଛ କଟାଯାଇଛି।

ଲାଞ୍ଜିଗଡ଼ଠାରୁ ବିଜେପୁରକୁ ସଂଯୋଗ କରୁଥିବା ୧୭ କିମି ରାସ୍ତାରେ ଗଲେ ୮କିମି ଦୂର ଏହି ରିଜର୍ଭ ଜଙ୍ଗଲ ଭିତର ଦେଇ ତ୍ରିଲୋଚନପୁର ଗାଁକୁ ଯିବାକୁ ପଡ଼େ। କିନ୍ତୁ ଏହି ୧୭ କିମି ରାସ୍ତା ନିର୍ମାଣ ପାଇଁ ଆଜିକୁ ୨ ବର୍ଷ ହେଲା ଟେଣ୍ଡର ହୋଇଥିବା ବେଳେ ରାସ୍ତାର ନିର୍ମାଣ କାର୍ଯ୍ୟ ୯କିମି ଆରମ୍ଭ ହୋଇଛି।

ରାସ୍ତାକାମ କରିବା ପାଇଁ ଠିକାଦାର ପ୍ରୟାସ ଆରମ୍ଭ କରିଥିବା ବେଳେ ଜଙ୍ଗଲ ବିଭାଗ କଟକଣା ଯୋଗୁ କାମ ଆଗେଇ ପାରୁନି। ରାସ୍ତା କଡ଼ରେ ଥିବା ଛୋଟ ଛୋଟ ଗଛ ରହିଥିବା ଯୋଗୁ ବନବିଭାଗର ଅନୁମତି ମିଳିଲେ ଗଛ କଟାଗଲେ କାମ ଆରମ୍ଭ ହେବ ବୋଲି କହୁଛି।

ହେଲେ ତ୍ରିଲୋଚନପୁରବାସୀଙ୍କୁ କୌଣସି ସୂଚନା ନ ଦେଇ ଏବେ ସେହି ରିଜର୍ଭ ଜଙ୍ଗଲକୁ ଗ୍ୟାସ ଲାଇନ ଯୋଗୁ ମନଇଚ୍ଛା ଶହଶହ ଶାଗୁଆନ, ଶାଳ, ହରିଡ଼ା, ବାହାଡା ଭଲି ମୂଲ୍ୟବାନ ଗଛ କାଟୁଥିବା ନେଇ ବନବିଭାଗ କାହିଁକି ନିରବ ସାଜିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ରିଜର୍ଭ ଜଙ୍ଗଲ ବନ୍ୟପ୍ରାଣୀଙ୍କ ଆଶ୍ରୟ ସ୍ଥଳୀ ବୋଲି ତ୍ରିଲୋଚନପୁରବାସୀ ଗଛ କାଟିବା ସ୍ଥାନକୁ ଆସି ଗଛ କଟା ବନ୍ଦ କରିଛନ୍ତି। ଏନେଇ ବିଶ୍ୱନାଥପୁର ବନାଞ୍ଚଳ ଦାୟିତ୍ୱରେ ଥିବା ଏସିଏଫ୍‌ ନରୋତ୍ତମ ମାଝୀଙ୍କୁ ପଚାରିବାରୁ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଗ୍ୟାସ ଲାଇନ କାମ ଚାଲିଥିବା ବେଳେ ପାଇପ ଲାଇନ ଯିବା ସ୍ଥାନରେ ଗଛ କାଟିବା ପାଇଁ ସରକାରଙ୍କ ତରଫରୁ ଓଏଫଡିସିକୁ ଅନୁମତି ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିଦିନ ମିଳିବ ହିତାଧିକାରୀଙ୍କୁ ଭତ୍ତା ଟଙ୍କା!

ଭୁବନେଶ୍ୱର,୧୬।୬: ହିତାଧିକାରୀଙ୍କ ପାଇଁ ଆସିଲା ଖୁସିଖବର। ଖୁବ୍‌ଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ଏନେଇ ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

ଅଜଣା ରୋଗରେ ବହୁସଂଖ୍ୟକ ଛେଳି ମୃତ; ପ୍ରାଣୀ ବିଭାଗ ପାଖରେ ନାହିଁ ଖବର

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା, ଟିକରପଡ଼ା, ଢେପାପେଣ୍ଠ ପ୍ରଭୃତି ଗ୍ରାମମାନଙ୍କରେ ଗତ କିଛିଦିନ ହେଲା ଅଜଣା ରୋଗରେ…

ଥମୁନି ପଶୁ କାମୁଡ଼ା, ଟିକାକରଣ ଭରସାରେ ରୋଗୀ

ଛତ୍ରପୁର, ୧୬।୬ (ଦିଲୀପ ସାମଲ): ଘରେ ନିରୀହ ପଶୁ ପାଳିଲେ ଗୃହ ପରିବାର ଭିତରେ ଆତ୍ମୀୟତା ସହିତ ସେବା ମନୋବୃତ୍ତି ବଢ଼େ ବୋଲି ବିଶାସରେ ଅଛି। କିନ୍ତୁ…

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ୍‌, ୨ ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ,୧୬।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅନ୍ତର୍ଗତ କଇତରା ନିକଟରେ ବିଜୁ ଏକ୍ସପ୍ରେସ ଓ୍ବେରେ ମଙ୍ଗଳବାର ସକାଳେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…

ଭାଜପା ଶାସିତ ରାଜ୍ୟର ସବୁ କୋଇଲା ବିଦ୍ୟୁତ ଟେଣ୍ଡର ହାତେଇଲା ଆଦାନୀ ଗ୍ରୁପ; ୨୫ ବର୍ଷରେ କମାଇବ ୧୩.୨୭ ଲକ୍ଷ କୋଟି

ନୂଆଦିଲ୍ଲୀ,୧୬।୬: ୨୦୨୪ରୁ ଭାରତ ସରକାର ଦୀର୍ଘକାଳୀନ କୋଇଲା ବିଦ୍ୟୁତ କ୍ରୟ ଚୁକ୍ତି (PPA) ପୁଣି ଆରମ୍ଭ କରିବା ପରେ, ଆଦାନୀ ଗ୍ରୁପ ଏକ ବଡ଼ ବ୍ୟବସାୟିକ ସଫଳତା…

ପୁଣି ରାଜଧାନୀରେ ଦୁର୍ଘଟଣା: ଦମ୍ପତିଙ୍କୁ ଚାପି ଦେଲା ଟ୍ରକ

ଭୁବନେଶ୍ୱର,୧୬।୬: ରାଜଧାନୀ ଭୁବନେଶ୍ୱର ପୁଣି ଏକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ପୂର୍ବାହ୍ନରେ ସୈନିକ ସ୍କୁଲ ଦଶରଜା ମନ୍ଦିର ନିକଟରେ ଏକ ସ୍କୁଟରରେ ଯାଉଥିବା ଦମ୍ପତିଙ୍କୁ ଏକ ଟ୍ରକ…

ନିୟମ ବଦଳାଇଲେ କେନ୍ଦ୍ର ସରକାର, ଏଥର ବିନା ପ୍ରେସକ୍ରିପସନରେ ମିଳିବନି କଫ ସିରପ୍‌

ନୂଆଦିଲ୍ଲୀ,୧୬।୬: କାଶ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ସାରା ଦେଶରେ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ, ୧୯୪୫ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri