ଜଳକଷ୍ଟ ଭୋଗୁଛନ୍ତି ସିଂଗୁଡା ଗ୍ରାମବାସୀ

ମାଥିଲି,୨୪ା୧୦(ଡି.ଏନ.ଏ.):ମାଲକାନଗିରି ଜିଲା ମାଥିଲି ବ୍ଲକ ଉଦୁଲିବେଡା ପଞ୍ଚାୟତ ସିଂଗୁଡା ଗ୍ରାମରେ ସରକାରଙ୍କ ପାନୀୟ ଜଳ ଯୋଗାଣ ଯୋଜନା ଫେଲ୍‌ ମାରିଛି। ଗ୍ରାମରେ ୪୫ରୁ ଉଦ୍ଧର୍‌ବ ପରିବାରର ୨୫୦ ଲୋକ ବସବାସ କରୁଛନ୍ତି। ରହିଥିବା ୩ଟ ନଳକୂପରୁ ଗୋଟିଏ ରେ ବହୁ ସମୟ ଧରି ମାରିବା ପରେ ଅଳ୍ପ ପାଣି ବାହାରୁଛି। ଗୋଟିଏ ନଳକୂପର ପାଣି ପିଇବାଯୋଗ୍ୟ ନୁହେଁ। ଆଉ ମାତ୍ର ଗୋଟିଏ ନଳକୂପ ଉପରେ ଗ୍ରାମବାସୀ ନିର୍ଭର କରି ଚଳୁଛନ୍ତି। କିଛି ବର୍ଷ ତଳେ ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ ନେଇ ପାଇପ ବିଛାଯାଇଛି। ଅଥଚ ସେହି ପାଇପ ଯୋଗେ ପାନୀୟଜଳ ଆସୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସିଂଗୁଡା ଗ୍ରାମରେ ପାନୀୟ ଜଳ ଯୋଗାଣ ଲାଗି ନୂଆଗୁଡା ଗ୍ରାମରେ ବୋରୱେଲ ଟାଙ୍କି ରହିଛି। ଯାହା ଗ୍ରାମଠାରୁ ବହୁ ଦୂରରେ ଥିବାରୁ ଗ୍ରାମବାସୀଙ୍କ ଲାଗି ପାଇପରେ ଜଳ ପହଞ୍ଚୁନାହିଁ। ବର୍ଷ ବର୍ଷ ଧରି ପାନୀୟଜଳ ମୁନ୍ଦେ ପାଇଁ ଗ୍ରାମବାସୀ ଡହଳ ବିକଳ ହେଉଛନ୍ତି। ଏନେଇ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ଜିଲା ପ୍ରଶାସନକୁ ଅନେକ ଥର ଲିଖିତ ଭାବେ ଜଣେଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ପାନୀୟଜଳ ବ୍ୟବସ୍ଥାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ପଛେଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।