ଗୋରୁ ଗାଡି ଧରିଲେ ଗ୍ରାମବାସୀ, ଏନଏଚ ୪୯ ପାଲଟିଛି ଗୋ ମାଫିଆଙ୍କ ପାଇଁ ସୁରକ୍ଷିତ ପଥ

କେନ୍ଦୁଝର, ୧୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ) : ରବିବାର ରାତିରେ ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଛକ ନିକଟରେ ଏନଏଚ ୪୯ରେ ପାଲଲହଡା ଆଡୁ କେନ୍ଦୁଝର ଦେଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଏକ ଗୋରୁ ବୋଝେଇ ଟ୍ରକକୁ ସ୍ଥାନୀୟ ଲୋକମାନେ ଅଟକାଇ ପୋଲିସକୁ ସୂଚନା ଦେଇଥିଲେ ା
ଏହାକୁ ନେଇ ଘଟଣାସ୍ଥଳରେ ସୋମବାର ଦିନ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ା ପରେ ପୋଲିସ ପହଁଚି ଘଟଣାର ଅନୁଧ୍ୟାନ କରିଥିଲା ା ସେହିପରି କିଛି ମାସ ତଳେ ଧୃପଦା ନିକଟରେ କ୍ଷୀପ୍ରଗତିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିବାରୁ କେତେକ ଗୋରୁ ମୃତ୍ୟୁବରଣ କରିଥିବାବେଳେ ଅନ୍ୟକେତେକ ଆହତ ହୋଇଥିଲେ ା ସେହିପରି କିଛି ମାସ ତଳେ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଖିରେଇଂ ଟାଙ୍ଗିରୀ ନିକଟରେ ଟୋଲ ଗେଟ ଭାଙ୍ଗି ଫେରାର ହୋଇଯାଇଥିଲେ ା
କେନ୍ଦୁଝର ଜିଲା ଦେଇ ଯାଇଥିବା ଏନଏଚ ୪୯ ବେଆଇନ ଗୋରୁଗାଇ ବେପାରୀଙ୍କ ସୁରକ୍ଷିତ ଯାତାୟତ ପଥ ପାଲଟିଛି ା ଗୋରୁ ବେପାରୀମାନେ ନିର୍ଦ୍ଦୟ ଭାବରେ ଗୋରଙ୍କୁ ପିକଅପ ଭ୍ୟାନ, ଟ୍ରକ, ଜିପ, କଣ୍ଟେନର ଆଦିରେ ଭର୍ତି କରି ପଶ୍ଚିମବଙ୍ଗ ଦେଇ ବାଙ୍ଗଲାଦେଶକୁ ଚାଲାଣ କରୁଛନ୍ତି ା ଅନେକ ବେପାରୀ ଗରିବ ଲୋକଙ୍କୁ କାମରେ ଲଗାଇ ରାସ୍ତାରେ ଚଲାଇ ଚଲାଇ ନେଉଛନ୍ତି। ତେବେ ଏସବୁ ଧରପଗଡ ହେଉ ନ ଥିବାରୁ ଗୋ ସେବକ ତଥା ଗୋପ୍ରେମୀମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ା ଅନେକ ସମୟରେ ଖସି ପଳାଇବାକୁ ଉଦ୍ୟମ କରି କ୍ଷିପ୍ର ଗତିରେ ପଳାଇବାକୁ ଉଦ୍ୟମ କରି ଦୁର୍ଘଟଣାର ଶିକାର ହେଉଛନ୍ତି ା ଗତ କିଛି ବର୍ଷ ମଧ୍ୟରେ ଏଭଳି ବହୁ ଦୁର୍ଘଟଣା ଘଟି ଗୋରୁଗାଇ ମୃତାହତ ହେବା ସହ ଲୋକ ମୃତାହତ ହେଉଥିଲେ ହେଁ କାହାରି ଚେତା ପଶୁନାହିଁ ା ଫଳରେ ଏହାକୁ ରୋକିବା ପାଇଁ ଗ୍ରାମବାସୀ ତଥା ଗୋ ସେବକମାନେ ଗାଡି ଅଟକାଇ ଧରପଗଡ କରୁଥିବା ବେଳେ ଅନେକ ସମୟରେ ପୋଲିସଙ୍କୁ ହସ୍ତାନ୍ତର କରିଦେଉଛନ୍ତି ା
ଧରା ପଡୁଥିବା ଗୋରୁଙ୍କୁ ଛାଡି ଦିଆଯାଉଥିବା ବେଳେ ଅନେକ ସମୟରେ ବଡବିଲ କିମ୍ବା କରଞ୍ଜିଆ ସ୍ଥିତ ଗୋଶାଳାକୁ ପଠାଇ ଦିଆଯାଇଥାଏ ା ଅନେକ ସମୟରେ ପୋଲିସ ମଧ୍ୟ ସୂଚନା ପାଇ ଧରପଗଡ କରୁଛି ା ଗୋରୁ ମାଫିଆମାନେ ଅନେକ ସମୟରେ କ୍ଷୀପ୍ର ଗତିରେ ଗାଡି ଚାଳନା କରି ଟୋଲ ଗେଟ ଭାଂଗି ପଳାଉଥିଲେ ହେଁ ପୋଲିସ ପକ୍ଷରୁ ଧରପଗଡ ହେଉ ନ ଥିବାରୁ ଅସନ୍ତୋଷ କୁହୁଳୁଛି ା ଏଣୁ ଏଭଳି ପ୍ରରିପ୍ରେକ୍ଷୀରେ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରି ଧରପଗଡ କରାନଗଲେ ଆଗାମୀ ଦିନରେ ଗୁରୁତର ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି ବୋଲି ସାମାଜିକ କର୍ମୀ ଦେବରାଜ ଆଚାର୍ଯ୍ୟ ସମେତ ଅନ୍ୟମାନେ ପ୍ରଶାସନଙ୍କୁ ନିବେଦନ କରିଛନ୍ତି ା