୧୯ ଦଫା ଦାବି ନେଇ ଜିଲାପାଳଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଛତ୍ରପୁର,୧୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବଣିଆବସା ଗ୍ରାମବାସୀ ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଓଭର ହେଡ୍‌ ଟାଙ୍କି ମରାମତି ଓ ନୂତନ ପୋଖରୀ ଖନନର ବକେୟା ପ୍ରଦାନ ସହ ୧୯ ଦଫା ଦାବି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବାଘଲଟି ପ୍ରକଳ୍ପ ହେତୁ ୨୦୨୧ରେ ସେମାନଙ୍କୁ ଅନ୍ୟ ସ୍ଥାନରେ ଥଇଥାନ କରାଗଲା। କିନ୍ତୁ ସେମାନଙ୍କୁ ଦାବି ପୂରଣ କରିବାରେ ଜିଲା ପ୍ରଶାସନ ଅସମର୍ଥ ହେତୁ ସେମାନେ ୨ ମେ’ ୨୦୨୫ରେ ଜିଲାପାଳ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିଥିଲେ। ସେହି ସମୟରେ ତୁରନ୍ତ ଦାବିଗୁଡ଼ିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ସୁଦ୍ଧା ଏଯାବତ ହୋଇପାରି ନ ଥିବା କହିଥିଲେ। ଦାବିଗୁଡ଼ିକ ମଧ୍ୟରେ ମେଗା ଜଳ ପ୍ରକଳ୍ପରେ ଆମ୍ଭ ଗ୍ରାମକୁ ସଂଯୋଗୀକରଣ। ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଡିପି ଟଙ୍କା ପ୍ରଦାନ । ୩୭ ଜଣ ବିସ୍ଥାପିତମାନଙ୍କୁ ପ୍ରମାଣପତ୍ର ପ୍ରଦାନ, ଶ୍ମଶାନ ଜାଗା ଚିହ୍ନଟ, ନୂତନ ବସତିର ଘରବାରି ପଟ୍ଟା ପ୍ରଦାନ, ମହିଳାଙ୍କୁ କର୍ମ ନିଯୁକ୍ତି ପ୍ରଦାନ ଆଦି କରିଥିଲେ। ତୁରନ୍ତ ଏହି ଦାବିଗୁଡ଼ିକ ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଥିଲେ। ନଚେତ ଆଗାମୀ ଦିନରେ ଗଣନ୍ତ୍ରାତିକ ପଦ୍ଧତିରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ।

Dharitri – Odisha’s No.1 Odia Daily

Share