ଜଳବାୟୁ ପ୍ରଦୂଷଣର ସମାଧାନ ପାଇଁ ଜିଲାପାଳଙ୍କୁ ଗୁହାରି ଜଣାଇଲେ ଗ୍ରାମବାସୀ

 କେନ୍ଦୁଝର,୪।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅଧୀନ ପଟୁଆକୁଦର ଗ୍ରାମବାସୀ ଜଳବାୟୁ ପ୍ରଦୂଷଣକୁ ନେଇ ସୋମବାର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦ୍ୱାରସ୍ଥ ହୋଇ ଏହାର ତୁରନ୍ତ ପ୍ରତିକାର ପାଇଁ ଦାବି କରିଛନ୍ତି। ଗ୍ରାମ ନିକଟରେ ଥିବା ବସନ୍ତପୁରର ଏସେଲ୍‌ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀରୁ ନିର୍ଗତ ମଇଳା, ଆବର୍ଜନା, ଧୂଳି, ଧୂଆଁ ଯୋଗୁ ଜଳବାୟୁ ପ୍ରଦୂଷଣ ହେଉଛି। ଫଳରେ ଜନସାଧାରଣଙ୍କ ସହ ଜୀବଜନ୍ତୁ ମଧ୍ୟ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି।
କାରଖାନାର ପ୍ରଦୂଷଣ ଯୋଗୁ ଗାଁ ପରିବେଶ ଉପରେ କୁପ୍ରଭାବ ପଡୁଥିବା ବେଳେ ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କାରଖାନା କର୍ତ୍ତୃପକ୍ଷ କୌଣସି ସମାଧାନ କରୁନାହାନ୍ତି। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଜିଲାପାଳଙ୍କ ପାଖକୁ ଆସି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।
ବିଶେଷ କରି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ସହ ଆବଶ୍ୟକ ଉପକରଣ ବ୍ୟବହାର କରାଯାଉ ନ ଥିବାରୁ ରାତିରେ କାରଖାନାରୁ ଧୂଳି, ଧୂଆଁ ସମଗ୍ର ଅଞ୍ଚଳକୁ ବ୍ୟାପି ପରିବେଶ ପ୍ରଦୂଷିତ ହେଉଛି।
ଏପରିକି ଗଛର ପତ୍ର, ଘରବାଡି, ଜଳାଶୟରେ ଧୂଳିର ଆସ୍ତରଣ ଜମି ରହୁଛି। ଫଳରେ ଚାଷକାର୍ଯ୍ୟ ପ୍ରଭାବିତ ହେବା ସହ ଜଳାଶୟର ପାଣି ବ୍ୟବହାର ଉପଯୋଗ ହୋଇପାରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ଧୂଳି, ଧୂଆଁ ଯୋଗୁ ଲୋକେ ନିଃଶ୍ୱାସ, ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା  ଗ୍ରାମବାସୀ କହିଛନ୍ତି।
କାରଖାନା ଆରମ୍ଭ ସମୟରେ ସ୍ଥାନୀୟ ଅଞ୍ଚଳର ବିକାଶ ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ କହି ଲୋକଙ୍କଠାରୁ ଜମିବାଡି ନିଆଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟ ପାଳନ କରାଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ତାଗିଦ କରାଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଗ୍ରାମବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଜମିବାଡି ଗଲା, କାମ ମିଳିଲା ନାହିଁ । ଏଣୁ ବାଧ୍ୟ ହୋଇ ସ୍ଥାନୀୟ ଲୋକେ ବାହାର ରାଜ୍ୟକୁ ଦାଦାନ ଖଟିବାକୁ ଯାଉଥିବା କହିଛନ୍ତି।  ଯେଉଁ କେତେକ ଲୋକଙ୍କୁ କାମ ମିଳିଛି, ସେମାନଙ୍କୁ ବିଭିନ୍ନ ଦୋଷ ଦେଖାଇ ବାହାର କରିଦିଆଯାଉଛି। ପ୍ରତିବାଦ କଲେ ପୋଲିସ ଭୟ ଦେଖାଯାଉଛି।
ଏପରିକି ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁନାହିଁ। ଫଳରେ ଲୋକେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ା ନିକଟରେ ବୋହି ଯାଉଥିବା ବୈତରଣୀ ନଦୀରୁ ଅନ୍ୟ ଏକ କମ୍ପାନୀ ପାଣି ଶୋଷି ନେଉଥିବାରୁ ଜଳାଭାବ ଦେଖାଦେଉଛି।
ସେହିପରି କମ୍ପାନୀର ମଇଳା ଆବର୍ଜନାକୁ ନଦୀରେ ଛଡା ଯାଉଥିବାରୁ ନଦୀଜଳ ଦୂଷିତ ହେଉଛି। ଲୋକେ ଏହାକୁ ବ୍ୟବହାର କରି ନାନା ରୋଗରେ ଆକ୍ରାନ୍ତ ହେବା ସହ ଗୃହପାଳିତ ପଶୁ, ପକ୍ଷୀ, ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି।
ଏଣୁ ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଯୋଗ୍ୟତା ଅନୁସାରେ କମ୍ପାନୀରେ ନିଯୁକ୍ତି, କାରଖାନା ପକ୍ଷରୁ ଶିକ୍ଷକ ନିଯୁକ୍ତି, ଗ୍ରାମବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା, ସାହି ରାସ୍ତା ନିର୍ମାଣ, ଗ୍ରାମର ଧର୍ମାନୁଷ୍ଠାନକୁ ସହାୟତା, ପ୍ରଦୂଷଣ ରୋକିବା ସହ ପ୍ରତ୍ୟେକ ପରିବାକୁ ସହଯୋଗ ଭତ୍ତା ପ୍ରଦାନ ଆଦି ୭ ଦଫା ଦାବି ନେଇ ଉଗ୍ରସେନ ନାଏକ, ପର୍ଣ୍ଣଚନ୍ଦ୍ର ନାଏକଙ୍କ ସମେତ ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ କରି ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri