କଲ୍ୟାଣରେ ଲାଗୁନି ଗାଁ କଲ୍ୟାଣ ସମିତି ଅର୍ଥ

ଖଣ୍ଡପଡ଼ା,୮ା୯(ଅଜୟ କୁମାର ମହାରଣା): ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ, ପରିମଳ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖି ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଜରିଆରେ ପ୍ରତ୍ୟେକ ରାଜସ୍ବ ଗାଁରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି। ଏହି ସମିତିରେ ଗାଁର ୱାର୍ଡ ସଭ୍ୟା, ସଭ୍ୟ, ଅଙ୍ଗନୱାଡି କର୍ମୀ, ରାଜସ୍ବ ଗ୍ରାମର ଆଶା କର୍ମୀ, ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥାର ସ୍ବାବଲମ୍ବୀ କାରିଗର, ସର୍ବାଧିକ ସଞ୍ଚୟ ଥିବା ୩ ମହିଳା ସ୍ବୟଂ ସହାୟକ ଦଳର ପ୍ରତିନିଧିଙ୍କୁ ସାମିଲ କରାଯାଇଛି। ଏହି ଗାଁ କଲ୍ୟାଣ ସମିତିର ମୁଖ୍ୟ ଉଦ୍ଦେଶ୍ୟ ହେଲା ରାସ୍ତା ସଫେଇ, ନଳକୂପ ମରାମତି, ଅସହାୟ ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିବା, ସ୍ବାସ୍ଥ୍ୟ ସଚେତନତା ଆଦି ସୃଷ୍ଟି କରିବା।
ଏପରି କି ପ୍ରତି ମାସ ଗୁରୁବାରରେ ଗାଁ କଲ୍ୟାଣ ସମିତି ପକ୍ଷରୁ ଗ୍ରାମ ସଭାମାନ କରାଯାଇ ଗ୍ରାମରେ ସୁସ୍ଥ ବାତାବରଣ ତଥା ପରିବେଶ ସୃଷ୍ଟି କରିବା ଏହାର ଲକ୍ଷ୍ୟ।
ଏହି ଯୋଜନା ୨୦୦୮-୦୯ରୁ ସାରା ରାଜ୍ୟରେ କାର୍ଯ୍ୟ କରିଆସୁଛି। ଯୋଜନା
କ୍ରମେ ପ୍ରତି ଗାଁ କଲ୍ୟାଣ ସମିତିକୁ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ତରଫରୁ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏ ଅନୁଦାନ ରାଶି ସମିତିର ବ୍ୟାଙ୍କ ଜମା ଖାତାରେ ପ୍ରଦାନ କରାଯାଉଛି। ମାତ୍ର କଲ୍ୟାଣରେ ଲାଗି ପାରୁନି ଏହି ଗାଁ କଲ୍ୟାଣ ସମିତି ଅର୍ଥ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ଗାଁ କଲ୍ୟାଣ ସମିତିକୁ ଆସୁଥିବା ଅର୍ଥ ବାଟ ମାରଣା କରା ଯାଉଥିବାର ଅଭିଯୋଗ ହେଉଛି। ଫଳ ସ୍ବରୁପ ସରକାରୀ ଅର୍ଥ ସାମୁହିକ କଲ୍ୟାଣ କାଯର୍‌ୟରେ ନ ଲାଗି ବ୍ୟକ୍ତି ବିଶେଷଙ୍କ କାଯର୍‌ୟରେ ବେଶୀ ଲାଗୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
କୌଣସି ଉନ୍ନତିମୂଳକ କାର୍ଯ୍ୟରେ ଗାଁ କଲ୍ୟାଣ ସମିତିର ଭୂମିକା ଜଣାପଡୁନାହିଁ।
ନାମକୁ ମାତ୍ର କେଉଁ ଗାଁରେ ୨ରୁ ୩ଟି ଅଳିଆ ଆବର୍ଜନା ପକାଇବା ପାଇଁ ସିମେଣ୍ଟ କୁଣ୍ଡ ରଖି ଗାଁ କଲ୍ୟାଣ ସମିତିର କାମ ଶେଷ କରାଯାଉଛି। ଏକଥା ସତ୍ୟ ଯେ, ଗ୍ରାମର ଅଧିକାଂଶ ଲୋକ ଗାଁ କଲ୍ୟାଣ ସମିତିର ଲକ୍ଷ୍ୟ ଓ କାଯର୍‌ୟକ୍ରମ ବିଷୟରେ ଜାଣିନାହାନ୍ତି। ଏଥିଯୋଗୁ ଗାଁ କଲ୍ୟାଣ ସମିତି ମୁଖ୍ୟ ସ୍ରୋତରୁ ବାଦ୍‌ ଯାଇ ବିଭିନ୍ନ ପଦାଧିକାରୀଙ୍କୁ ସନ୍ତୁଷ୍ଟ କରି ଗାଁରେ ୨ରୁ୩ଟି ଆବର୍ଜନା କୁଣ୍ଡ ବସାଇ ଓ କାଗଜ ପତ୍ରରେ ବିଭିନ୍ନ କାଯର୍‌ୟକ୍ରମ ସମ୍ପାଦନ କରିଥିବା ସୂଚାଇ ଅନ୍ୟ ଦିଗ ପ୍ରତି ଆଖି ବୁଜି ଦେଉଛି।
ସୂଚନାଯୋଗ୍ୟ, ଖଣ୍ଡପଡ଼ା ବ୍ଳକରେ ସମୁଦାୟ ୧୬୬ ଗାଁ କଲ୍ୟାଣ ସମିିତି ଗଠନ କରା ଯାଇଥିବା ବେଳେ ଏ ସମ୍ପର୍କରେ ନୂଆଗଡିଆ ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବ୍ଳକ ପ୍ରୋଗ୍ରାମ ମ୍ୟାନେଜର(ବିପିଏମ୍‌)ଶୁଭ ସଙ୍କେତ ପଣ୍ଡାଙ୍କ ସହ ବାରମ୍ବାର ଯୋଗାଯୋଗ କରାଯାଉଥିଲା। ହେଲେ ସେ ଫୋନ ଉଠାଉ ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସୂଚନା ଅନୁଯାୟୀ, ଗୋଟିଏ ପଞ୍ଚାୟତର ଲୋକ ସଂଖ୍ୟା ୫ ହଜାରରୁ ଊର୍ଦ୍ଧ୍ୱ ହୋଇ ନ ଥିବା ବେଳେ ୧୦ରୁ ୧୨ଟି ରାଜସ୍ବ ଗ୍ରାମକୁ ନେଇ ପଞ୍ଚାୟତ ଗଠନ ହୋଇଥିବାରୁ ସେଠାରେ ସେହି ପରିମାଣର ଗାଁ କଲ୍ୟାଣ ସମିତି ଗଠନ ହୋଇଛି। ଏପରି କି ପ୍ରାୟ ୭ ହଜାର ଜନ ସଂଖ୍ୟା ବିଶିଷ୍ଟ କୋଷକା ପଞ୍ଚାୟତରେ ୧୫ରୁ ଊର୍ଦ୍ଧ୍ୱ ଗାଁ କଲ୍ୟାଣ ସମିତି ଗଠନ ହୋଇଥିବା ବେଳେ ୧୫ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଗୋଟିଏ ରାଜସ୍ବ ଗ୍ରାମକୁ ନେଇ ଗଠିତ କଣ୍ଟଲୋ ପଞ୍ଚାୟତରେ ମାତ୍ର ଗୋଟିଏ ଗାଁ କଲ୍ୟାଣ ସମିତି ଗଠନ ହୋଇ ଥିବାରୁ ବର୍ଷକୁ ମାତ୍ର ୧୦ହଜାର ଟଙ୍କା ଅନୁଦାନ ଅର୍ଥ ଏଠାରେ ଆବଶ୍ୟକ ମୁତାବକ ଗାଁ କଲ୍ୟାଣ ସମିତିର କାଯର୍‌ୟକ୍ରମ କରିବା ଅସମ୍ଭବ ହୋଇ ପଡିିଛି। ଗାଁ କଲ୍ୟାଣ ସମିତିକୁ ଆସୁଥିବା ଅର୍ଥର ସଦୁପଯୋଗ କରାଯିବା ନିମନ୍ତେ ଅଙ୍ଗନୱାଡି କେନ୍ଦ୍ର ଜରିଆରେ ରାଜସ୍ବ ଗ୍ରାମଗୁଡିକ ପାଇଁ ଅଙ୍ଗନୱାଡି କେନ୍ଦ୍ର ଓ ୱାର୍ଡ ସଦସ୍ୟଙ୍କ ଜରିଆରେ ଯୁଗ୍ମ ଆକାଉଣ୍ଟ ଖୋଲା ଯିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ଗାଁ କଲ୍ୟାଣ ସମିତିର ସଦସ୍ୟ ଭାବେ ଆଶା କର୍ମୀମାନେ ମଧ୍ୟ ରହିଛନ୍ତି। ତାହା ସତ୍ତ୍ୱେ ମଧ୍ୟ ଗାଁ କଲ୍ୟାଣ ସମିତିକୁ ଆସୁଥିବା ଅର୍ଥର ଠିକ ବିନିଯୋଗ କରାଯାଉ ନ ଥିବା ଅଭିଯୋଗ ହେଉଛି। ସରକାରଙ୍କ ଏହି ଜନହିତକାରୀ କାର୍ଯ୍ୟ କେବଳ କାଗଜ କଲମରେ ସୀମିତ ରହିଯାଉଥିବା ବେଳେ ଗାଁ ଗହଳିର ଜନସାଧାରଣଙ୍କ ନିକଟରେ ଗାଁ କଲ୍ୟାଣ ସମିତିର କାଯର୍‌ୟଧାରା ଅପହଞ୍ଚ ରହିଯାଉଛି। ବିଶେଷ କରି ୧୫ ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ କଣ୍ଟିଲୋ ପଞ୍ଚାୟତ ଏକ ରାଜସ୍ବ ଗ୍ରାମ ହୋଇଥିବାରୁ ଏଠାରେ ମାତ୍ର ଗୋଟିଏ ଗାଁ କଲ୍ୟାଣ ସମିତି ଥିବାରୁ ଏହି ସମିତିକୁ ମାତ୍ର ୧୦ ହଜାର ଟଙ୍କା ଅନୁଦାନ ଆସୁଥିବାରୁ ତାହା କିପରି ଏବଂ କେଉଁଠି କି କାର୍ଯ୍ୟ ସଂପାଦନ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି ସ୍ଥିତିରେ କଣ୍ଟିଲୋରେ ଥିବା ଗାଁ କଲ୍ୟାଣ ସମିତିଟି ଦୀର୍ଘ ୬ବର୍ଷରୁ ଊର୍ଦ୍ଧ୍ୱ ହେବ ବନ୍ଦ ହୋଇଯାଇଛି।
ପୂର୍ବରୁ ଗଠିତ ଏହି ସିମତିକୁ ମଞ୍ଜୁର ହେଉଥିବା ୧୦ ହଜାର ଟଙ୍କାରୁ ସିଟିଂ ଫି ଓ ଅନ୍ୟାନ୍ୟ ବାବଦରେ ୫ ହଜାର, ବିଭିନ୍ନ ସଚେତନତା ପାଇଁ ସରକାରୀ କାର୍ଯ୍ୟକ୍ରମ ପାଲା କିମ୍ବା ଦାସକାଠିଆ ଆସିଲେ ସେ ବାବଦ ୨ ହଜାରରୁ ଊର୍ଦ୍ଧ୍ୱ, ବିଧି ବ୍ୟବସ୍ଥା କ୍ରମେ ଅଙ୍ଗନୱାର୍ଡି କର୍ମୀଙ୍କ ସାଇକେଲ ମରାମତି ଓ ବାକ୍ସ ପାଇଁ ଖର୍ଚ୍ଚ ଏବଂ ବିଭିନ୍ନ ସ୍ଥାନରେ ସଫେଇ ପାଇଁ ୨ଶହ ଟଙ୍କା ପ୍ରଦାନ କରିବାର ନିୟମ ରହିଛି। ଫଳରେ ଗାଁରେ ଅନ୍ୟ କୌଣସି କାର୍ଯ୍ୟ ଏହି ସୀମିତ ଅର୍ଥରେ କରିିବା ସମ୍ଭବ ହେଉ ନ ଥିବାରୁ ଗତ ୬ ବର୍ଷ ହେଲା ଅନୁଦାନ ଅର୍ଥ ଖର୍ଚ୍ଚ ନ ହୋଇ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇ ରହି ଗାଁ କଲ୍ୟାଣ ସମିତିର କାର୍ଯ୍ୟ ହେଉ ନାହଁି। ଅନ୍ତତଃ ୨୫ଟି ୱାର୍ଡ ତଥା ୩ଟି ଜୋନ(କ, ଖ ଓ ଗ)କୁ ନେଇ ଗଠିତ କଣ୍ଟିଲୋ ରାଜସ୍ବ ଗ୍ରାମରେ ଅନ୍ତତଃ ୩ଟି ଗାଁ କଲ୍ୟାଣ ସମିତି କରିବାର ସରକାରୀ ବ୍ୟବସ୍ଥା କରାଗଲେ ଗାଁରେ କିଛି କାର୍ଯ୍ୟକ୍ରମ ହୁଅନ୍ତା ବୋଲି ସାଧାରଣରେ ଦାବି ହେଉଛି।  ଅପରପକ୍ଷରେ କଣ୍ଟିଲୋ ପଞ୍ଚାୟତରେ ଦୀର୍ଘ ବର୍ଷ ହେଲା ଗାଁ କଲ୍ୟାଣ ସମିତିଟି ବନ୍ଦ ହୋଇ ରହିଥିବା ବେଳେ ଗତ ୫ ତାରିଖରେ ଏହି ଗଁ କଲ୍ୟାଣ ସମିତିକୁ ପୁର୍ନଗଠନ କରାଯାଇଥିବା ନୂଆଗଡିଆସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିସତ୍ାଧିକାରୀ ଡ. ଅଭିଷାର ପଣ୍ଡା ସୂଚନା ଦେଇଛନ୍ତି।
ସଂପୃକ୍ତ ଗାଁ କଲ୍ୟାଣ ସମିତି ବ୍ୟାଙ୍କ ଆକାଉଣ୍ଟରେ ୮୭ ହଜାର ୯ଶହ ଟଙ୍କା ଖର୍ଚ୍ଚ ନ ହୋଇ ପଡି ରହିଥିବା ବେଳେ ଚଳିତ ବର୍ଷର ୧୦ ହଜାର ଟଙ୍କା ଖୁବ ଶୀଘ୍ର ପଠାଯିବ ବୋଲି ଡ.ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri