ଆରଡ଼ି, ୧୮।୪ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତ ବୋଡ଼କ ଗଁା ଚଇତି ପୁନେଇ ପର୍ବ ଲାଗି ଉତ୍ସବମୁଖର ହୋଇଛି। କରୋନା ଯୋଗୁ ଦୁଇବର୍ଷ ହେଲା ଏହି ପର୍ବ ଫିକା ପଡ଼ିଥିଲା। ଚଳିତବର୍ଷ କଟକଣା କୋହଳ ହେବାରୁ ପୁଣି ଏଠାରେ ଏହି ପର୍ବ ପାଳନ କରାଯାଉଛି। ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ପର୍ବ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ପାରମ୍ପରିକ କାର୍ଯ୍ୟକ୍ରମ ରହିଛି। ଏହି ପର୍ବରେ କେବଳ କୈବର୍ତ୍ତ ଓ ନିଆରୀ ସମ୍ପ୍ରଦାୟ ନୁହେଁ ଏଠାରେ ବସବାସ କରୁଥିବା ଅନ୍ୟ ସମ୍ପ୍ରଦାୟ ବି ନିଜକୁ ସାମିଲ କରି ଭାଇଚାରାର ସମ୍ପର୍କ ବଜାୟ ରଖିଛନ୍ତି।
ଉତ୍ସବର ପ୍ରଥମ ଦିନରେ ନିଜ ବ୍ୟବହୃତ ଡଙ୍ଗା, ଜାଲ, ଢିଙ୍କି ଆଦି ମଣ୍ଡପରେ ପୂଜା ଉଦ୍ଦେଶ୍ୟରେ ରଖାଯାଇଥିଲା। ବିଶେଷ ଆକର୍ଷଣ ହେଲା ଘୋଡ଼ାନାଚ। ପରବ ସମୟରେ ଏକ କାଠଘୋଡ଼ାକୁ ସୁସଜ୍ଜିତ କରାଯାଇ ପୂଜା ମଣ୍ଡପରେ ରଖାଯାଇଛି। ସକାଳେ ଓ ସନ୍ଧ୍ୟାରେ ଏହାକୁ ନଚାଯାଉଥିବା ଦେଖିବାକୁ ମିଳିଛି। ଘୋଡ଼ାନାଚରେ ଗଁା ଦାଣ୍ଡ ଦୁଲୁକୁଛି। ପୁରୁଷ ପରୁୁଷ ଧରି ଏହି ପରମ୍ପରା ଗଁା ଐତିହ୍ୟ ଓ ପ୍ରଥାର ପ୍ରଚାର କରୁଛି। ଘୋଡ଼ାନାଚ ଦେଖିବା ପାଇଁ ସ୍ଥାନୀୟ ଗଁାରୁ ଶତାଧିକ ଦର୍ଶକଙ୍କ ଭିଡ଼ ଜମୁଛି। ଏହି ପର୍ବର ଅନ୍ୟ ଆକର୍ଷଣ ହେଲା ରାତିରେ ପାଲା ଆୟୋଜନ। ବିଭିନ୍ନ ସୁନାମଧନ୍ୟ ଗାୟକଙ୍କ କଣ୍ଠ ନିସୃତ ପାଲାଗୀତ ଶୁଣିବା ପାଇଁ ବୋଡ଼କ ଗଁାକୁ ଦର୍ଶକମାନଙ୍କ ସୁଅ ଛୁଟୁଛି।
ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ
ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…
ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ
ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…
କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..
ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…
ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ
ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…
ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ
ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…
ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ
ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…
ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…
ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…
ହଠାତ୍ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼
ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…
Archives

