Posted inଫୁରସତ

୧୭ ବର୍ଷ ଧରି ଗାଁରେ ଜଳୁଛି ନିଆଁ..

ପୃଥିବୀରେ ଏଭଳି ବହୁ ରହସ୍ୟ ରହିଛି ଯାହାର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ। ଅନେକ ଗବେଷଣାପରେ ଗବେଷକ ମଧ୍ୟ ଏଭଳି ଅନେକ ରହସ୍ୟ ଭେଦ କରିବାକୁ ହୋଇ ନାହାଁନ୍ତି ସକ୍ଷମ। ଆଧୁନିକ ବିଜ୍ଞାନ ଏସବୁ ରହସ୍ୟ ନେଇ ନୀରବ। ସେଭଳି ଏକ ରହସ୍ୟମୟ ଘଟଣା ଦୀର୍ଘ ୧୭ ବର୍ଷ ଧରି ଇଟାଲୀର ସିସିଲିରେ ଥିବା କାନେଟୋ ଡି କାରୋନିଆ ଗାଁରେ ଘଟିଚାଲିଛି। ଏପର୍ଯ୍ୟନ୍ତ ଏହି ରହସ୍ୟର ଉତ୍ତର ବିଜ୍ଞାନକୁ ମିଳିନାହିଁ। ଗାଁରେ ଘରଠାରୁ ଆରମ୍ଭ କରି କାର୍‌, ଲୁଗାପଟା, ଗଛଲତା ଆଦିରେ ହଠାତ୍‌ ନିଆଁ ଲାଗିଯାଇଥାଏ। ଏହା କିପରି ହେଉଛି କିମ୍ବା କାହିଁକି ହେଉଛି ତାହାର କୌଣସି ଉତ୍ତର ମିଳିପାରିନାହିଁ। ଗବେଷକ ଦଳ ଏଠାରେ ପହଞ୍ଚି ଏହାର ରହସ୍ୟ ଖୋଜି ବିଫଳ ହୋଇଛନ୍ତି। ଅନେକ ଏହାକୁ ଭୌତିକକାଣ୍ଡ ବୋଲି କହିଥାନ୍ତି। ଏନେଇ ଗାଁରେ ଧୀରେ ଧୀରେ ତାନ୍ତ୍ରିକଙ୍କ ଆଗମନ ହେବାରେ ଲାଗିଛି। ଗତ ୨୦୦୪ ମସିହାଠାରୁ ଏଭଳି ପ୍ରତିଦିନ ଅଘଟଣ ଘଟୁଥିଲେ ମଧ୍ୟ ଏହାର କୌଣସି ନିରାକରଣ କରାଯାଇପାରୁ ନାହିଁ। ଏଠାରେ ଅତୃପ୍ତ ଆତ୍ମାଙ୍କ ବାସ ଯୋଗୁ ଏସବୁ ହେଉଥିବା ଲୋକମାନେ ବିଶ୍ୱାସ କରୁଛନ୍ତି। ସନ୍ଧ୍ୟାପରେ ଏଠାରେ ଶୁଣାଯାଉଛି ବିଭିନ୍ନ ଭୟଙ୍କର ଶବ୍ଦ। ଶବ୍ଦ କିପରି ସୃଷ୍ଟି ହେଉଛି ତାହାର ସନ୍ଧାନ ମଧ୍ୟ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri