କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମରଶରୀର ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ

ଗୁଡାରି, ୧୭।୭(ପ୍ରମୋଦ କୁମାର ପତି ): ଦାଦନ ଖଟିବାକୁ କେରଳ ଯାଇଥିବା ଗୁଡାରି ବ୍ଲକର ଜଣେ ଓଡ଼ିଆ ଯୁବକଙ୍କର ସେଠାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଗୁଡାରି ବ୍ଲକ ଏମ୍. କେ. ରାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମକାଗୁଡ଼ା ଗ୍ରାମର ଅବିବାହିତ ଯୁବକ ଫିଲିପ କିମ୍ଵାକା (୨୫)। ଶୁକ୍ରବାର ତାଙ୍କ ମରଶରୀର ଜନ୍ମମାଟିରେ ପହଞ୍ଚିବା ପରେ ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ସୂଚନା ଅନୁଯାୟୀ, ଫିଲିପ କେରଳ ରାଜ୍ୟର କାନୁର ଜିଲା  ଅନ୍ତର୍ଗତ କୁଡ଼ିଆନମାଲା ଥାନା ଅଞ୍ଚଳରେ ଦାଦନ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଗତ ବୁଧବାର ଭୋର ପ୍ରାୟ ୩ଟା ସମୟରେ ହଠାତ୍ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ସୂଚନା ପାଇଥିଲେ। କେରଳରୁ ଫିଲିପଙ୍କ ମରଶରୀରକୁ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମ ମକାଗୁଡାକୁ ଆଣିବା ପାଇଁ ପରିବାରକୁ ପ୍ରାୟ ୭୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଗ୍ରାମବାସୀଙ୍କ ସହଯୋଗ କ୍ରମେ ଶୁକ୍ରବାର ପୂର୍ବାହ୍ନରେ ତାଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁର ଆବାଳବୃଦ୍ଧବନିତାଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା। ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ମରଶରୀରକୁ ନିଆଯାଇ ଗାଁ ଶ୍ମଶାନରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଇଛି। ପରିବାରର ରୋଜଗାରକ୍ଷମ ପୁଅକୁ ହରା

Dharitri – Odisha’s No.1 Odia Daily

Share