ଗାଁ ଓ ଗାନ୍ଧୀ

ଗାଁର ଦେଶ ଭାରତ। ଗାଁ ଉପରେ ନିର୍ଭର କରେ ଦେଶର ଖାଦ୍ୟଶସ୍ୟ ଉପତ୍ାଦନ ଓ ଅର୍ଥନୀତି। ତେଣୁ ଗାଁର ବିକାଶ ହିଁ ଦେଶର ବିକାଶ। ଗାଁରୁ ଶାସନ ଆରମ୍ଭ ନ ହେଲେ ସଫଳ ହେବନି ଗଣତନ୍ତ୍ର। ଏଭଳି ଏକ ଯୁଗାନ୍ତକାରୀ ବୈପ୍ଳବିକ ଚିନ୍ତାଧାରାକୁ ଆଧାର କରି ଜନ୍ମ ନେଇଥିଲା ଗାନ୍ଧିଜୀଙ୍କ ଗ୍ରାମ ସ୍ବରାଜ୍ୟ ସ୍ବପ୍ନ। ସ୍ବାଧୀନତା ପୂର୍ବରୁ ଯେତେବେଳେ କଂଗ୍ରେସର ଅନ୍ୟ ଅନେକ ନେତା ଗାଁଗୁଡ଼ିକୁ ଅଶିକ୍ଷା, ଅନ୍ଧବିଶ୍ୱାସ, ଉକତ୍ଟ ଜାତିଆଣାଭାବ ଓ ମାନସିକ ସଂକୀର୍ଣ୍ଣତାର ନର୍କକୁଣ୍ଡ ବୋଲି ଭାବୁଥିଲେ, ସେତେବେଳେ ଗାନ୍ଧିଜୀ କହୁଥିଲେ ଭାରତର ଆମତ୍ା ହେଉଛି ତା’ର ସାତଲକ୍ଷ ଗାଁ। ଭାରତ ବଞ୍ଚତ୍ନାହିଁ ତା’ର ହାତଗଣତି କେତୋଟି ସହରର ଚାକଚକ୍ୟ ଭିତରେ। ଗାଁଗୁଡ଼ିକରେ ଚାଲିଥିବା ଶୋଷଣରୁ ସୃଷ୍ଟି ହୋଇଛି ସହରର ଆଖିଝଲସା କୋଠାବାଡ଼ି। ଗୋଟିଏ ଜାଗାକୁ ଉଚ୍ଚା କରିବାକୁ ହେଲେ ଯେମିତି ଅନ୍ୟ ଗୋଟିଏ ଜାଗାକୁ ଖାଲ କରିବାକୁ ପଡ଼େ, ସେମିତି ସହରୀବାବୁଙ୍କ ଧନଦୌଲତ ଓ ସୁଖସ୍ବାଚ୍ଛନ୍ଦ୍ୟ ବୃଦ୍ଧିି କରିବା ପାଇଁ ଗ୍ରାମାଞ୍ଚଳରେ ବଢ଼ିଚାଲିଛି ଦାରିଦ୍ର୍ୟ ଓ ଅପପୁଷ୍ଟି। ଅର୍ଥାତ୍‌ ଗାଁଗଣ୍ଡାର ଅଶିକ୍ଷିତ ଲୋକେ କେବଳ ଇଂରେଜ ସରକାରଙ୍କ ଦ୍ୱାରା ଶୋଷିତ ହେଉ ନ ଥିଲେ, ଏଥିସହିତ ସେମାନଙ୍କ ଦାରିଦ୍ର୍ୟ ଓ ଅସହାୟତାର ସୁଯୋଗ ନେଇ ସହରୀବାବୁମାନେ ବି ତାଙ୍କୁ ଶୋଷଣ କରୁଥିଲେ ଭିନ୍ନ ଭିନ୍ନ ବାଗରେ। ଏହି ଶୋଷଣର ଅବସାନ ପାଇଁ ଗାନ୍ଧୀ ଚାହୁଁଥିଲେ ବିକେନ୍ଦ୍ରିତ ଅର୍ଥନୈତିକ ବ୍ୟବସ୍ଥା।
ଭାରତ ପାଇଁ, ବିଶେଷକରି ଗ୍ରାମୀଣ ଭାରତୀୟ ପାଇଁ ତାଙ୍କର ଆଭିମୁଖ୍ୟ ଓ ନିଷ୍ପତ୍ତି ଥିଲା ଅତ୍ୟନ୍ତ ସ୍ପଷ୍ଟ, ଦୃଢ଼ ଓ ଅଟଳ। ତାଙ୍କର କ୍ଷମତା ବିକେନ୍ଦ୍ରୀକରଣ ଅବଧାରଣା କୌଣସି ତତ୍ତ୍ୱ ଉପରେ ପର୍ଯ୍ୟବସିତ ନ ଥିଲା, ବରଂ ତାହା ଥିଲା ସମ୍ପୂର୍ଣ୍ଣ ଅନୁଭୂତି ଓ ଅଭିଜ୍ଞତା ଆଧାରିତ। ସେ ତୃତୀୟ ଶ୍ରେଣୀ ରେଳ ଡବାରେ ବସି ଓ ପାଦରେ ଚାଲି ଚାଲି ସମଗ୍ର ଭାରତ ପରିଭ୍ରମଣ କରିଥିଲେ ଏବଂ ଅତି ନିକଟରୁ ଦେଖୁଥିଲେ ଗ୍ରାମୀଣ ଭାରତର ଦୟନୀୟ ସ୍ଥିତି। ଗାଁ ଲୋକଙ୍କ ସଂସ୍କୃତି, ସଂସ୍କାର, ଜୀବନଶୈଳୀ, କର୍ମ ପ୍ରବଣତା ଓ ସମସ୍ୟା ସମ୍ପର୍କରେ ଆମୂଳଚୂଳ ଅନୁଧ୍ୟାନ କରି ବୁଝିଥିଲେ ଯେ ଗାଁ ଲୋକେ ଯେତେବେଳେ ପ୍ରତ୍ୟେକ କ୍ଷେତ୍ରରେ ସ୍ବାବଲମ୍ବୀ ଓ ସ୍ବୟଂସମ୍ପନ୍ନ ହୋଇଯିବେ, ଅର୍ଥାତ୍‌ ସବୁ ଗାଁ ଲୋକେ ନିଜର ମୌଳିକ ଆବଶ୍ୟକତା ନିଜ ଗାଁରେ ପୂରଣ କରିପାରିବେ, ସେତେବେଳେ ଭାରତ ଅନୁଭବ କରିବ ପ୍ରକୃତ ସ୍ବାଧୀନତାର ସ୍ବାଦ। ତେଣୁ ଗାନ୍ଧିଜୀଙ୍କ ଦୃଷ୍ଟିରେ ସ୍ବଦେଶୀ ଆନ୍ଦୋଳନ ଅର୍ଥ କେବଳ ବିଦେଶୀ ବସ୍ତୁ ବର୍ଜନ ନୁହେଁ, ବରଂ ଆମତ୍ ସମ୍ମାନ ଓ ଆମତ୍ ନିର୍ଭରଶୀଳତା।
ପ୍ରତ୍ୟେକ ଗାଁ ତା’ର ଆବଶ୍ୟକତା ଅନୁସାରେ ବା ତା’ଠାରୁ ଅଧିକ ଉପତ୍ାଦନ କରିବା ହେଉଛି ଆମତ୍ନିର୍ଭରଶୀଳତା। କିନ୍ତୁ ଯେଉଁ ଆବଶ୍ୟକ ବସ୍ତୁଗୁଡ଼ିକ ନିଜ ଗାଁରେ ଉପତ୍ାଦନ କରିବା ସମ୍ଭବ ନୁହେଁ, ତା’ର ଚାହିଦା ମେଣ୍ଟେଇବା ପାଇଁ ଆଖପାଖ ଗାଁ ଉପରେ ନିର୍ଭର କରିବା ଉଚିତ। ପ୍ରତି ବଦଳରେ ନିଜ ଗାଁର ଉପତ୍ାଦିତ ସାମଗ୍ରୀ ପାଖ ଗାଁକୁ ପଠେଇ ପାରିଲେ ପଡ଼ୋଶୀ ଗାଁ ସହିତ ବୃଦ୍ଧିପାଇବ ସହଯୋଗ ଓ ସଦ୍‌ଭାବ। ଏହାଦ୍ୱାରା ସ୍ଥାନୀୟ ଭାବେ ମିଳୁଥିବା କଞ୍ଚାମାଲକୁ ନେଇ କୁଟୀରଶିଳ୍ପ ଜରିଆରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। କୁଟୀର ଓ କ୍ଷୁଦ୍ରଶିଳ୍ପ ଜରିଆରେ ଗାଁଲୋକ ନିଜର ଆବଶ୍ୟକତା ମେଣ୍ଟାଇବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି କର୍ମସଂସ୍ଥାନ ପାଇଁ ଆଉ ଗାଁରୁ ସହରକୁ ଛୁଟିବନି ଲୋକଙ୍କ ସୁଅ। କଳକାରଖାନା ତିଆରି ଜିନିଷଠାରୁ ଗାଁରେ ତିଆରି ଜିନିଷ ଅନୁନ୍ନତ ଓ ମହଙ୍ଗା ହୋଇପାରେ, ତଥାପି ନିଜ ଗାଁରେ ଉପତ୍ାଦିତ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା ଦୂରହେବ ବେକାରି ସମସ୍ୟା। ବିଡ଼ମ୍ବନାର ବିଷୟ ସ୍ବାଧୀନତା ପରେ ଆମେ ବିଦେଶୀ ବର୍ଜନ କଥା ମୁହଁରେ କହିଲୁ, କିନ୍ତୁ ବିଦେଶୀ ବର୍ଜନ ବଦଳରେ ଆପଣେଇ ନେଲୁ ସ୍ବଦେଶୀ ବର୍ଜନ ନୀତି। ଅର୍ଥାତ୍‌ ଗାନ୍ଧୀ ଆମକୁ ବତେଇଥିଲେ ବେକାରି ଓ ବେରୋଜଗାରି ହଟେଇବାର ବାଟ। ଆମେ କିନ୍ତୁ ଆପଣେଇଲୁ ଓଲଟା ନୀତି।
ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ଏହାର ତିନି ଚତୁର୍ଥାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। ଗାନ୍ଧିଜୀଙ୍କ ଦୃଷ୍ଟିରେ କ଼ୃଷି କହିଲେ କେବଳ ଖାଦ୍ୟଶସ୍ୟ ଉପତ୍ାଦନ ନୁହେଁ, ଏଥିସହିତ ଗାନ୍ଧିଜୀଙ୍କର ଧ୍ୟାନ କେନ୍ଦ୍ରିତ ଥିଲା କୃଷିର ଆନୁଷଙ୍ଗିକ ବୃତ୍ତି, ଗୋପାଳନ ଓ କୃଷିଭିତ୍ତିକ କୁଟୀରଶିଳ୍ପ ଉପରେ। ଜୈବିକ ଚାଷର ଭିନ୍ନ ଭିନ୍ନ ପ୍ରଣାଳୀ ଉପରେ ଗୁରୁତ୍ୱ ଦେଉଥିଲେ। କୃଷକର ସ୍ବାବଲମ୍ବନ ତଥା ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଚାହୁଁ ନ ଥିଲେ କୃଷିକ୍ଷେତ୍ରକୁ ଯନ୍ତ୍ରଦାନବର ପ୍ରବେଶ। ଭାରତ ସ୍ବାଧୀନ ହେଲା ବେଳକୁ ଆମେରିକାରେ ସଫଳତାର ସହ ବେପାର କରି ୟୁରୋପ୍‌ ବଜାରରେ ପ୍ରବେଶ କରିସାରିଥିଲା ଫୋର୍ଡ କମ୍ପାନୀର ଟ୍ରାକ୍ଟର। ଭାରତ ଏକ ବିଶାଳ କୃଷିପ୍ରଧାନ ଦେଶ ହୋଇଥିବାରୁ ଏଠାରେ ବଜାର ସୃଷ୍ଟି କରିବା ପାଇଁ ଚାହିଁଲେ କମ୍ପାନୀର ମାଲିକ ହେନେରୀ ଫୋର୍ଡ। ସେ ଜାଣିଥିଲେ କୋଟି କୋଟି ଭାରତୀୟଙ୍କ ହୃଦୟ ସମ୍ରାଟ ଗାନ୍ଧିଜୀଙ୍କୁ ମନେଇପାରିଲେ ସହଜରେ ଅକ୍ତିଆର କରିହେବ ଭାରତୀୟ ବଜାର। ଲକ୍ଷ୍ୟ ହାସଲ ପାଇଁ କମ୍ପାନୀର ଜଣେ ପ୍ରତିନିଧିଙ୍କୁ ଗାନ୍ଧିଜୀଙ୍କ ପାଖକୁ ପ୍ରେରଣ କଲେ, ଯିଏ ଯାନ୍ତ୍ରିକ ଚାଷର ଉପାଦେୟତା ସମ୍ପର୍କରେ ଗାନ୍ଧିଜୀଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ ନିଜର ବାକ୍‌ଚାତୁର୍ଯ୍ୟ ବଳରେ। ତାଙ୍କ ବକ୍ତବ୍ୟ ଥିଲା କୃଷିର ବିକାଶକୁ ନେଇ ସମଗ୍ର ୟୁରୋପ ମହାଦେଶରେ ଟ୍ରାକ୍ଟର ଆଣିପାରିଛି ବିପ୍ଳବ। ଭାରତରେ କୃଷିକ୍ଷେତ୍ରକୁ ଏହା ପ୍ରବେଶ କଲେ ଅଳ୍ପ କେତେଟା ବର୍ଷ ମଧ୍ୟରେ ଆକାଶ ଛୁଇଁବ ଭାରତର ଆର୍ଥନୀତିକ ବିକାଶ। ପ୍ରତିନିଧିଙ୍କ କଥା ଶୁଣିସାରିଲା ପରେ ଗାନ୍ଧିଜୀ ପଚାରିଥିଲେ- ”ଟ୍ରାକ୍ଟର କ’ଣ ବଳଦ ପରି କୁଣ୍ଡା ତୋରାଣି ଖାଇ ଚାଲିପାରିବ? ସେଥିରୁ କ’ଣ ଗୋବର ଓ ଗୋମୂତ୍ର ବାହାରି ପାରିବ? ବଳଦ ଦ୍ୱାରା ଚାଷ କରିବା ଫଳରେ ହଳ କରିବା, ଜମିକୁ ବିହନ ନେବା, ଫସଲ ଖଳାକୁ ଆଣିବା, କୃଷିଉପତ୍ାଦଗୁଡ଼ିକ ବିକିବା ପାଇଁ ବଜାରକୁ ନେବା ଆଦି ପରିବହନ କ୍ଷେତ୍ରରେ ଭାରତୀୟ ଚାଷୀ ବେଶ୍‌ ଆମତ୍ନିର୍ଭରଶୀଳ।“ ଟ୍ରାକ୍ଟର ଦ୍ୱାରା ଚାଷ କଲେ ଚାଷ ଏବଂ ପରିବହନ ପାଇଁ ସାଧାରଣ ଚାଷୀଟିକୁ ଗାଁ ମହାଜନ ପାଖରୁ ଟ୍ରାକ୍ଟର ଭଡ଼ାରେ ଆଣିବାକୁ ପଡ଼ିବ ଏବଂ ସାର ଓ କୀଟନାଶକ କିଣିବାକୁ ପଡ଼ିବ କମ୍ପାନୀ ପାଖରୁ। ଏହାଦ୍ୱାରା ଚାଷୀର ନିର୍ଭରଶୀଳତା ବଢ଼ିବା ସାଙ୍ଗକୁ ଦୁର୍ବଳ ହୋଇପଡ଼ିବ ତା’ର ଆର୍ଥିକ ସ୍ଥିତି। ଗାନ୍ଧିଜୀଙ୍କର ଏଭଳି ଦୃଢ଼ତା ଦେଖି ନିରାଶରେ ଫେରି ଯାଇଥିଲେ ଫୋର୍ଡ ପ୍ରତିନିଧି।
ଷାଠିଏ ଦଶକ ପରେ ଖାଦ୍ୟ ସଙ୍କଟରୁ ମୁକୁଳିବା ପାଇଁ ଦେଶରେ ତିଆରି ହେଲା ସବୁଜ ବିପ୍ଳବର ମେଢ଼। ସବୁଠି ଶୁଭିଲା ଯାନ୍ତ୍ରିକ ଚାଷର ଜୟଗାନ। କୃଷିକ୍ଷେତ୍ରକୁ ପ୍ରବେଶ କଲା ଟ୍ରାକ୍ଟର, ପାୱାରଟିଲର୍‌ ଓ ହାର୍‌ଭେଷ୍ଟର ଇତ୍ୟାଦି । ଗୋବରଖତ ବଦଳରେ ପ୍ରୟୋଗ ହେଲା ରାସାୟନିକ ସାର ଏବଂ ପାଉଁଶ ବଦଳରେ ସିଞ୍ଚନ ହେଲା କୀଟନାଶକ। ଜମିରୁ ଲୋପ ପାଇଲେ ପରାଗ ସଙ୍ଗମରେ ସହଯୋଗ କରୁଥିବା ଅନେକ କୀଟପତଙ୍ଗ ଓ ପକ୍ଷୀ। ସାଂଘାତିକ ଭାବେ ବିଗିଡ଼ିଲା ପ୍ରକୃତିର ସୂକ୍ଷ୍ମ ସନ୍ତୁଳନ। କଂସେଇଖାନାକୁ ଚାଲାଣ ହେଲେ ଅଦରକାରୀ ଓ ଅଲୋଡ଼ା ହୋଇପଡ଼ିଥିବା ଗୋରୁଗାଈ। ଗାନ୍ଧିଜୀଙ୍କ ଦୃଷ୍ଟିରେ ଦେଶର ସ୍ବାଧୀନତା ଓ ଗ୍ରାମ୍ୟ ବିକାଶ ଥିଲା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ତେଣୁ ଭାରତ ଭଳି ଏକ ବିରାଟ ଦେଶରେ ଶାସନ ବ୍ୟବସ୍ଥା କେବଳ ଦିଲ୍ଲୀ କିମ୍ବା ରାଜ୍ୟ ରାଜଧାନୀରୁ ନିୟନ୍ତ୍ରିତ ନ ହୋଇ କ୍ଷମତାର ବିକେନ୍ଦ୍ରୀକରଣ ହେବ ଏବଂ ଗାଁର ସାଧାରଣ ଲୋକଟିଏ ବି ନିଜକୁ ସାମିଲ୍‌ କରିପାରିବ ଶାସନ ଓ ବିକାଶ ପ୍ରକ୍ରିୟାରେ। ଗାଁ ଲୋକେ ଏକାଠି ହୋଇ ପ୍ରତିନିଧି ବାଛିବେ ଏବଂ ଗାଁର ବିବାଦ ଗାଁରେ ବସି ସମାଧାନ କରିବେ ଆପୋସ ଆଲୋଚନା ମାଧ୍ୟମରେ। କିନ୍ତୁ ବିଡ଼ମ୍ବନାର ବିଷୟ ସ୍ବାଧୀନ ଭାରତରେ ଗାନ୍ଧିଜୀଙ୍କର ଏହି ବିଚାରଧାରାକୁ ମିଳିଲାନି ପ୍ରାଥମିକତା । ଏହା ଫଳରେ ଗାନ୍ଧିଜୀଙ୍କ ପରିକଳ୍ପନା ଓ ବାସ୍ତବତା ମଧ୍ୟରେ ସୃଷ୍ଟି ହେଲା ବିରାଟ ଫାଙ୍କ। ଗାଁର ବିକାଶ ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା ସତ, କିନ୍ତୁ ଭୋଟ ରାଜନୀତିକୁ କେନ୍ଦ୍ରକରି ଗାଁରେ ସୃଷ୍ଟିହେଲା ହଜାରେ ଫାଟ। ନଷ୍ଟ ହୋଇଛି ଗାଁର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ।

ଡ. ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri