ଭୁବନେଶ୍ୱର, ୮ା୧୦(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ବର୍ତ୍ତମାନ ସିନିୟର ଚୟନ କମିଟି ସଦସ୍ୟ ବିକାଶ ସ୍ବରୂପ ପତି ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ) ମ୍ୟାଚ ରେଫରି ହୋଇଛନ୍ତି। ବିସିସିଆଇ ପକ୍ଷରୁ ମ୍ୟାଚ ରେଫରି କୋର୍ସ ପରୀକ୍ଷା ସେପ୍ଟେମ୍ବର ୫ ଓ ୬ ତାରିଖରେ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ୧୪ ଜଣ ପାସ୍ କରି ବିସିସିଆଇ ମ୍ୟାଚ ରେଫରି ପ୍ୟାନେଲରେ ସାମିଲ ହୋଇଛନ୍ତି। ୧୪ ଜଣଙ୍କ ମଧ୍ୟରୁ ବିକାଶ ୮୦.୫ ପ୍ରତିଶତ ନମ୍ବର ସହ ୮ମ ର଼୍ୟାଙ୍କ୍ ପାଇଥିଲେ। ବିକାଶ ହେଉଛନ୍ତି ଓଡ଼ିଶାର ୫ମ ବିସିସିଆଇ ମ୍ୟାଚ ରେଫରି। ଏହି ଏଲିଟ ତାଲିକାରେ ପୂର୍ବରୁ ପ୍ରଶାନ୍ତ ମହାପାତ୍ର, ସଞ୍ଜୟ ରାଉଳ, ପି. ଜୟଚନ୍ଦ୍ର ଓ ଶିବସୁନ୍ଦର ଦାସ ରହିଛନ୍ତି। ଶିବସୁନ୍ଦର ଏବେ କୋଚ୍ଭାବେ କାର୍ଯ୍ୟରତ। ବିକାଶ ସ୍ବରୂପଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏଶନ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ଅଭିନନ୍ଦନ ଜଣାଇଛନ୍ତି।
ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…
ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...
ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା
ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...
ନେମାରଙ୍କ ଅସ୍ତ୍ରୋପଚାର ସଫଳ
ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...
ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…
ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...
ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ
ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...
ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା
ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...
ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍ପି ପ୍ରଦୀପ କୁମାର ପୁରୋହିତ ଏବଂ...
ଆସାମର ହାତୀ-ଟ୍ରେନ୍ ଧକ୍କା
ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...
Archives


