ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ: ବିବିଏରେ ଗୁନଗୁନ, ବିସିଏରେ ସଲୋନୀ ଟପ୍ପର…

ଭବାନୀପାଟଣା,୩୦।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଇନଷ୍ଟିଟ୍ୟୁଟ୍ ଅଫ୍ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ପୁଣିଥରେ ଉତ୍କୃଷ୍ଟ ଶିକ୍ଷାଗତ ସଫଳତା ହାସଲ କରିଛି। ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ସଦ୍ୟ ପ୍ରକାଶିତ ସ୍ନାତକ ପରୀକ୍ଷା ଫଳାଫଳରେ ଅନୁଷ୍ଠାନର ଛାତ୍ରୀ ଗୁନଗୁନ ପ୍ରିୟଦର୍ଶିନୀ ପ୍ରଧାନ ବିବିଏ ବିଭାଗରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଥିବାବେଳେ ସଲୋନି ବେହେରା ବିସିଏ ବିଭାଗରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇ ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି।

ଚଳିତ ବର୍ଷ ଅନୁଷ୍ଠାନର ସମସ୍ତ ସ୍ନାତକ ଛାତ୍ରୀଛାତ୍ର ଶତପ୍ରତିଶତ (୧୦୦%) ଫଳାଫଳ ହାସଲ କରିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅନୁଷ୍ଠାନର ନିର୍ଦ୍ଦେଶକ ଡି. ଶ୍ୟାମ ଓ ଡି. ରାମ କୁମାର, ମୁଖ୍ୟ ଏକାଡେମିକ ଅଫିସର ଡି. ବିଜୟା ଓ ଡି. ପଦ୍ମିନୀଙ୍କ ସହ ଅନୁଷ୍ଠାନର ଅଧ୍ୟକ୍ଷ ଡ. ସୁଦୀପ୍ତ କୁମାର ଜାନା ଏବଂ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଟପ୍ପର ଓ ସମସ୍ତ ସଫଳ ସ୍ନାତକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନୁଷ୍ଠାନର ଏହି ସଫଳତା ପଛରେ ଛାତ୍ରୀଛାତ୍ରଙ୍କ ନିଷ୍ଠା, ଅଧ୍ୟବସାୟ ଏବଂ ଅଧ୍ୟାପକମାନଙ୍କ ନିରନ୍ତର ମାର୍ଗଦର୍ଶନ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମତ ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Share