Categories: ଜାତୀୟ

ମୋଷ୍ଟଓ୍ବାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ!

ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ ହେବାର ଗୋଟିଏ ଦିନ ପରେ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଉତ୍ତର ପ୍ରଦେଶ ପୋଲିସ ମଧ୍ୟପ୍ରଦେଶର ଉଜ୍ଜୈନରୁ ବିକାଶକୁ ନେଇ କାନପୁର ଅଭିମୁଖେ ଯାଉଥିବାବେଳେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ବିକାଶ। ଫଳରେ ପୋଲିସ ଏନକାଉଣ୍ଟର କରିଥିଲା। ୟୁପି ପୋଲିସର ଏକ ଟିମ ରାଜପଥ ଦେଇ ବିକାଶଙ୍କୁ ମଧ୍ୟପ୍ରଦେଶରୁ ଉତ୍ତର ପ୍ରଦେଶ ଆସୁଥିବାବେଳେ ବାଟରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାର ଫାଇଦା ଉଠାଇ ବିକାଶ ଖସି ପଳାଇବାକୁ ଉଦ୍ୟମ କରିବା ସହ ପୋଲିସଠାରୁ ବନ୍ଧୁକ ଛଡାଇ ନେବା ପାଇଁ ପ୍ରୟାସ କରିଥିଲେ।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ କାନପୁରରେ ୮ ଜଣ ପୋଲିସ କର୍ମୀଙ୍କୁ ବିକାଶ ହତ୍ୟା କରିବା ପରେ ଫେରାର ଥିଲା।

Share