Posted inଖେଳ

ବିଜୟ ହଜାରେ ଟ୍ରଫି ଜିତି ଇତିହାସ ରଚିଲା ହରିୟାଣା

ନୂଆଦିଲ୍ଲୀ, ୧୬ା୧୨: ଏକ ରୋମାଞ୍ଚକର ମୁକାବିଲାରେ ରାଜସ୍ଥାନକୁ ୩୦ ରନରେ ହରାଇ ପ୍ରଥମ ବିଜୟ ହଜାରେ ଟ୍ରଫି ଜିତିଛି ହରିୟାଣା। ଶନିବାର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନର ରାଜକୋଟ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ଦଳ ଇତିହାସ ରଚିଛି। ଅନ୍ୟପକ୍ଷେ ୨୦୦୬-୦୭ ସିଜନରେ ଚମ୍ପିୟାନ ହେବା ପରେ ଦ୍ୱିତୀୟ ଥର ଫାଇନାଲକୁ ଆସିଥିବା ରାଜସ୍ଥାନ ରନର୍ସ ଅପ୍ ରେ ସନ୍ତୁଷ୍ଟ ହୋଇଛି।

ଟସ୍ ଜିତି ହରିୟାଣା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରାରମ୍ଭିକ ବ୍ୟାଟର ଅଙ୍କିତ କୁମାର, ଅଧିନାୟକ ଅଶୋକ ମିନେରିଆଙ୍କ ଅର୍ଦ୍ଧଶତକୀୟ ଇନିଂସ ଏବଂ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଯୋଗଦାନ ବଳରେ ହରିୟାଣା ୫୦ ଓଭରରେ ୮ ଉଇକେଟ ହରାଇ ୨୮୭ ରନ୍ ସଂଗ୍ରହ କରିଥିଲା।

ଜବାବରେ ୨୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ପ୍ରାରମ୍ଭିକ ବ୍ୟାଟିଂ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଅଭିଜିତ୍ ତୋମାର ଏବଂ କୁନାଲ ରାଠୋର ପଞ୍ଚମ ୱିକେଟ୍ ପାଇଁ ୧୨୧ ରନ୍ ପାର୍ଟନରସିପ କରି ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ। କିନ୍ତୁ ହରିୟାଣାର ପେସ ବିଭାଗ ସମ୍ଭାଳୁଥିବା ସୁମିତ ଏବଂ ହର୍ଷଲ ୩ଟି ଲେଖାଏ ଉଇକେଟ ନେଇ ହରିୟାଣାକୁ ମ୍ୟାଚକୁ ଫେରାଇ ଆଣିଥିଲେ।

ଏହାପରେ ରାଜସ୍ଥାନର ଅନ୍ୟ କୌଣସି ବ୍ୟାଟର ଆଖିଦୃଶିଆ ପ୍ରଦର୍ଶନ କରି ପାରି ନଥିଲେ। ସୁମିତ ଏବଂ ହର୍ଷଲଙ୍କ ବ୍ୟତୀତ ହରିୟାଣା ପାଇଁ ନିଶାନ୍ତ ସିନ୍ଧୁ ଏବଂ ରାହୁଲ ତେୱାଟିଆ ଦୁଇଟି ଲେଖାଏ ଉଇକେଟ ନେଇ ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri