ପ୍ରାଇଭେଟ୍‌ ଜେଟ୍‌ରୁ ଭବ୍ୟ ବଙ୍ଗଳା: ସାଉଥ୍‌ ସୁପରଷ୍ଟାର ବିଜୟଙ୍କ ମୋଟ ସମ୍ପତ୍ତି ମୂଲ୍ୟ ଜାଣିଲେ…

ବମ୍ବେ: ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଆଜିର ସମୟର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ। ୨୦୧୭ରେ ‘ଅର୍ଜୁନ ରେଡ୍ଡି’ ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ ସେ। ପ୍ରଥମ ଫିଲ୍ମ ହିଟ୍‌ ହେବା ପରେ ରାତାରାତି ସେ ଷ୍ଟାର ପାଲଟିଥିଲେ। ଏହାପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ଗୋଟିଏ ପରେ ଗୋଟିଏ ବ୍ଲକବଷ୍ଟର ଫିଲ୍ମ ଭେଟି ଦେଉଛନ୍ତି। ସୁନ୍ଦର ଚେହେରା ସାଙ୍ଗକୁ ଚମତ୍କାର ଅଭିନୟକୁ ନେଇ ତାଙ୍କର ମହିଳା ପ୍ରଶଂସକ ଅଧିକ।

ଆଜିର ସମୟରେ ବିଜୟ ଫିଲ୍ମ ପିଛା ୧୦ରୁ ୧୧ କୋଟି ଟଙ୍କା ଚାର୍ଜ କରନ୍ତି। ଏହାଛଡ଼ା ବିଜ୍ଞାପନରୁ ମଧ୍ୟ ତାଙ୍କ ରୋଜଗାର ହୋଇଥାଏ। ମୋଟ ସମ୍ପତ୍ତି ଦେଖିଲେ ସେ ୩୦ କୋଟି ସମ୍ପତ୍ତିର ମାଲିକ। ତା’ ଛଡ଼ା ଦାମୀ ଗାଡ଼ି, ଭବ୍ୟ ବଙ୍ଗଳା ଏବଂ ପ୍ରାଇଭେଟ୍‌ ଜେଟ୍‌ ମଧ୍ୟ ତାଙ୍କର ରହିଛି। ମହେଶ ବାବୁ, ନାଗାର୍ଜୁନ, ଚିରଞ୍ଜିବୀ, ଅଲ୍ଲୁ ଅର୍ଜୁନ ତାଙ୍କ ପଡ଼ୋଶୀ।

ବିଜୟ ନିଜ ପରିବାର ସହ ହାଇଦ୍ରାବାଦର ଜୁବଲି ହିଲ୍ସରେ ରୁହନ୍ତି। ଉକ୍ତ ବଙ୍ଗଳାର ମୂଲ୍ୟ ୧୫ କୋଟି ଟଙ୍କା। ସେହିଭଳି ଫର୍ଡ, ଭୋଲ୍‌ଭୋ, ରେଞ୍ଜ ରୋଭର ଭଳି ଦାମୀ ଗାଡ଼ି ତାଙ୍କ ଗ୍ୟାରେଜ୍‌ରେ ରହିଛି। ଅଭିନେତାଙ୍କ ପାଖରେ ଥିବା ପ୍ରାଇଭେଟ୍‌ ଜେଟ୍‌ରେ ସେ ପରିବାର ସହ ବୁଲୁଥିବା ନଜର ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

ଜିଲାପାଳଙ୍କୁ ଦାବିପତ୍ର ପରେ ପ୍ରଶାସନ ତତ୍ପର: ଅବକାରୀ ବିଭାଗର ବଡ଼ଧରଣର ଚଢ଼ାଉ, ୪ ଅଭିଯୁକ୍ତଙ୍କ ନାଁରେ ମାମଲା

ଥୁଆମୂଳ ରାମପୁର,୪ା୭(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଲନାଗୀ ପଞ୍ଚାୟତରେ ବେଆଇନ ମଦ କାରବାର ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ସ୍ଥିତି ବିଗିଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri