Categories: ଖେଳ

୨୦୨୪ ଆଇପିଏଲ୍‌ ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ବଡ଼ ଝଟକା

ନୂଆଦିଲ୍ଲୀ,୨।୧: ୨୦୨୪ ଆଇପିଏଲ୍‌ ପୂର୍ବରୁ କେଏଲ୍‌ ରାହୁଲଙ୍କ ନେତୃତ୍ୱଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଏକ ବଡ଼ ଝଟକା ଲାଗିଛି। ବ୍ୟାଟିଂ କୋଚ୍‌ ବିଜୟ ଦହିଆ ଦଳର ହାତ ଛାଡି ଦେଇଛନ୍ତି। ଆଇପିଏଲ୍‌ ୨୦୨୨ ଲକ୍ଷ୍ନୌର ପ୍ରଥମ ଆଇପିଏଲ୍‌ ସିଜିନରୁ ବିଜୟ ଦଳ ସହିତ ରହିଥିଲେ।

ଦଳ ଛାଡିବା ପରେ ବିଜୟ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଲେଖିଛନ୍ତି, ଆଇପିଏଲ୍‌ ୨୦୨୪ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଭଲ ପ୍ରଦର୍ଶନ କରିବ ବୋଲି ଆଶବ୍ୟକ୍ତ କରିଛନ୍ତି। ଏପରିକି ସେ ଦଳକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ବର୍ତ୍ତମାନ ଲକ୍ଷ୍ନୌଠାରୁ ବିଦାୟ ନେବାର ସମୟ ଆସିଯାଇଛି। ସେ ଦୁଇ ବର୍ଷ ଧରି ଦଳ ସହିତ କାର୍ଯ୍ୟ କରିଥିଲେ। ଏହା ତାଙ୍କୁ ନିଆରା ଅନୁଭୂତି ଦେଇଥିବା ଉଲ୍ଲେଖ କରିଛନ୍ତି।

ବ୍ୟାଟିଂ କୋଚ୍‌ ବିଜୟଙ୍କ ପୂର୍ବରୁ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କୁ ମଧ୍ୟ ଦଳରୁ ବଦଳାଯାଇଛି। ଅଷ୍ଟ୍ରେଲୀୟ ଓପନର ଜଷ୍ଟିନ ଲେଙ୍ଗରଙ୍କୁ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଛି।

ସେହିପରି ପୂର୍ବତନ ବ୍ୟାଟର ଗୌତମ ଗମ୍ଭୀର ଦଳ ପାଇଁ ମେଣ୍ଟର ଭୂମିକାରେ ରହିଥିଲେ। ହେଲେ ୨୦୨୪ ଆଇପିଏଲ ପୂର୍ବରୁ ସେ ଲକ୍ଷ୍ନୌ ଛାଡ଼ି କୋଲକାତା ନାଇଟ ରାଇଡର୍ସ(କେକେଆର୍‌)ରେ ଯୋଗ ଦେଇଛନ୍ତି।

Share