ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭଦ୍ରକ ଅଫିସ,୨୨।୩: ଭିଜିଲାନ୍ସ ଜାଲରେ ଆନନ୍ଦପୁର ବୈତରଣୀ ଜଳସେଚନ ଡିଭିଜନର ସହକାରୀ ଯନ୍ତ୍ରୀ ଉମେଶ କୁମାର ଶାସନୀ। ମଙ୍ଗଳବାର ଭିଜିଲାନ୍ସ ଟିମ୍‌ ଉମେଶଙ୍କ ଘରେ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି।

ଆନନ୍ଦପୁର ସମେତ ଭଦ୍ରକ, ଭୁବନେଶ୍ବର ଚଢାଉ ଜାରି ରହିଛି। ଉମେଶ ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ ଭାବେ ବନ୍ୟା ନିୟନ୍ତ୍ରଣ ବିଭାଗ ଦାୟିତ୍ୱରେ ଥିଲେ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ ଜାରି ରହିଛି।