ପୁରୀ ସହକାରୀ ବନ ସଂରକ୍ଷକଙ୍କ ଅଫିସ୍‌ ସମେତ ଏସବୁ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ପୁରୀ ଅଫିସ,୫।୮: ପୁରୀ ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ ସ୍ବାଇଁଙ୍କ ଘରେ ବୁଧବାର ବେଆଇନ୍‌ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ଏକ କାଳୀନ ଭିଜିଲାନ୍ସର ୫ଟି ଟିମ୍‌ ଏହି ଚଢ଼ାଉ କରୁଛନ୍ତି। ପୁରୀରେ ଥିବା ଅଫିସ୍‌, ଭଡ଼ା ଘର, ଢେଙ୍କାନାଳସ୍ଥିତ ଶ୍ୱଶୁର ଘର ବାଲିଅନ୍ତା ସିସିଲୋରେ ଥିବା ପୈତୃକ ଘର ଓ ଭୁବନେଶ୍ୱର ସରକାରୀ ବାସଭବନରେ ଏହି ଚଢ଼ାଉ ଚାଲିଛି। ପୁରୀ ଅଫିସ୍‌ରେ ଚଢ଼ାଉ ସମୟରେ ନଗଦ ୪୩ ହଜାର ଟଙ୍କା, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ପାସ୍‌ବୁକ୍‌ ଜବତ କରାଯାଇଛି। ଭିଜିଲାନ୍ସ ଟିମ୍‌ ସହକାରୀ ବନ ସଂରକ୍ଷକକୁ ନିଜ ହେପାଜତକୁ ନେଇ କିଭଳି ସେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କଲେ ସେ ନେଇ ପଚରାଉଚରା କରାଯିବ ବୋଲି ଭିଜିଲାନ୍ସ ଇନ୍ସପେକ୍ଟର ମଦନ ପ୍ରଧାନ କହିଛନ୍ତି। ଏହାକୁ ବନ ସଂରକ୍ଷକ ଖଣ୍ଡନ କରି ଚଢ଼ାଉବେଳେ କିଛି ମିଳି ନ ଥିବା କହିଛନ୍ତି।