ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଆର୍‌ଡି ସହକାରୀ ଯନ୍ତ୍ରୀ

ଢେଙ୍କାନାଳ ଅଫିସ, ୧୮।୧୧: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତାଳଚେର କଣିହା ଗ୍ରାମ୍ୟ ନିର୍ମାଣ ବିଭାଗ (ଆର୍‌ଡି) ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଢେଙ୍କାନାଳସ୍ଥିତ ଟାଉନପ୍ଲାନିଂ ଅଞ୍ଚଳରେ ଥିବା ଘରେ ବୁଧବାର ସକାଳୁ ଭିଜିଲାନ୍ସ ଚଢ଼ାଉ କରିଛି।
ଚନ୍ଦ୍ରମଣିଙ୍କ ତାଳଚେରସ୍ଥିତ ଅଫିସ, ଢେଙ୍କାନାଳ ସହରର ଟାଉନ ପ୍ଲାନିଙ୍ଗସ୍ଥିତ ବାସଭବନ, ଷ୍ଟେସନ ବଜାର ସ୍ଥିତ ଘର, ମହାବୀର ବଜାରସ୍ଥିତ ଶ୍ୱଶୁର ଘର, ପିଙ୍ଗୁଆ ଖଣ୍ଡବନ୍ଧ ନିକଟରେ ଥିବା ପୈତୃକ ଘର ଏବଂ ଭୁବନେଶ୍ୱର ଟଙ୍କପାଣି ରୋଡ ସ୍ଥିତ ଫ୍ଲାଟରେ ଏକା ସାଙ୍ଗରେ ଚଢାଉ ଜାରି ରଖିଛି। କଟକ ଭିଜିଲାନ୍ସଡିଭିଜନର ଅତିିରିକ୍ତ ଏସ୍‌ପି ବେଣୁଧର ନାୟକଙ୍କ ନେତୃତ୍ୱରେ କଟକ, ଢେଙ୍କାନାଳ ଓ ଅନୁଗୋଳ ଭିଜିଲାନ୍ସର ଇନ୍ସପେକ୍ଟର ଅନୁପମା ସାହୁ ଓ ଅନିରୁଦ୍ଧ ନାୟକ ପ୍ରମୁଖ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି।

Share