ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗଜପତି,୧୫।୧୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣି ବ୍ଲକ ଲାବନ୍ୟଗଡ଼ ପଞ୍ଚାୟତର ଏସ୍‌ .ରାଉତପୁର ସ୍କୁଲ ସହାୟକ ଶିକ୍ଷକ ଦୁସମନ୍ତ ନାୟକଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି।
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ନାୟକଙ୍କ ଏଡେଦେଲା ସାହି ସ୍ଥିତ ବାସଭବନ ସମତେ ଏକ କାଳୀନ ୮ଟି ସ୍ଥାନରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି।