ଆର୍‌ଏମ୍‌ସି କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଯାଜପୁର ଟାଉନ,୨୮ା୪(ଡି.ଏନ୍‌.ଏ.): ଯାଜପୁର ଆର୍‌ଏମ୍‌ସି କର୍ମଚାରୀ ଗୟାଧର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ ହୋଇଛି। ଯାଜପୁର ଥାନା ସନ୍ଥେଶ୍ବରପୁରଠାରେ ଗୟାଧର ସାହୁଙ୍କ ନିଜ ବାସଭବନ ଏବଂ ରେଡକ୍ରସ ଛକରେ ଭଡ଼ା ଦିଆଯାଇଥିବା ଘରେ ଚାଲିଛି ଭିଜିଲାନ୍ସ ରେଡ୍‌। ଗୟାଧର ସାହୁ ଯାଜପୁର ନିୟନ୍ତ୍ରିତ ବଜାର କମିଟି ତଥା ଆର୍‌ଏମ୍‌ସିର ମାର୍କେଟ ସରକାର ଭାବେ କାର୍ଯ୍ୟରତ। କୋର୍ଟର ନିର୍ଦ୍ଦେଶକ୍ରମେ ବାସଭବନ ଓ ଭଡ଼ାଘରେ ଭିଜିଲାନ୍ସ ଚଢ଼ାଉ କରାଯାଉଥିବା ଯାଜପୁର ଭିଜିଲାନ୍ସ ଡିଏସ୍‌ପି ସୁଶୀଲ ଏକ୍କା ସୂଚନା ଦେଇଛନ୍ତି।