କୋଟିପତି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଗୁଣପୁର,୨୪।୧୨(ଡି.ଏନ୍‌.ଏ.)-ରାୟଗଡ଼ା ଜିଲା ଗୁଣପୁର ପୂର୍ତ୍ତ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଉଦ୍ଧବ ପାଢୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ଗୁରୁବାର ତାଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ ଏବଂ ବ୍ରହ୍ମପୁରସ୍ଥିତ ନିଜ ଘରେ ଭିଲିଲାନ୍ସ ଚଢାଉ କରାଯାଇଥିଲା। ଗୁଣପୁରଠାରେ ହୋଇଥିବା ଚଢାଉରେ କୌଣସି ତଥ୍ୟ କିମ୍ବା ଜିନିଷ ମିଳି ନ ଥିଲା। କିନ୍ତୁ ବ୍ରହ୍ମପୁରରୁ ବ୍ୟାପକ ପରିମାଣର ସମ୍ପତ୍ତି ଠାବ ହୋଇଥିବା ନେଇ ବ୍ରହ୍ମପୁର ଭିଜିଲାନ୍ସ ଡିଏସ୍‌ପି ହେନେରି କୁଲୁ ସୂଚନା ଦେଇଛନ୍ତି। ବ୍ରହ୍ମପୁରରୁ ୧୦ରୁ ୧୫ଟି ପ୍ଲଟ, ତିନି ମହଲା କୋଠାଘର, ସୋରଡାରେ କ୍ରଶର ମେଶିନ ସହ ତାଙ୍କ ନିକଟରୁ ଅଢେଇ ଲକ୍ଷ ଟଙ୍କା ଜବତ ହୋଇଥିବା ଡିଏସ୍‌ପି କୁଲୁ କହିଛନ୍ତି। ଏହିସବୁ ସମ୍ପତ୍ତି ଉଦ୍ଧବଙ୍କ ସହ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ନାମରେ ରହିଛି। ସମସ୍ତ ସମ୍ପତ୍ତି ଆକଳନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡିଏସ୍‌ପି କୁଲୁ କହିଛନ୍ତି।