ବରପାଲି ବ୍ଲକ ପ୍ୟାକ୍ସ ସମ୍ପାଦକଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ବରପାଲି,୨୪।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକ ଗୌରଚନ୍ଦ୍ର ବୁଧିଆଙ୍କ ବାସଭବନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି। ଏକକାଳୀନ ତାଙ୍କ କୁମ୍ଭାରୀ ବାସଭବନ ଏବଂ ପ୍ୟାକ୍ସ କାର୍ଯ୍ୟାଳୟରେ ଏହି ଚଢ଼ାଉ ଜାରି ରହିଛି। ଚଢ଼ାଉ ଜାରି ରହିଥିବାରୁ ସମ୍ପତ୍ତି ଆକଳନ ନେଇ ସବିଶେଷ ତଥ୍ୟ ମିଳିପାରି ନାହିଁ ।