ଭିଜିଲାନ୍ସ ଜାଲରେ ସମ୍ପାଦକ

ସୁନ୍ଦରଗଡ଼,୨।୪(ଡି.ଏନ୍‌.ଏ.) :ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ବନମାଳୀ ନାଏକ। ଏହାସାଙ୍ଗେ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । ସୁନ୍ଦରଗଡସ୍ଥିତ ଅଫିସ, ସୁନ୍ଦରଗଡ ତଳଶଙ୍କରା ମୌଜାରେ ଦୁଇଟି ୩ ମହଲା ବିଶିଷ୍ଟ ଘର, ସୁନ୍ଦରଗଡ ତଳଶଙ୍କରା ମୌଜାରେ ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର, ସୁନ୍ଦରଗଡ କିଞ୍ଜିରିକେଲା ଥାନା ଅନ୍ତର୍ଗତ କୁକୁରିଡିହିସ୍ଥିତ ପୈତୃକ ଘର, ସୁନ୍ଦରଗଡ ଲେଫ୍ରିପଡା ସରେଇକେଲାସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସର ଚଢାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୯୭ ହଜାର ଟଙ୍କା ସହ ସୁନା ଗହଣା ଜବତ ହୋଇଛି।