ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ବେଆଇନ ସମ୍ପତ୍ତି ରଖିବା ଅଭିଯୋଗରେ ଭିଜିଲାନ୍ସ ରେଡ କରିଥିବା ନେଇ ସୂଚନା ରହିଛି ।
ଖବର ଅନୁସାରେ, ବାରଙ୍ଗ ତହସିଲ କାର୍ଯ୍ୟାଳୟ ସମେତ ଖୋର୍ଦ୍ଧା ଏବଂ କଟକର ୫ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ ମହଲା କୋଠା, ବଡ଼ଗଡ଼ ବ୍ରିଟ୍ କଲୋନୀରେ ୩ ମହଲା ଓ ଖୋର୍ଦ୍ଧାର ସାନପଲ୍ଲାରେ ୨ ମହଲା କୋଠା ଠାବ ହୋଇଛି । ଏହି ଚଢା଼ଉରେ ୪ DSP, ୭ ଇନ୍ସପେକ୍ଟର, ଜଣେ SI ଓ ୮ ASI ଚଢାଉରେ ସାମିଲ୍ ରହିଛନ୍ତି ।
ଅତିରିକ୍ତ ତହସିଲଦାରଙ୍କ ଘରୁ ପୁଳା ପୁଳା ସଂପତ୍ତି ମିଳିଛି । ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ଜମା ଓ ଏକାଧିକ ଜମି କିଣିଥିବା ଦସ୍ତାବିଜ୍ ଭିଜିଲାନ୍ସର ହସ୍ତଗତ ହୋଇଛି।


