LED ଲାଇଟ୍‌ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆରମ୍ଭ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଆସିଥିବା ୨ଟି ଭିଜିଲାନ୍ସ ଟିମ୍‌ ପହଞ୍ଚି ପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତର ଗାଁରେ ଲାଗିଥିବା ସେନ୍ସର୍‌ ଲାଇଟ୍‌ର ତଦନ୍ତ ଆରମ୍ଭ କରିଛନ୍ତି। ଏହି ୨ଟି ଟିମ୍‌ ଗାଁକୁ ଗାଁ ବୁଲି ୨୦୨୧-୨୨ଆର୍ଥିକ ବର୍ଷରେ ଏଲ୍‌ଇଡି ଲାଇଟ ଲଗାଯିବାରେ ହୋଇଥିବା ଦୁର୍ନୀତିର ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଯେ, ଆର୍ଥିକ ବର୍ଷ ୨୦୨୧-୨୨ବର୍ଷରେ ପଞ୍ଚାୟତର ୫ମ ଅର୍ଥ କମିଶନରୁ ଡିଆରଡିଏଙ୍କୁ ପ୍ରତି ପଞ୍ଚାୟତରୁ ୯୧ହଜାର ଲେଖାଏ ଶେୟାର ନେଇ ଯାଜପୁରର ଏକ ଠିକାସଂସ୍ଥା ଦ୍ୱାରା ପ୍ରତି ପଞ୍ଚାୟତରେ ୧୦ଟି ଲେଖାଏ ଲାଇଟ୍‌ ଲଗାଇଥିଲା।

ବୁଧବାର ଭୁବନେଶରରୁ ଆସିଥିବା ଏହି ୨ଟି ଟିମ୍‌ ପାଟଣା ବ୍ଲକର ୬ଟି ପଞ୍ଚାୟତରେ ତଦନ୍ତ କରିଥିବା ବେଳେ ବାକି ୧୪ଟି ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ତଦନ୍ତ କରିବେ ବୋଲି ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share