୬ ମାସ ପରେ ଭିଜିଲାନ୍ସ ତଦନ୍ତ

ରାୟଗଡ଼ା,୨୫ା୫(ସ୍ବ.ପ୍ର.): କରୋନା ସମୟରେ ରାୟଗଡ଼ା ବ୍ଲକ ପେଣ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅର୍ଥ ହେରଫେର ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ୬ ମାସ ପରେ ପୁଣି ଭିଜିଲାନ୍ସ ବିଭାଗ ଖୋଳତାଡ଼ ଆରମ୍ଭ କରିଛି। କରୋନା ବେଳେ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନଭୋଜନ ଚାଉଳ, ଷ୍ଟାଇପେଣ୍ଡ ଟଙ୍କା ହଡ଼ପ କରାଯାଇଥିଲା। ଏନେଇ ୨୦୨୨ ଡିସେମ୍ବରରେ ଅଭିଯୋଗ ହୋଇଥିଲା। ସେତେବେଳେ ଭିଜିଲାନ୍ସ ତଦନ୍ତ କରିଥିଲା। କିନ୍ତୁ ୩ ଦିନ ତଳେ ପୁଣି ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ। ଭିଜିଲାନ୍ସ ଡିଏସ୍‌ପି ଚିଠି ନଂ.୨୯୧, ତା.୨୨ା୫ା୨୩ରେ ଜିଲା ଶିକ୍ଷାଧିକାରୀଙ୍କୁ ସେହି ବିଦ୍ୟାଳୟର ତତ୍କାଳୀନ ପ୍ରଧାନ ଶିକ୍ଷୟିତ୍ରୀ ଏସ୍‌. ଆଶାଲତା ଏ ସମ୍ପର୍କରେ ତଥ୍ୟ ମଗାଯାଇଛି। ତାଙ୍କ ଚାକିରି ସମୟର ସମସ୍ତ ତଥ୍ୟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଚିଠି ନଂ. ୨୯୨, ତା ୨୨ା୫ା୨୩ରେ ଭିଜିଲାନ୍ସ କାର୍ଯ୍ୟାଳୟ ତରଫରୁ ପେଣ୍ଟା ଉଚ୍ଚବିଦ୍ୟାଳୟକୁ ଚିଠି ଲେଖି ବ୍ୟାଙ୍କ ପାସ୍‌ବୁକ୍‌, ବିଦ୍ୟାଳୟ କ୍ୟାଶ୍‌ବୁକ୍‌, ୨୦୨୧-୨୧ ମସିହାର ଛାତ୍ରୀଙ୍କ ରେଜିଷ୍ଟର, ଅନ୍ତେବାସୀଙ୍କ ନାମ ଓ ଠିକଣା, ବିନିଯୋଗ ପ୍ରମାଣପତ୍ର, ସରକାରୀ ଗାଇଡ୍‌ଲାଇନ୍‌ ଏବଂ ଯେଉଁ ସାମଗ୍ରୀ କିଣାଯାଇଛି ତାହାର ରେଜିଷ୍ଟର ମଗାଯାଇଛି। ଖୁବ୍‌ ଶୀଘ୍ର ସମସ୍ତ ତଥ୍ୟ ଭିଜିଲାନ୍ସ ଡିଏସ୍‌ପିଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।
ଯେ, କରୋନା ସମୟରେ ସରକାର ଛାତ୍ରୀଛାତ୍ରଙ୍କ ପାଇଁ ଚାଉଳଠାରୁ ଆରମ୍ଭକରି ଷ୍ଟାଇପେଣ୍ଡ ବାବଦରେ ଅର୍ଥ ଦେଇଥିଲେ। କିନ୍ତୁ ପେଣ୍ଟା ଉଚ୍ଚବିଦ୍ୟାଳୟରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ବାବଦରେ ୭୫୦ରୁ ୨୫୦୦ଟଙ୍କା ପର୍ଯ୍ୟନ୍ତ ସରକାର ପ୍ରଦାନ କରିଥିଲେ। ଏହି ବିଦ୍ୟାଳୟର ୩୪୦ଛାତ୍ରୀଛାତ୍ରଙ୍କ ପାଇଁ ଅର୍ଥ ଦିଆଯାଇଥିଲା। ସେହିଭଳି ନିକଟସ୍ଥ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ମଧ୍ୟ ଛାତ୍ରୀଙ୍କ ପାଇଁ ପ୍ରଦାନ ହୋଇଥିଲା। ତେବେ ଏହି ଅର୍ଥ ଛାତ୍ରୀଙ୍କୁ ପ୍ରଦାନ କରିବା ବଦଳରେ ହଡ଼ପ କରାଯାଇଥିବା ନେଇ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। କେବଳ ସେତିକି ନୁହେଁ, ଭୋକେସନାଲ ଶିକ୍ଷା ବାବଦର ୩ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ବାଟମାରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ର ରାୟଗୁରୁ ଗତ ଡିସେମ୍ବରରେ ଉକ୍ତ ବିଦ୍ୟାଳୟ ଯାଇ ତଦନ୍ତ କରିଥିଲେ। ପ୍ରଥମ ପର୍ଯ୍ୟାୟ ତଦନ୍ତ ପରେ ବର୍ତ୍ତମାନା ପୁଣି ତଦନ୍ତ ଆରମ୍ଭ ହୋଇଛି ା ଏ ସମ୍ପର୍କରେ ଭିଜିଲାନ୍ସ ଡିଏସ୍‌ପି ରାୟଗୁରୁ କହିଛନ୍ତି, ସମସ୍ତ ତଥ୍ୟ ମଗାଯାଇଛି। ତଥ୍ୟ ହସ୍ତଗତ ହେବାପରେ ତଦନ୍ତ ଆଗକୁ ବଢ଼ିବା ସହ ସତ୍ୟାସତ୍ୟ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri