ମାନସୀ ଜେନାଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଭିଜିଲାନ୍ସ ଅଫିସର ମାନସୀ ଜେନାଙ୍କୁ ଶନିବାର ଭିଜିଲାନ୍ସ ଗିରଫ କରିଛି। ଶୁକ୍ରବାର ସେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଜଣେ ସରକାରୀ ଅଧିକାରୀଙ୍କ ନାମରେ ଚାଲିଥିବା ମାମଲାକୁ ରଫାଦଫା କରିବାକୁ ବରଗଡ଼ର ମୁକେଶ ସାହୁ ନାମକ ଯୁବକଙ୍କୁ ମଧ୍ୟସ୍ଥ କରି ସେ ଲାଞ୍ଚ ନେଉଥିଲେ। ସେ ଧରାପଡ଼ିବା ପରେ ଭିଜିଲାନ୍ସ ଟିମ୍‌ ଏକାସାଙ୍ଗରେ ସମ୍ବଲପୁର ସରକାରୀ କ୍ୱାର୍ଟର୍ସ, ସୁନ୍ଦରଗଡ଼ ଏବଂ ଭୁବନେଶ୍ୱରର ତାଙ୍କ ଘରେ ଚଢ଼ାଉ କରିଥିଲା। ସେହିଭଳି ମୁକେଶଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।