ସୁଚିସ୍ମିତାଙ୍କ ଆଜବେଷ୍ଟସ ଘରେ ଭିଜିଲାନ୍ସର ଛାନ୍‌ଭିନ: ଭିଣୋଇଙ୍କ ଘରୁ ହୋଇଛନ୍ତି ଫେରାର

ଭବାନୀପାଟଣା,୨୪।୧୦(ସ୍ବ.ପ୍ର.): କଳାହାଣ୍ଡି ଜିିଲା ଭବାନୀପାଟଣା ସଦର ବିଇଓ ଅଫିସ ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆର ଏକ୍ସକ୍ୟାଡର ଶିକ୍ଷକଙ୍କ ଗୋଟିଏ ମାସର ଦରମା ଓ ଅନ୍ୟ ଅନୁଦାନ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ଫେରାର ହୋଇଥିବା ଘଟଣାରେ ଭିଜିଲାନ୍ସ ବିଭାଗ ତାଙ୍କ ଆଜବେଷ୍ଟସ ଘର ସମ୍ପର୍କରେ ଛାନଭିନ ଆରମ୍ଭ କରିଛି। ସେହିପରି ସୁଚିସ୍ମିତାଙ୍କ ମା’ଙ୍କୁ ବିକ୍ରି କରିଥିବା ଜମି ମାଲିକ ଅଚ୍ୟୁତାନନ୍ଦ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଜେରା କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକାଶ ଯେ, ଭବାନୀପାଟଣା ସଦର ବିଇଓ ଅଫିସ ଆକାଉଣ୍ଟାଣ୍ଟ ସୁଚିସ୍ମିତାଙ୍କ ଇରିଗେସନ କଲୋନୀସ୍ଥିତ ଆଜବେଷ୍ଟସ ଘରକୁ ଯାଇ ଭିଜିଲାନ୍ସ ବିଭାଗ ତଦନ୍ତ କରିଥିଲା। ଇରିଗେସନ କଲୋନୀରେ ୫ ଡିସିମିଲ ଜାଗାରେ ଏହି ଆଜବେଷ୍ଟସ ଘର ରହିଛି। ୨୦୨୦ରେ ଶୁଚିସ୍ମିତା ତାଙ୍କ ମା’ ସ୍ବପ୍ନା ସୁଆରଙ୍କ ନାମରେ ଜାଗା କିଣିଥିଲେ। ଅଚ୍ୟୁତାନନ୍ଦଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୭ ଲକ୍ଷ ୭୫ ହଜାର ଟଙ୍କା ଟ୍ରାନ୍ସଫର କରି ଜମି ରେଜିଷ୍ଟ୍ରେଶନ କରିଥିଲେ। ଅଚ୍ୟୁତାନନ୍ଦଙ୍କୁ ଭିଜିଲାନ୍ସ ବିଭାଗ ଏହି ଜମି ବିକ୍ରି ନେଇ ପଚରାଉଚରା କରିଛି। ବିଇଓ ଅଫିସ ଟଙ୍କା ହଡ଼ପ କରି ୨୦୨୦ରେ ଏହି ୫ ଡିସିମିଲ ଜାଗା କିଣିଥିଲେ। ସୂଚିସ୍ମିତା ଫେରାର ହେବା ଦିନ ତାଙ୍କୁ ଏକ୍ସକ୍ୟାଡର ଶିକ୍ଷକ ପୂର୍ଣ୍ଣଶଶି ମହାନ୍ତି ବାଇକ୍‌ରେ ନେଇ ଭବାନୀପାଟଣା ସଦର ଥାନା ନିକଟରେ ଛାଡ଼ିଥିଲେ। ପୂର୍ବରୁ ସୂଚନା ପାଇଁ ବରଗଡ଼ରେ ରହୁଥିବା ତାଙ୍କ ଭିଣୋଇ ଗାଡି ଆଣି ଭବାନୀପାଟଣା ସଦର ଥାନାକୁ ଆସି ନେଇଯାଇଥିଲେ। ଏଥିରେ ବରଗଡ଼ ମହାନ୍ତିପଡ଼ା ଗୋପାଳ କୃଷ୍ଣ ଦାସ ସହଯୋଗ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଶୁଚିସ୍ମିତାର ଭିଣୋଇ ଗଙ୍ଗାଧର ପୂଝାରୀଙ୍କ ବରଗଡ଼ସ୍ଥିତ ଅମ୍ବାପାଲି ବାସଭବନରୁ ସେ ଫେରାର ଥିବା ଜଣାପଡ଼ିଛି। ହେଲେ ୧୫ ଦିନ ପରେ ବି ପୋଲିସ ସୁଚିସ୍ମିତାଙ୍କୁ ଗିରଫ କରିପାରି ନାହିଁ। ଗୋଟିଏପଟେ ଭବାନୀପାଟଣା ଟାଉନ ଥାନା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟପଟେ କଳାହାଣ୍ଡି ଭିଜିଲାନ୍ସ ବିଭାଗ ଖୋଲତାଡ଼ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri