Categories: ଗଞ୍ଜାମ

ଭଞ୍ଜନଗରରେ ଭିଜିଲାନ୍ସ ସର୍କିଟ କୋର୍ଟ

ଭଞ୍ଜନଗର,୨୮।୪(ଡି.ଏନ୍‌.ଏ.): ହାଇକୋର୍ଟ ନିର୍ଦ୍ଦେଶକ୍ରମେ ଭଞ୍ଜନଗରରେ ମଙ୍ଗଳବାର ଭିଜିଲାନ୍ସ ସର୍କିଟ କୋର୍ଟ ଖୋଲିଛି । ଗଞ୍ଜାମ ଜିଲା ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ ଲୁନା ମହାନ୍ତି ବୁଧବାର ସର୍କିଟ କୋର୍ଟରେ ଯୋଗଦେଇ ଭଞ୍ଜନଗର ଅଞ୍ଚଳର ୬ଟି ମାମଲାର ବିଚାର କରିଥିଲେ। ଏହାପୂର୍ବରୁ ବାର ଆସୋସିଏଶନ ପକ୍ଷରୁ ବିଚାରପତିଙ୍କୁ ସ୍ବାଗତ କରାଯାଇଥିଲା । ଏଡିଜେ ଡ. ଅରୁଣ କୁମାର ସାହୁ, ସବଜଜ ସୋମାଲୀନା ମିଶ୍ର, ଏସଡିଜେଏମ ମନସ୍ବିନୀ ରଥ, ଜେଏମଏଫସି ପ୍ରଜ୍ଞା ରାଉତ, ସମ୍ପାଦକ ଅମରେଶ ମହାପାତ୍ର, ଉପ ସଭାପତି ଧୀରେନ ସ୍ବାଇଁ, ସହ ସମ୍ପାଦକ ଚନ୍ଦ୍ରମଣି ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ବାର ଆସୋସିଏସନ ସଭାପତି ସନ୍ତୋଷ କୁମାର ନାୟକ ସଭାକୁ ସଂଯୋଜନା କରିଥିଲେ।