ଲାଞ୍ଚ ନେବାବେଳେ ଗୋଲାମୁଣ୍ଡା ତହସିଲଦାରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ, ଏତିକି ଟଙ୍କା ନେଇ…

ଗୋଲାମୁଣ୍ଡା,୧୯ା୧୧(ବଟକୃଷ୍ଣ ପଣ୍ଡା): ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ। ଗୁରୁବାର ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି। ଭିଜିଲାନ୍ସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିବାବେଳେ ଲାଞ୍ଚ କାରବାର ସମ୍ପର୍କିତ ବିଭିନ୍ନ ଦିଗରେ ଯାଞ୍ଚ କରାଯାଉଛି। ତଦନ୍ତ ପରେ ଏହି ଘଟଣାର ଅଧିକ ତଥ୍ୟ ସାମ୍ନାକୁ ଆସିବ।

Dharitri – Odisha’s No.1 Odia Daily

Share